ପାୱାର ପଏଣ୍ଟ ଇଞ୍ଜିନିଅରିଂ ପକ୍ଷରୁ ସୁରକ୍ଷା ସମ୍ପର୍କ ସଚେତନତା ସଭା

blank
କେନ୍ଦ୍ରାପଡ଼ା,୧୯ା୪: ପାୱାର ପଏଣ୍ଟ ଇଞ୍ଜିନିଅରିଂ ସଂସ୍ଥା ପକ୍ଷରୁ ତିନିମୁହାଣି ନିକଟସ୍ଥତ ହୋଟେଲ ବିନାୟକ ପ୍ୟାଲେସ ପରିସରରେ କେନ୍ଦ୍ରାପଡା ବିଦ୍ୟୁତ ଡିଭିଜନର ଟି.ପି.ସି.ଓ.ଡି.ଏଲ. କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟମାନଙ୍କ ନିମନ୍ତେ ଏକ ସୁରକ୍ଷା ସମ୍ପର୍କ ସଚେତନତା ସଭା ଶନିବାର ଅନୁଷ୍ଠିତ ହୋଇଯାଇଛି। ପାୱାର ପଏଣ୍ଟ ଇଞ୍ଜିନିଅରିଂ ସଂସ୍ଥାର ପରିଚାଳନା ନିର୍ଦେଶକ ସମୀର କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଚେତନତା ସଭାରେ ମୁଖ୍ୟଅତିଥି ଭାବେ ଟିପିସିଓଡିଏଲର ମୁଖ୍ୟ ସୁରକ୍ଷା ଅଧିକାରୀ ରାଜେଶ ପ୍ରହଲ୍ଲାଦ ଶର୍ମା, ଟିପିସିଓଡିଏଲର କଣ୍ଟ୍ରାକ୍ଟ ସେଲ ଗ୍ରୁପର ମୁଖ୍ୟ ବିପିନ ଚହ୍ୱାନ, ଷ୍ଟୋରମୁଖ୍ୟ ମହେନ୍ଦ୍ର ତ୍ରିପାଠୀ, ଟିପିସିଓଡିଏଲର ପାରାଦୀପ ସର୍କଲ ମୁଖ୍ୟ ଇଂ ଶିବ ପ୍ରସାଦ ସ୍ୱାଇଁ, ଟିପିସିଓଡିଏଲ କେନ୍ଦ୍ରାପଡା ଡିଭିଜନର ସହକାରୀ ସାଧାରଣ ପରିଚାଳକ ଇଂ ପ୍ରତାପ ସ୍ୱାଇଁ, ଟିପିସିଓଡିଲ ୩୩କେଭି ଅପରେସନାଲ ମେଣ୍ଟେନାନ୍ସ ମୁଖ୍ୟ ନରେଶ କାପୁର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଟିପିସିଓଡିଏଲରେ କାର୍ଯ୍ୟରତ ଲାଇନମ୍ୟାନ, ହେଲପର ଓ ଅନ୍ୟ କ୍ଷେତ୍ର କର୍ମଚାରୀମାନଙ୍କ ସୁରକ୍ଷା ସମ୍ପର୍କରେ ବିଭିନ୍ନ ଉପାଦେୟ ତଥ୍ୟ ଉପସ୍ଥାପନା କରିଥିଲେ। ଏଥିସହିତ ବିଦ୍ୟୁତ କର୍ମଚାରୀଙ୍କ ସୁରକ୍ଷା ସମ୍ପର୍କିତ ଏକ କ୍ଷୁଦ୍ର ଚଳଚିତ୍ର ମଧ୍ୟ ସଭାରେ ପ୍ରଦର୍ଶିତ ହୋଇଥିଲା। ଅତିଥିମାନେ କହିଥିଲେ ଯେ ପ୍ରଥମେ ବିଦ୍ୟୁତ କର୍ମଚାରୀମାନେ ନିଜର ସୁରକ୍ଷା ପ୍ରତି ଉଚିତ ଧ୍ୟାନ ଦେବା ସହ ବିଦ୍ୟୁତ ନିରୋଧକ ସମସ୍ତ ସରଞ୍ଜାମ ବ୍ୟବହାର କରିବା ଉଚିତ। ଏହାବ୍ୟତିତ ସେମାନେ କାର୍ଯ୍ୟକୁ ଯିବା ପୂର୍ବରୁ ସୁରକ୍ଷା ହେଲମେଟ ଓ ଗ୍ଲୋଭସ ସମେତ ଅନ୍ୟାନ୍ୟ ସମସ୍ତ ଆବଶ୍ୟକ ଉପକରଣ ପରିଧାନ କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ କେତେକ କ୍ଷେତ୍ର କର୍ମଚାରୀଙ୍କୁ ସେମାନଙ୍କ କାର୍ଯ୍ୟଦକ୍ଷତା ପାଇଁ ପୁରସ୍କୃତ କରାଯାଇଥିଲା। ଏହି ସଭାକୁ ପାୱାର ପଏଣ୍ଟ ଇଞ୍ଜିନିଅରିଂର ସେକ୍ସନ ଇଞ୍ଜିନିଅର ରାକେଶ କୁମାର ବେହେରା ଓ ସର୍କଲ ସୁରକ୍ଷା ଅଧିକାରୀ କାର୍ତ୍ତିକ ଚନ୍ଦ୍ର ସାହୁ ପ୍ରମୁଖ ପରିଚାଳନା କରିଥିଲେ। ଏହି ସଚେତନତା ସଭାରେ ଶତାଧିକ ଲାଇନମ୍ୟାନ,ହେଲପର ଓ ଅନ୍ୟ କ୍ଷେତ୍ର କର୍ମଚାରୀଙ୍କ ସମେଏତ ସେମାନଙ୍କ ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେ।

Next Post

ତରାଣ୍ଡୋ ଉଚ୍ଚ ବିଦ୍ୟାଳୟରେ ଅଗ୍ନି ନିରାପତ୍ତା ତାଲିମ୍ ଶିବିର

Sat Apr 19 , 2025
କେନ୍ଦ୍ରାପଡା,୧୯ା୪: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ତରାଣ୍ଡୋ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶନିବାର ଦିନ ଅଗ୍ନି ନିରାପତ୍ତା ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ରାପଡା ଅଗ୍ନିଶମ ବିଭାଗର ଅଧିକାରୀ ଶଶିଶେଖର ପଣ୍ଡା, ତନୋଜ କୁମାର ନନ୍ଦୀ, ନିରାକାର ତ୍ରିପାଠୀ ଯୋଗଦେଇ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନଙ୍କୁ ନିଆଁ ଲାଗିଲେ ତାହାକୁ କିପରି ନିୟନ୍ତ୍ରଣ କରାଯାଇ ପାରିବ ସେ ସମ୍ପର୍କରେ ତାଲିମ୍ ପ୍ରଦାନ କରିଥିଲେ । ଏହି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading