
ପଟ୍ଟାମୁଣ୍ଡାଇ ୧୨/୬ -କେନ୍ଦ୍ରାପଡ଼ା ଜିଲା ଅବକାରୀ ବିଭାଗ ପକ୍ଷରୁ ବୁଧବାର କେନ୍ଦ୍ରାପଡା ଅଂଚଳର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୨୩୨ ଲିଟର ଦେଶୀ ବିଦେଶୀ ମଦ ଜବତ କରାଯାଇ ଜଣେ ମହିଳା ସମେତ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧୀକ୍ଷକ ବିପ୍ର ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅବକାରୀ ନିରିକ୍ଷକ ହିତାଂଶୁ ଶେଖର ମଲ୍ଲିକ, ଅବକାରୀ ଉପନିରିକ୍ଷକ ଧର୍ମପଦ ଦାସ ଏବଂ ଅନ୍ୟ କର୍ମଚାରୀ ସାମିଲରେ ଭରତପୁର ସତ୍ୟମ କୁମାର ରାଉତଙ୍କ ଠାରୁ ୩୪ ଲିଟର ଦେଶୀ ମଦ, ପୁରୁଷୋତମପୁର ଗ୍ରାମର ରମେଶ ଚନ୍ଦ୍ର ସ୍ୱାଇଁଙ୍କ ଠାରୁ ୨୯ ଲିଟର ଦେଶୀ ମଦ, କନ୍ତଆ ଗ୍ରାମର ଜିତେନ୍ଦ୍ର କୁମାର ଜେନାଙ୍କ ଠାରୁ ୩୭ ଲିଟର ବିଦେଶୀ ମଦ, କଶଟି ଗ୍ରାମର ଅଲେଖ ମଳିକଙ୍କ ଠାରୁ ୨୮ ଲିଟର ଦେଶୀ ମଦ, ଦାନପୁର ଗ୍ରାମର ନିର ଜେନାଙ୍କ ଠାରୁ ୩୧ ଲିଟର ବିଦେଶୀ ମଦ, ହରିଅଙ୍କ ଗ୍ରାମର ଦୋଳଗୋବିନ୍ଦ ମଳିକଙ୍କ ଠାରୁ ୪୧ ଲିଟର ବିଦେଶୀ ମଦ ଓ କଜଳା ଗ୍ରାମର ସୁକାନ୍ତି ଦାସଙ୍କ ଠାରୁ ୩୨ ଲିଟର ଦେଶୀ ଜବତ କରାଯାଇ ଜଣେ ମହିଳା ସମେତ ୭ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି କେନ୍ଦ୍ରାପଡା ଅବକାରୀ ଅଧିକ୍ଷକ ମଣ୍ଡଳ କହିଛନ୍ତି ।
