କୃଷି ବିଦ୍ୟାନିଧି ଯୋଜନା ଛାତ୍ରବୃତ୍ତି ଆଦେଦନ ସମୟ ବୃଦ୍ଧି କରିବାକୁ ଦାବି

blank
କେନ୍ଦ୍ରାପଡ଼ା,୮ା୧୨:ରାଜ୍ୟ ସରକାରଙ୍କ କୃଷି ବିଭାଗ ଅଧିନରେ ମୁଖ୍ୟମନ୍ତ୍ରୀ କିଷାନ ଯୋଜନାରେ ଅନ୍ତର୍ଭୁକ୍ତ ପରିବାରର ବୈଷୟିକ ଶିକ୍ଷା ଅଧ୍ୟୟନ କରୁଥିବା ଶିକ୍ଷାର୍ଥୀଙ୍କୁ କୃଷି ବିଦ୍ୟାନଧି ଯୋଜନାରେ ଛାତ୍ର ବୃତ୍ତି ପ୍ରଦାନ କରାଯାଇଥାଏ। ଚଳିତ ବର୍ଷ ପାଇଁ ଅକ୍ଟୋବର ମାସ ୧୫ତାରିଖରୁ ନଭେମ୍ବରମାସ ୩୦ତାରିଖ ପର୍ଯ୍ୟନ୍ତ ଏହି ଯୋଜନାରେ ଛାତ୍ରବୃତ୍ତି ଆବେଦନ ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଏହି ସମୟ ଅବଧି ମଧ୍ୟରେ ସର୍ଭର ଡାଉନ ରହିବା, ଏନ.ପି.ସି.ଆଇ. ଠିକ ଭାବରେ କାମନକରିବା ଓ ଅନ୍ୟାନ୍ୟ ବୈଷୟିକ ତୃଟି ଜନିତ କାରଣରୁ ଛାତ୍ରଛାତ୍ରୀମାନେ ଜନସେବା କେନ୍ଦ୍ରକୁ ବାରମ୍ବାର ଦୈାଡି ଦୈାଡି ନୟାନ୍ତ ହେରାଇଥିଲେବି ଧାର୍ଯ୍ୟ ସମୟସୀମା ମଧ୍ୟରେ ଆବେଦନ କରିବା ସମ୍ଭବପର ହୋଇପାରି ନାହିଁ। ଏହି ଛାତ୍ରବୃତ୍ତି ଆବେଦନରୁ କେନ୍ଦ୍ରାପଡା ଜିଲ୍ଲାର ନର୍ସିଂ, ଆଇ.ଟି.ଆଇ., ଇଞ୍ଜିନିଅରିଂ ଓ ଫାର୍ମାସିଷ୍ଟର ବହୁ ଛାତ୍ରଛାତ୍ରୀ ବଞ୍ଚିତ ହୋଇଥିବାରୁ ଏହାର ଆବେଦନ ସମୟସୀମାକୁ ବୃଦ୍ଧି କରାଯିବାକୁ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଦାବି କରାଯାଇଛି।

Next Post

ଚୋରାମଦ ସମେତ କଫ ସିରପ ଜବତ,୪ଗିରଫ

Mon Dec 8 , 2025
କେନ୍ଦ୍ରାପଡ଼ା,୮ା୧୨: କେନ୍ଦ୍ରାପଡ଼ା ଅବକାରୀ ବିଭାଗ ପକ୍ଷରୁ ମାର୍ଶାଘାଇ ଓ ଜମ୍ବୁ ସାମୁଦ୍ରିକ ଥାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଆଠବାଟିଆ ଗ୍ରାମର ଶିବ ପ୍ରସାଦ ନାୟକ ଓ ବାଘଡିଆ ଗ୍ରାମର ସିଲୁ ପ୍ରସାଦ ନାୟକଙ୍କ ଠାରୁ ବହୁପରିମାନର କଫ୍ ସିରପ୍‌, ତୋଷିଆବେଲାରି ଗ୍ରାମର ରବୀନ୍ଦ୍ର ମାହାକୁଡଙ୍କ ଠାରୁ ଦେଶୀ ରନ୍ଧା ଚୋରାମଦ ଓ ଅମ୍ଭାବେଲାରୀ ଗ୍ରାମର ଜୀବୀନ୍ଦ ଜ୍ଞାନଙ୍କ ଠାରୁ ଗୁଡ ପୋଚ ମଦ ଜବତ କରାଯାଇ ସେମାନଙ୍କୁ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading