ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ

blank
ପଟ୍ଟାମୁଣ୍ଡାଇ ୧/୧୦କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଚିତ୍ତ ବିନୋଦନ ଗୃହ ପରିସରରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ବରିଷ୍ଠ ନାଗରିକ ମଞ୍ଚ ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଶାସନିକ ଅଧିକାରୀ ଡ଼ କେଳୁ ଚରଣ ସ୍ୱାଇଁ ପ୍ରଫେସର ଦୁର୍ଯ୍ୟୋଧନ ପରିଡା, ପ୍ରଫେସର ରମେଶ ଜେନା,  ପୂର୍ବତନ ବ୍ଲକ ଶିକ୍ଷାଧିକାରୀ ପାବନୀ କୁମାର ରାଉତ,ସମାଜସେବୀ ପୂର୍ଣ୍ଣଚନ୍ଦ୍ର ଦାଶ, ପ୍ରାକ୍ତନ ସହକାରୀ ଶିକ୍ଷା ଧିକାରୀ ଅଭିମନ୍ୟୁ ପଢିଆରୀ, ଶିକ୍ଷାବିତ ସଚିତ୍ର ବେହୁରା, ପଣ୍ଡିତ ତ୍ରୈଲୋକ୍ୟ ପ୍ରସାଦ ମିଶ୍ର ପ୍ରମୋଦ ନାୟକ, ଶିକ୍ଷାବିତ ବିଜୟ କୁମାର ସାହୁ, ବଂଶୀଧର ନାୟକ, ଇଂ ତପନ ପାତ୍ର,ତ୍ରିଲୋଚନ ଜେନା, ସନାତନ ତରାଇ, ପ୍ରଦୀପ ରଥ ପ୍ରମୁଖ ଯୋଗ ଯୋଗଦେଇ ବରିଷ୍ଠ ନାଗରିକ ମାନଙ୍କ କର୍ତ୍ତବ୍ୟ ଓ ସେମାନଙ୍କ ଅନୁଭୁତି ବିଷୟରେ ଆଲୋଚନା କରିଥିଲେ। ଏଇ ଅବସରରେ ମଞ୍ଚ ପକ୍ଷରୁ ଡା ବାସୁଦେବ ପାତ୍ର, ବର୍ଷିଆନ ସମାଜସେବୀ ନୃସିଂହ ଚରଣ ଆଚାର୍ଯ୍ୟ ଓ ବସନ୍ତ କୁମାର ମଲ୍ଲିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ପ୍ରମୋଦ କୁମାର ସାହୁ ଧନ୍ୟବାଦ ଦେଇଥିଲେ ।

Next Post

ବଳଦେବସେନା ପକ୍ଷରୁ ରସାବଳି ଦିବସ ପାଳିତ

Sat Oct 4 , 2025
କେନ୍ଦ୍ରାପଡ଼ା,୪ା୧୦:କେନ୍ଦ୍ରାପଡ଼ାର ଆରାଧ୍ୟ ପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ପ୍ରିୟ ଭୋଗ ରସାବଳିକୁ ଜିଆଇ ମାନ୍ୟତା ପ୍ରଦାନ ପରେ ସମଗ୍ର ଦେଶରେ ରସାବଳିର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇଛି। ଏହାକୁ ସ୍ମରଣୀୟ କରି ରଖିବା ଉଦ୍ଦେଶ୍ୟରେ ଏହାର ଦୁଇବର୍ଷ ପୂର୍ତ୍ତି ଉପଲକ୍ଷେ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ମନ୍ଦିର ସମ୍ମୁଖରେ ବଳଦେବ ସେନା ଶନିବାର ରସାବଳି ଦିବସ ପାଳନ କରିଥିଲା। ସେନା ପକ୍ଷରୁ ଏକଶହ ପାଞ୍ଚ ଯାତ୍ରୀ, ଭକ୍ତ ଓ ସେବାୟତଙ୍କୁ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading