ସି.ଏମ୍‌.ଟ୍ରଫି ୧୪ ବର୍ଷରୁ କମ ଖୋ ଖୋ ଚୟନ ପ୍ରତିଯୋଗିତା ଉଦ୍‌ଯାପିତ ୧୬ଟି ଦଳ ମନୋନୀତ

blank
କେନ୍ଦ୍ରାପଡ଼ା ୪ା୨: ସି.ଏମ୍‌.ଟ୍ରଫି ୧୪ ବର୍ଷରୁ କମ୍ ବାଳକ ଓ ବାଳିକା ଖୋ ଖୋ ପ୍ରତିଯୋଗିତାର ଚୟନ ପ୍ରତିଯୋଗୀତା ଶନିବାର ଦିନ କେନ୍ଦ୍ରାପଡା ମହାବିଦ୍ୟାଳୟ ପରିସରରେ ଜିଲ୍ଲାର ବ୍ଲକ ଓ ପୈାରାଞ୍ଚଳ ଅନ୍ତର୍ଗତ ଉଚ୍ଚ ବିଦ୍ୟାଳୟର ବିଭିନ୍ନ କ୍ରିଡାବିତ ମାନେ ଭାଗନେଇ ଥିଲେ । ପାଖାପଖି ୨୫୦ଟି ଭଲିବଲ ବାଳକ/ବାଳିକାମାନେ ଅଂଶଗ୍ରହଣ କରିଥିଲେ । ଏଥିରୁ ବଛାବଛା ଭଲ ପ୍ରଦର୍ଶନ କରିଥିବା ୧୦ଟି ଦଳ ବାଳକ ଓ ୬ଟି ବାଳିକା ବିଭାଗର ଖେଳାଳୀ ମାନେ ସିଏମଟ୍ରଫି ଜିଲ୍ଲା ସ୍ତରୀୟ ଖୋ ଖୋ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି କ୍ରିଡା ସଂସଦର ସାଧାରଣ ସମ୍ପାଦକ ସୟଦ ଅକମଲ ଅଲ୍ଲୀ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା କ୍ରିଡା ଅଧିକାରୀ ଲୋକାନାଥ ପାଣିଗ୍ରାହୀ ଯୋଗଦେଇଥିଲେ । କ୍ରିଡା ଶିକ୍ଷକ ଶଶାଙ୍କ ସାହୁ, ମନୋଜ ସାହୁ, ଅମ୍ବିକା ମହାନ୍ତି, ଦେବେନ୍ଦ୍ର ସାହୁ, ସାବେରା ଖାନମ, ଯାମୁନି ଦାସ, ଅଶୋକ କୁମାର ସାହୁ, ସସ୍ମିତା ପଣ୍ଡା, ଚନ୍ଦନ ମହାପାତ୍ର, ଜ୍ୟୋର୍ତିମୟୀ ଦାସ ପ୍ରଭୃତି ଯୋଗ ଦେଇଥିଲେ ।

Next Post

ପୁନର୍ବାସ ପକ୍ଷରୁ ଡାଇଲଗ୍ ଅନ୍ ଡିଜାବିଲିଟି- ୨ ଅନୁଷ୍ଠିତ

Sat Feb 7 , 2026
କେନ୍ଦ୍ରାପଡା ୭/୨- କେନ୍ଦ୍ରାପଡା ଜିଲ୍ଳାରେ ଭିନ୍ନକ୍ଷମଙ୍କ ଥେରାପି ସେବା,ସଚେତନତା ଓ ସଶକ୍ତିକରଣ ନିମନ୍ତେ କାର୍ଯ୍ୟରତ ଅନୁଷ୍ଠାନ ପୁନର୍ବାସ ପକ୍ଷରୁ ଡାଇଲଗ ଅନ୍ ଡିଜାବିଲିଟି ବକ୍ତୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମାଧପୁରସ୍ଥିତ ପୁନର୍ବାସର ମିନି ସମ୍ମିଳନୀ କକ୍ଷରେ ଅନୁଷ୍ଠାନର ଉପଦେଷ୍ଟା ବିରଜା ରାଉତରାୟଙ୍କ ସଂଚାଳନରେ ଏହି ଡାଇଲଗ ସିରିଜର ଦ୍ୱିତୀୟ ପର୍ଯ୍ୟାୟ ଆୟୋଜିତ ହୋଇଥିଲା। କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଓ ଡିଜାବିଲିଟି ସେଲର ନିର୍ଦେଶକ ଡ଼ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading