ଜିଲାପାଳଙ୍କ ସବ ଡିଭିଜନ ହସ୍ପିଟାଲ ପରିଦର୍ଶନ

blank
ପଟ୍ଟାମୁଣ୍ଡାଇ ୨/୮- କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆର ଆୟାର ଶନିବାର ପଟ୍ଟାମୁଣ୍ଡାଇ ବ୍ଲକର ବନ୍ୟାଂଚଳ ପରିଦର୍ଶନ କରି ଫେରିବା ପରେ ଅଚାନକ ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲ ପରିଦର୍ଶନ କରିଥିଲେ ।ଜିଲାପାଳ ବିଭିନ୍ନ ୱାର୍ଡ ବୁଲି ରୋଗୀ ଚିକିତ୍ସା ବ୍ୟବସ୍ଥା ତଦାରଖ କରିବା ସହିତ ରୋଗୀ ସେବା ଉପରେ ରୋଗୀମାନଙ୍କୁ ପଚାରି ବୁଝିଥିଲେ । ହସ୍ପିଟାଲ ପରିସର ବୁଲିବା ସହିତ ଔଷଧ ବିତରଣ କେନ୍ଦ୍ର, ପରୀକ୍ଷାଗାର ସମେତ ଆଉଟ ଡୋର, ଇନଡୋର ମଧ୍ୟ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ । ଏହା ପରେ ଏକ ଉଚ୍ଚସ୍ତରୀୟ ବୈଠକରେ ଜିଲାପାଳ ରୋଗୀ ସେବା, ମାଗଣା ଔଷଧ ବଂଟନ, ଇନଡୋର, ଆଉଟଡୋର ରୋଗୀ ଚିକିତ୍ସା, ପରିଷ୍କାର, ପରିଛନ୍ନ ଓ ପରିମଳ ସର୍ବୋପରି ପିଇବା ପାଣି ଯୋଗାଣ ଉପରେ ସମୀକ୍ଷା କରି ଉତମ ପରିବେଶ ବଜାୟ ରଖି ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ନିର୍ଦେଶ ଦେଇଥିଲେ । ଜିଲାପାଳଙ୍କ ସହିତ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ,ବିଡ଼ିଓ ଅଶୋକ ମହାନ୍ତି, ସବଡିଭିଜନ ମେଡିକାଲ ଅଫିସର ଡ଼ା ନିରାକାର ପରିଡା ସମେତ ବହୁ ପ୍ରଶାସନିକ ଅଧିକାରୀ ସାମିଲ ହୋଇଥିଲେ ।

Next Post

ପରମହଂସ ପଜ୍ଞାନନନ୍ଦଜୀ ୬୬ତମ ଜନ୍ମ ଜୟନ୍ତୀ ଉପଲକ୍ଷେ,ଆସନ୍ତା ୧୦ରେ ରକ୍ତଦାନ ଶିବିର

Sat Aug 2 , 2025
ପଟ୍ଟାମୁଣ୍ଡାଇ ୨/୮ – ଆନ୍ତର୍ଯ୍ୟାତିକ ଖ୍ୟାତିସମ୍ପନ୍ନ କ୍ରିୟାଯୋଗୀ ପରମହଂସ ପଜ୍ଞାନାନନ୍ଦଜୀଙ୍କ ୬୬ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଅଗଷ୍ଠ ୧୦ରେ ଏକ ରକ୍ତଦାନ ଶିବର ଆୟୋଜନ କରାଯିବ । ଏଥିନେଇ ଦିତୀୟ ପ୍ରସ୍ତୁତି ବୈଠକ ପଟ୍ଟାମୁଣ୍ଡାଇ ହରିହରାନନ୍ଦ ଧ୍ୟାନମନ୍ଦିର ବେଲତଳ ଠାରେ ଶନିବାର ସଂନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସ୍ୱାମୀ ସୁଗିଦାନନ୍ଦ ଗିରି, ସ୍ୱାମୀ ବ୍ରଜେଶାନନ୍ଦ ଗିରି , ସ୍ୱାମୀ ଧ୍ୟାନନିଷ୍ଠାନନ୍ଦ ଗିରି, ବାବା ଗୋପିନାଥ କର, ବାବା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading