ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସ୍ୱାସ୍ଥ୍ୟ ଶିବିର

blank
କେନ୍ଦ୍ରାପଡା୦୧/୮: ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଅନୁକୂଲ୍ୟରେ ସଭାପତି ଡଃ ଉପେନ୍ଦ୍ର ନାଥ ପ୍ରଧାନ ଙ୍କ ତତ୍ତ୍ୱାବଧାନରେ ଏକ ହୃଦରୋଗ ସମ୍ବନ୍ଧୀୟ କର୍ମଶାଳା ସଚେତନତା ଶିବିର ଗୋପସ୍ଥିତ ନିର୍ମାଲ୍ୟ ପ୍ୟାଲେସରେ ଅନୁଷ୍ଠିତ ହୋଇଯାଇଅଛି । ସଂଘର ବରିଷ୍ଠ ଉପଦେଷ୍ଟା ପ୍ରାକ୍ତନ ଅଧ୍ୟକ୍ଷ ଅଜୟ କୁମାର ସାମଲ ଓ ସ୍ପର୍ଶ ହେଲ୍‌ଥକେୟାର ଭୂବେନେଶ୍ୱର ମୁଖ୍ୟ ପରିଚାଳକ ସୈାମେନ୍ଦ୍ର ମିଶ୍ର ଉକ୍ତ କର୍ମଶାଳାକୁ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । କାର୍ଯ୍ୟକାରୀ ସଭାପତି ଡଃ ଦିଲ୍ଲୀପ କୁମାର ମିଶ୍ର ହୃଦରୋଗ ସମ୍ବନ୍ଧୀୟ କର୍ମଶାଳାରର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ପ୍ରଥମେ ସ୍ପର୍ଶ ହସପିଟାଲ୍ ଆଣ୍ଡ କ୍ରିଟିକାଲ କେୟାରର ହୃଦରୋଗ ବିଶେଷଜ୍ଞ ଡାକ୍ତର ଗୁରୁଦତ ମହାରଣା ହୃଦରୋଗର ପ୍ରାଥମିକ ଲକ୍ଷଣ, ପ୍ରାଥମିକ ଚିକିତ୍ସା ଓ ସଂପୂର୍ଣ୍ଣ ଆରୋଗ୍ୟର ଚିକିତ୍ସା ପ୍ରଣାଳୀ ସମ୍ବନ୍ଧରେ ଆଲୋଚନା କରିଥିଲେ । ପରେ ବରିଷ୍ଟନାଗରିକମାନଙ୍କ ର ହୃଦରୋଗ ସମ୍ବନ୍ଧୀୟ ବିଭିନ୍ନ ପ୍ରଶ୍ନର ଉତ୍ତର ପ୍ରଦାନ କରିଥିଲେ । ସ୍ପର୍ଶ ହେଲଥ କେୟାରର ବରିଷ୍ଟ ପରିଚାଳକ ପ୍ରତୀକ ମହାନ୍ତି ହୃଦରୋଗର ଚିକିତ୍ସା କିପରି ସୁବିଧାରେ ହୋଇପାରିବ ସେ ସମ୍ବନ୍ଧରେ ବିଶଦଃ ଆଲୋଚନା କରିଥିଲେ ଓ ଆଗାମୀଦିନରେ କେନ୍ଦ୍ରାପଡାରେ ହୃଦରୋଗର ସରଳ ଚିକିତ୍ସା ହୋଇପାରିବ ସେଥିପାଇଁ ପ୍ରସ୍ତାବ ରଖିଥିଲେ । ମୁଖ୍ୟ ପରିଚାଳକ ସୈମେନ୍ଦ୍ର ମିଶ୍ର ହୃଦରୋଗ ରୋବୋଟିକ୍ ସର୍ଜରୀ ଓ ନାନା ପ୍ରକାର ଆଧୁନିକ ଚିକିତ୍ସା ସମ୍ବନ୍ଧରେ ଆଲୋଚନା କରିଥିଲେ । ଉକ୍ତ ସ୍ୱାସ୍ଥ୍ୟ ସଚେତନତା କର୍ମଶାଳାରେ ଶତାଧିକ ବରିଷ୍ଠନାଗରିକ ଓ ହୃଦରୋଗୀ ଅଂଶ ଗ୍ରହଣ କରିଥିଲେ । ଉକ୍ତ କର୍ମଶାଳାରେ ସଂଗଠନର କର୍ମକର୍ତ୍ତା ଓ ସଭ୍ୟସଭ୍ୟମାନେ ଯୋଗ ଦେଇ ପରିଚାଳନାରେ ସହଯୋଗ କରିଥିଲେ । ବୈଷ୍ଣବ ଚରଣ ସ୍ୱାଇଁ, କରୁଣାକର ଦାସ, ନରୋତ୍ତମ ଜେନା, ଭାଗୀରଥି ଜେନା, ଧିରେନ କୁମାର ବେହେରା, ଉପେନ୍ଦ୍ର ସ୍ୱାଇଁ ଦୟାନିଧି ପାତ୍ର, ଶ୍ରୀନିବାସ ପରିଡା, ଗୋଲଖ ଚନ୍ଦ୍ର ମହାଭୋଇ, ରାଜକୁମାର ବିଶ୍ୱାଳ, ଡଃ ପ୍ରଭାକର ମଲ୍ଲିକ, ପ୍ରଶାସନ ଅଧିକାରୀ ବିଜୟ କୁମାର ନାୟକ, ଶ୍ରୀକାନ୍ତ କୁମାର ସାହୁ, ମଧୁସୂଦନ ବାରିକ, ମଦନମୋହନ ରାଉତ, ଗୈାରାଙ୍ଗ ଚରଣ ସାହୁ, ଓ ଅନ୍ୟମାନେ ଏହି କର୍ମଶାଳାରେ ଅଂଶଗ୍ରହଣ କରିଥିଲେ । ଶେଷରେ ବାର୍ତ୍ତା ସଂପାଦକ ପ୍ରକୃତି ବନ୍ଧୁ ନୃସିଂହ ଚରଣ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Next Post

ପଟ୍ଟାମୁଣ୍ଡାଇରେ ବନ୍ୟା ; ବିଗତ ୨୪ ଘଂଟା ମଧ୍ୟରେ ନଦୀର ଜଳସ୍ତର ସାମାନ୍ୟ ହ୍ରାସ , ୧୪ ପଂଚାୟତ ଓ ୧୧ ୱାର୍ଡ ଜଳମଗ୍ନ,

Sat Aug 1 , 2026
ପଟ୍ଟାମୁଣ୍ଡାଇ ୧/୮  – ବ୍ରାହ୍ମଣୀ ନଦୀରେ ବନ୍ୟାଆସିବା ଫଳରେ ପଟ୍ଟାମୁଣ୍ଡାଇ ବ୍ଲକର ୧୪ଟି ପଂଚାୟତ ଏବଂ ପୌରାଂଚଳର ୧୧ଟି ୱାର୍ଡର ହଜାର ହଜାର ଲୋକ ସମ୍ପୂର୍ଣ୍ଣ ବିପନ୍ନ ହୋଇପଡ଼ିଛନ୍ତି। ଯଦିଓ ବିଗତ ୨୪ ଘଂଟା ମଧ୍ୟରେ ନଦୀର ଜଳସ୍ତର ସାମାନ୍ୟ ହ୍ରାସ ପାଇଛି, ତଥାପି ବନ୍ୟା ଘେରରେ ଥିବା ବିପନ୍ନଙ୍କ ଦୁର୍ଦ୍ଦଶା କମିବା ବଦଳରେ ଆହୁରି ବୃଦ୍ଧି ପାଇବାରେ ଲାଗିଛି। ବନ୍ୟା ପାଣି ଗାଁ ଦାଣ୍ଡ, ଘରଦ୍ୱାର ଓ ମୁଖ୍ୟ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading