କେନ୍ଦ୍ରାପଡାର ଗୋଗୁଆ ଛକରେ ପ୍ରତିଷ୍ଠା ହେବ ଭଜନ ସମ୍ରାଟ ଭିକାରୀ ବଳଙ୍କ ପ୍ରତିମୂର୍ତ୍ତି

blank
କେନ୍ଦ୍ରାପଡା,୨୨ା୫: ଆସନ୍ତା ମେ’ ମାସ ୨୫ ତାରିଖରେ ଭଜନ ସମ୍ରାଟଙ୍କ ୯୭ତମ ଜୟନ୍ତୀରେ ଏକ ପ୍ରତିମୂର୍ତ୍ତି ତାଙ୍କ ନିଜ ପଞ୍ଚାୟତ ଗାଙ୍ଗପଡାର ଗୋଗୁଆ ଛକଠାରେ ପ୍ରତିଷ୍ଠା କରାଯିବାକୁ କେନ୍ଦ୍ରାପଡା ଭଜନ ସମ୍ରାଟ ସ୍ମୃତି ପରିଷଦ ତରଫରୁ ନିଷ୍ପତ୍ତି ନିଆଯାଇଛି । ଗୋଗୁଆ ଜଳସେଚନ ବିଭାଗ ଡାକବଙ୍ଗଳାର ପ୍ରବେଶ ପଥର ବାମ ପାଶ୍ୱର୍ରେ ଗଣକବି ଗୋପାଳ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରତିଷ୍ଠା କରାଯିବ । ପ୍ରକାଶ ଥାଉକି ଜଗନ୍ନାଥଙ୍କ ପରମଭକ୍ତ ଘରେ ଘରେ ପରିଚିତ ଭିକାରୀ ବଳଙ୍କ ଜନ୍ମସ୍ଥାନ ଏହି ଗାଙ୍ଗପଡା ପଞ୍ଚାୟତର ସୋବଳା ଗ୍ରାମରେ । ଏଥିନିମନ୍ତେ ବିଧାୟକ ଗଣେଶ୍ୱର ବେହେରାଙ୍କ ସଭାପତିତ୍ୱରେ ଗୋଗୁଆ ଜଳସେଚନ ବିଭାଗ ଡାକବଙ୍ଗଳାଠାରେ ଗତ ୨୦ ତାରିଖରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ସେଥିରେ ଭଜନ ସମ୍ରାଟଙ୍କ ଜୟନ୍ତୀ ତିଥି ମେ’ ମାସ ୨୫ରେ ଗାଙ୍ଗପଡା ଗୋଗୁଆ ଛକରେ ପ୍ରତିମୂର୍ତ୍ତି ପ୍ରତିଷ୍ଠା ଓ ଅନାବରଣ ହେବା ସହ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେବା ସଙ୍ଗେ ସଙ୍ଗେ ଭିକାରୀ ବଳଙ୍କ ପରିବାରକୁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରଣ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ଉତ୍ସବରେ ଭିକାରୀ ବଳଙ୍କ ଭଜନ ପରିବେଷଣ କରାଯିବ ଏବଂ ଭଜନପ୍ରେମୀ ବନ୍ଧୁମାନେ ବହୁ ସଂଖ୍ୟାରେ ମେ’ ମାସ ୨୫ ତାରିଖ ଅପରାହ୍ନ ୫ଟାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମିଲ୍ ହେବାକୁ ସ୍ମୃତି ପରିଷଦ ତରଫରୁ ଅନୁରୋଧ କରାଯାଇଛି । ଗଣେଶ୍ୱର ବେହେରା ପ୍ରସ୍ତୁତି ବୈଠକରେ ଅଭିମତ ରଖି କହିଛନ୍ତି ଯେ ଭିକାରୀ ବଳ କେବଳ କେନ୍ଦ୍ରାପଡା ନୁହେଁ ଓଡିଶାର ବରପୁତ୍ର । ତାଙ୍କ ସ୍ମୃତି ରକ୍ଷା କରିବା ଆମର ପରମ କର୍ତ୍ତବ୍ୟ । ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ବ୍ଲକ ସଭାପତି ଆଲୋକ ସାହୁ, ସ୍ଥାନୀୟ ସରପଞ୍ଚ ଅଶ୍ୱିନୀ ପାତ୍ର, ବିଜେଡି ନେତା ତଥା ପୂର୍ବତନ ସରପଞ୍ଚ ଦିଲ୍ଲୀପ ରାଉତ, ପଞ୍ଚାୟତ ସଭାପତି ଚନ୍ଦ୍ରକାନ୍ତ ରାଉତ, ବିଶିଷ୍ଟ ସଙ୍ଗୀତକାର ବିମଳ ପ୍ରସାଦ ପରିଡା ପ୍ରମୁଖ ଯୋଗଦେଇଥିବା ବେଳେ ଅଙ୍କୁର ଚରଣ ଦାସ, ଅଭିରାମ ସେଠୀ, ଏକ୍ରାମ୍ ଖାଁ, ଜଲ୍ଲାଲ ଖାଁ, ସଜିମ୍ ଖାଁ, ପୂର୍ଣ୍ଣଚନ୍ଦ୍ର ଦାସ, ପ୍ରହ୍ଲାଦ ତ୍ରିପାଠୀ, ମୃତ୍ୟୁଞ୍ଜୟ ରାଉତ, ବିଶ୍ୱମ୍ବର ଦାସ, ଅବିନାଶ ସାହୁ, କୈଳାସ ପରିଡା, ବସନ୍ତ ମଲ୍ଲିକ, ଅନ୍ତର୍ଯ୍ୟାମୀ ସେଠୀ, କିଶୋର ନାଥ, ପ୍ରମୋଦ ନାୟକ ପ୍ରମୁଖ ଭିକାରୀ ବଳ ଶ୍ରଦ୍ଧାଳୁମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।

Next Post

ବିଶିଷ୍ଟ ଯୁବ ସମାଜସେବୀଙ୍କ ଅକାଳ ବିୟୋଗ

Thu May 22 , 2025
କେନ୍ଦ୍ରାପଡ଼ା,୨୨ା୫: କେନ୍ଦ୍ରାପଡା ଗରାପୁର ବଉଳବିହାର ନିକଟ ଯୁବ ସମାଜସେବୀ ଦାମୋଦର ପାଣିଙ୍କ ପୁତ୍ର ରମେଶ ପାଣି(୪୮)ଙ୍କ ହୃଦ୍‌ଘାତରେ ବୁଧବାରଦିନ ଦେହାନ୍ତ ହୋଇଯାଇଛି । ଗତ ଦୁଇ ଦିନ ହେବ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପ୍ରଥମେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟ ଓ ଭୂବନେଶ୍ୱର ଏକ ଘରୋଇ ଚିକିତ୍ସାଳୟକୁ ଯାଇଥିଲେ । ଡାକ୍ତର ବହୁ ଚେଷ୍ଟା କରି ମଧ୍ୟ ବୁଧବାର ଦିନ ଶେଷତ୍ୟାଗ କରିଥିଲେ । ରମେଶ କେନ୍ଦ୍ରାପଡାରେ ରହି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading