ଦାମୋଦରପାଟଣା ଗ୍ରାମରେ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ମହାସମାରୋହରେ ପାଳିତ

blank
ପଟ୍ଟାମୁଣ୍ଡାଇ,୭ା୯-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ପଂଚାୟତର ଦାମୋଦରପାଟଣା ଗ୍ରାମରେ ଚଳିତ ବର୍ଷ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ଅତ୍ୟନ୍ତ ଆଧ୍ୟାତ୍ମିକ ଓ ଚିତ୍ତାକର୍ଷକ ପରିବେଶ ମଧ୍ୟରେ ମହା ସମାରୋହରେ ସମ୍ପନ୍ନ ହୋଇଯାଇଛି। ଗ୍ରାମର କୈଳାସ ଚନ୍ଦ୍ର ଦାସଙ୍କ ପ୍ରତିଷ୍ଠିତ ରାଧାରଣୀ ମନ୍ଦିର ପ୍ରାଙ୍ଗଣରେ ଏହି ଭବ୍ୟ ଉତ୍ସବର ଆୟୋଜନ କରାଯାଇଥିଲା। ପଣ୍ଡିତ ସିଦ୍ଧାର୍ଥ ଶଙ୍କର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନ୍ୟାନ୍ୟ ବେଦଜ୍ଞ ବ୍ରାହ୍ମଣମାନେ ଶାସ୍ତ୍ରୀୟ ରୀତିନୀତି ଅନୁସାରେ ନନ୍ଦ ଉତ୍ସବର ସମସ୍ତ ନୀତିକାନ୍ତି ଓ ଯଜ୍ଞ କାର୍ଯ୍ୟ ସମ୍ପନ୍ନ କରିଥିଲେ। ଏହି ଅବସରରେ ପ୍ରଭୁଙ୍କର ଏକ ସୁସଜ୍ଜିତ ବିମାନ ସହ ଭକ୍ତମାନେ ବାଜା, ରୋଷଣୀ ଓ ହରିବୋଲ ହୁଳହୁଳି ଧ୍ୱନି ମଧ୍ୟରେ ନଗର ପରିକ୍ରମା କରିଥିଲେ। ଏଥିରେ ଶହ ଶହ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। ଦିନସାରା ଆଧ୍ୟାତ୍ମିକ ପରିବେଶ ପରେ ସନ୍ଧ୍ୟାରେ ମନ୍ଦିର ପ୍ରାଙ୍ଗଣରେ ଭଜନ ସନ୍ଧ୍ୟା ଆୟୋଜିତ ହୋଇଥିଲା। ଭକ୍ତମାନେ ମନମୁଗ୍ଧକର ସାଂସ୍କୃତିକ ପରିବେଷଣକୁ ଉପଭୋଗ କରିବା ସହ ପ୍ରସାଦ ସେବନ କରିଥିଲେ। ଏହି ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା,୧୫ନଂ ଜୋନ ପୂର୍ବତନ ଜିଲା ପରିଷଦ ସଭ୍ୟା ସରୋଜିନୀ ଦାସ ,ଯୁବସମାଜସେବୀ ସୁକାନ୍ତ ରାଉତ, ପୂର୍ବତନ ସରପଂଚ କିଶୋର ବେହେରା ଓ ରମେଶ ଦାସ, ସାମାଜିକ କର୍ମୀ ଗଗନ ମହାଳିକ, ଯୁବନେତା ପ୍ରକାଶ ଦାସ, ପ୍ରତାପ ବିଶ୍ୱାଳ ,ପଦ୍ମନାଭ ନାୟକ, ବସନ୍ତ ଦାସ, ଶିକ୍ଷାବିତ ବିଚିତ୍ରାନନ୍ଦ ବେହେରା,ସୁଶାନ୍ତ ଦାସ, କିଶୋର ନାୟକ, ଅନ୍ତର୍ଯ୍ୟାମୀ ନାୟକ, ସୁବାଷ ଦାସ, ଉଲ୍ଲାସ ଦାସ, ରଶ୍ମି ରଞ୍ଜନ ଦାସ, ସୌମ୍ୟରଞ୍ଜନ ଦାସ, ଶିବାନନ୍ଦ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଦୀର୍ଘ ବର୍ଷ ଧରି ନିଷ୍ଠାର ସହ କୈଳାସ ଏହି ପବିତ୍ର ପର୍ବ ପାଳନ କରିଆସୁଥିବା ବେଳେ ଦାମୋଦରପାଟଣା ଗ୍ରାମବାସୀଙ୍କ ଏକତା ଓ ଭକ୍ତିଭାବ ଯୋଗୁଁ ଏହି ଉତ୍ସବ ଅତ୍ୟନ୍ତ ଆନନ୍ଦଉଲ୍ଲାସ ମଧ୍ୟରେ ଶେଷ ହୋଇଛି।

Leave a Reply

Next Post

ସାମାଜିକ ସଦ୍ଭାବନା ପକ୍ଷରୁ ଆଧ୍ୟାତ୍ମିକ ସଂଗଠନ ପ୍ରମୁଖ ସମ୍ମିଳନୀ

Mon Sep 7 , 2026
କେନ୍ଦ୍ରାପଡ଼ା,୭ା୯:କେନ୍ଦ୍ରାପଡ଼ା ଜିଲ୍ଳା ସାମାଜିକ ସଦ୍ଭାବନା ପକ୍ଷରୁ ଜିଲାସ୍ତରୀୟ ଆଧ୍ୟାତ୍ମିକ ସଂଗଠନ ପ୍ରମୁଖ ସମ୍ମିଳନୀ ଇଚ୍ଛାପୁର ରଥଦାଣ୍ଡ ସ୍ଥିତ ଶ୍ରୀବଳଦେବଜୀଉଙ୍କ ଯାତ୍ରୀନିବାସ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ରାଷ୍ଟ୍ରବାଦୀ ପ୍ରବକ୍ତା ତଥା ସଂସ୍କୃତ ବିଦ୍ୱାନ ବିଦ୍ୟାଭୂଷଣ ଡ଼ ଗୌତମ ମହାରଣା ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ନୀତିନିଷ୍ଠ ଓ ମୂଲ୍ୟବୋଧଭିତ୍ତିକ ସମାଜ ଜାଗରଣରେ ଆଧ୍ୟାତ୍ମିକ ସଂଗଠନ ମାନଙ୍କର ନେତୃତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। ତେବେ ପରସ୍ପର ମଧ୍ୟରେ ସଦ୍ଭାବ ଓ ସୌହାର୍ଦ୍ଦ୍ୟ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading