ପୁଣ୍ୟ ବାଣ୍ଟୁଛନ୍ତି ସମାଜସେବୀ ସମୀର ଚାନ୍ଦ

blank
କେନ୍ଦ୍ରାପଡ଼ା,୧୧ା୨:ପୁଣ୍ୟ ବାଣ୍ଟୁଛନ୍ତି ସମାଜସେବୀ ସମୀର କୁମାର ଚାନ୍ଦ। ଶ୍ରୀବଳଦେବଜୀଉଙ୍କ କ୍ୟାଲେଣ୍ଡରକୁ ସେ ଲୋକମାନଙ୍କୁ ବାଣ୍ଟୁଛନ୍ତି। କେବଳ ସେତିକି ନୁହେଁ ଲୋକମାନଙ୍କ ଆତ୍ମା କିପରି ପବିତ୍ର ହେବ ସେ ନେଇ ମଧ୍ୟ ଉଦ୍ୟମ ଆରମ୍ଭ କରିଛନ୍ତି। କ୍ୟାଲେଣ୍ଡରେ ଥିବା ସ୍କାନର ଜରିଆରେ ଦାନ କରି ପୁଣ୍ୟ ଅର୍ଜ୍ଜନ କରିବା ପାଇଁ ସେ ଶ୍ରଦ୍ଧାଳୁ ମାନଙ୍କୁ ନିବେଦନ କରୁଛନ୍ତି। ଏହି କାର୍ଯ୍ୟ ଦ୍ୱାରା ସେ ମହା ଆନନ୍ଦ ଲାଭ କରୁଥିବା ପ୍ରକାଶ କରିଛନ୍ତି। ଏଠାରେ ପ୍ରକାଶ ଥାଉକି କେନ୍ଦ୍ରାପଡ଼ା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ସିଦ୍ଧ ଶ୍ରୀବଳଦେଜୀଉଙ୍କ ଟେବୁଲ କ୍ୟାଲେଣ୍ଡର ନିକଟରେ ଉନ୍ମୋଚିତ ହୋଇଛି। ସେଥିରେ ଶ୍ରୀବଳଦେଜୀଉ ମହାପ୍ରଭୁଙ୍କ ସମସ୍ତ ବେଶ ସହିତ ୨୦୨୬ ମସିହାର ସମସ୍ତ ବାର୍ଷିକ କାର୍ଯ୍ୟକ୍ରମ ରହିଛି। ଏହି କ୍ୟାଲେଣ୍ଡରରେ ଶ୍ରୀବଳଦେଜୀଉଙ୍କ ଦେବତ୍ତୋର ନ୍ୟାସର ଏକ ସ୍କାନର ମଧ୍ୟ ରହିଛି। କ୍ୟାଲେଣ୍ଡରରେ ଥିବା ସ୍କାନରରେ ଭକ୍ତମାନେ ଠାକୁରଙ୍କ ନାମରେ ଏକ ଟଙ୍କା ଲେଖା ଦାନ କଲେ ସେହି ଟଙ୍କା ଠାକୁରଙ୍କ ଆକାଉଣ୍ଟକୁ ଯିବ। ଏହି ସ୍କାନରକୁ ନେଇ ସମାଜସେବୀ ସମୀର କୁମାର ଚାନ୍ଦ ଏକ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି। ତାଙ୍କ ଅନୁଷ୍ଠାନ ‘ସମୀର ଟିଭିଏସ’କୁ ଯେଉଁ ଗ୍ରାହକମାନେ ଆସୁଛନ୍ତି ସେମାନଙ୍କୁ ଶ୍ରୀ ଚାନ୍ଦ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ମନ୍ଦିର ଦେବତ୍ତୋର ନ୍ୟାସ ସ୍କାନରକୁ ୧ ଟଙ୍କା ଦାନ ଦେବାକୁ କହିଲେ ମଧ୍ୟ ଗ୍ରାହକମାନେ ଶହେ ଦୁଇଶହ ଏମିତିକି ୫ଶହ ଟଙ୍କା ମଧ୍ୟ ପଠାଇଦେଉଛନ୍ତି। ଆଗାମୀ ଦିନରେ ଶ୍ରୀଜୀଉଙ୍କ ଦେବତ୍ତୋର ସଂସ୍ଥାରୁ କ୍ୟାଲେଣ୍ଡର କିଣାଯାଇ ଜିଲ୍ଲା ଓ ଜିଲ୍ଲା ବାହାରର ସମସ୍ତ ବଡ଼ ବଡ଼ ଅନୁଷ୍ଠାନ ଗୁଡିକରେ ମାଗଣାରେ ଏହି କ୍ୟାଲେଣ୍ଡରକୁ ପ୍ରଦାନ କରାଯିବ ବୋଲି ଶ୍ରୀ ଚାନ୍ଦ କହିଛନ୍ତି। ଶ୍ରୀ ଚାନ୍ଦଙ୍କ କହିବା ଅନୁସାରେ ଜାତି, ଧର୍ମ,ବର୍ଣ୍ଣ ନିର୍ବିଶେଷରେ ଏହି ସ୍କାନର ମାଧ୍ୟମରେ ପ୍ରଭୁ ଶ୍ରୀଜୀଉଙ୍କ ଆକାଉଣ୍ଟକୁ ଅର୍ଥ ଯାଇପାରିବ। ଏସମ୍ପର୍କରେ ଶ୍ରୀ ଚାନ୍ଦ ଏକ ବୈଠକ କରି ଅନ୍ୟମାନଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। ଆଗାମୀ ଦିନରେ ଏହି ସ୍କାନର ଥିବା କ୍ୟାଲେଣ୍ଡରକୁ କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ବ୍ୟବସାୟ ଅନୁଷ୍ଠାନରେ ଦେଖିବା ପାଇଁ ମିଳିବ ଓ ଜିଲ୍ଲା ବାହାରେ ଥିବା ଅନୁଷ୍ଠାନ ମାନଙ୍କୁ ଏହି କ୍ୟାଲେଣ୍ଡର ଶ୍ରୀଜୀଉଙ୍କ ଦେବତ୍ତୋର ନ୍ୟାସରୁ କିଣା ଯାଇ ମାଗଣାରେ ଯୋଗାଇ ଦିଆଯିବ ବୋଲି ଶ୍ରୀ ଚାନ୍ଦ କହିଛନ୍ତି।

Next Post

ଶିକ୍ଷକ ଅଭାବ, ସ୍କୁଲ୍ ଆଗରେ ଛାତ୍ରୀଛାତ୍ରଙ୍କ ଅଭିନବ ପ୍ରତିବାଦ : ଫେରାଇଲେ ୟୁନିଫର୍ମ , ଖାଇଲେନି ମଧ୍ୟାହ୍ନ ଭୋଜନ

Wed Feb 11 , 2026
ପେଟ୍ଟାମୁଣ୍ଡାଇ ୧୧/୨– କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ କଖାରୁଣୀ ୟୁଜି ୟୁପି ବିଦ୍ୟାଳୟରେ ଦୀର୍ଘଦିନ ହେବ ଶିକ୍ଷକ ଅଭାବ ଦେଖାଦେଇଛି। ବିଦ୍ୟାଳୟରେ ପ୍ରାୟ ୩୫୦ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେ ୪ ଜଣ ଶିକ୍ଷକ ରହିଛନ୍ତି। ନିୟମ ଅନୁସାରେ ପ୍ରଧାନ ଶିକ୍ଷକ ମଧ୍ୟାହ୍ନ ଭୋଜନ ପରିଚାଳନା ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟରେ ବ୍ୟସ୍ତ ରହୁଥିବା ବେଳେ ଅନ୍ୟ ତିନି ଜଣ ଶିକ୍ଷକ ଶିକ୍ଷାଦାନ କରାଇବା ଅସମ୍ଭବ ହୋଇପଡିଛି। ଯାହାକୁ ନେଇ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading