ଡିସେମ୍ବର ୨୬ରେ କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ବାର୍ଷିକୋତ୍ସବ

blank
କେନ୍ଦ୍ରାପଡା,୩୧ା୮: କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ମାସାନ୍ତ ରବିବାସରୀୟ ସାହିତ୍ୟ ଆସର, କବିତା ପାଠୋତ୍ସବ ଓ ଆଲୋଚନା ଚକ୍ର ସାହିତ୍ୟ ସଂସଦର କାର୍ଯ୍ୟକାରୀ ସଭାପତି କବି କରୁଣାକର ଦାସଙ୍କ ଅଧ୍ୟକ୍ଷତାରେ ପବ୍ଲିକ ରିଡିଂରୁମ ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଖ୍ରୀଷ୍ଟ କଲେଜର ଅବସର ପ୍ରାପ୍ତ ଅଧ୍ୟକ୍ଷ ଡଃ ସୁରେନ୍ଦ୍ରନାଥ ଆଚାର୍ଯ୍ୟ, ମୁଖ୍ୟବକ୍ତା ଭାବରେ ସ୍ତମ୍ବାକାର ଡଃ ସର୍ବେଶ୍ୱର ସେଣ, ସାହିତ୍ୟ ସଂସଦର ସଂପାଦକ ଶୁଭାଂଶୁ କୁମାର ଦାସ, ଉପସଭାପତି ବରିଷ୍ଠ ଆଇନଜିବୀ ରାମକୃଷ୍ଣ ଦାଶ, ପ୍ରଦୀପ କୁମାର ଦାଶ, ପ୍ରେମଲତା ଗିରି, ସଂଗଠନ ସଂପାଦକ ଆଦିକନ୍ଦ ରାଉଳ, ଯୁଗ୍ମ ସଂପାଦକ ଶ୍ରୀଧର କୁମାର ଭୋଳ, ବରେଣ୍ୟଅତିଥି ଭାବରେ ତୁଳସୀ ମହିଳା ବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ଅଜୟ କୁମାର ସାମଲ, ଡଃ ନାରାୟଣ ପ୍ରସାଦ ଜେନା, ଡଃ ଚୈତନ୍ୟ ଚରଣ ପରିଡା,କେଶବ ସେଠୀ, ରଜନୀକାନ୍ତ ଦାସ, ଗଗନ ବିହାରୀ ଜେନା, ଅମର ପ୍ରସାଦ ରାଉତ, ମଧୁସୂଦନ ଗେରୁ, ଅଜୟ କୁମାର ପାତ୍ର, ବରିଷ୍ଟ ଗାଳ୍ପିକା ଅବନ୍ତି ବେହେରା, ରଣଧିର ଜେନା, ଅନନ୍ତ ଚରଣ ନାୟକ, ମନୋରଞ୍ଜନ ତ୍ରିପାଠୀ, ଶ୍ରୀଧର କୁମାର ମହାନ୍ତି, ବିଷ୍ଣୁ ପ୍ରିୟା ସାମଲ, ପ୍ରଫୁଲ୍ଲ କୁମାର ଦାସ, ତପସ୍ୱିନୀ ପଟ୍ଟନାୟକ, ମମତା ଶାତପଧି, ମଧୁସୂଦନ ଦାଶ, ନିଗମା ନନ୍ଦ ଦାସ, ରଞ୍ଜନ ବାଇ, ମନୋଜ ଦାସ, ଆଶିଷ ସେନାପତି, ଗାୟକ ପ୍ରଫୁଲ୍ଲ ଦାସ, ପ୍ରେମାନନ୍ଦ ଜେନା ପ୍ରମୁଖ ଯୋଗଦାନ କରି ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଡିସେମ୍ବର ୨୬ତାରିଖରେ କରାଯିବାକୁ ମତ ପୋଷଣ କରିଥିଲେ । ଏଥି ନିମନ୍ତେ ଲେଖା ପଠାଇବାର ଶେଷ ତାରିଖ ଅକ୍ଟୋବର ୩୧ତାରିଖ ସୁଦ୍ଧା ପଠାଇବାଉକୁ ସାହିତ୍ୟକ ମାନଙ୍କୁ ଅନୁରୋଧ କରାଯାଇଥିଲା । ଏହି ଅବସରରେ ଡ. ନାରାୟଣ ଜେନାଙ୍କ ସଂଯୋଜନାରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଶେଷରେ ଶନ୍ୟବାଦ ଜ୍ଞାପନ କରିଥିଲେ ଶ୍ରୀଧର କୁମାର ଭୋଳ ।

Next Post

ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ଆହ୍ୱାନରେ ଜିଲ୍ଲା କନ୍‌ଭେନ୍‌ସନ୍

Sun Aug 31 , 2025
କେନ୍ଦ୍ରାପଡା,୩୧ା୮: ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ଆହ୍ୱାନରେ ଜିଲ୍ଲା କନ୍‌ଭେନ୍‌ସନ୍ ଦୁହୁରିଆ ସ୍ଥିତ ଓଷ୍ଟା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ଓଷ୍ଟାର ସଭାପତି ଅଶୋକ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଅଛି । ପ୍ରାରମ୍ଭରେ ସମନ୍ୱୟ ସମିତିର ଆବାହକ ଭଗବାନ ସାହୁ କନ୍‌ଭେନସନ୍‌ର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ରାଜ୍ୟ ଓଷ୍ଟାର ସମ୍ପାଦକ ଶିକ୍ଷକ ନେତା ପ୍ରଣବ କୁମାର ଜେନା ଆନ୍ଦୋଳନର ସ୍ଥିତି, ସମନ୍ୱୟ ସମିତିର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading