ମଧୁବାବୁଙ୍କ ଜୟନ୍ତୀ ଏବଂ ସ୍ୱର୍ଗତ ନିରଞ୍ଜନ ପରିଡାଙ୍କ ପାଇଁ ଶୋକସଭା

blank
କେନ୍ଦ୍ରାପଡ଼ା ତା ୨୮/୪- ବାରୁଅ ସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଏବଂ ବାଣୀବିନୋଦ ସାହିତ୍ୟ ସେବା ନିକେତନ ଆନୁକୁଲ୍ୟରେ ଚିର ସବୁଜ ଅକ୍ଷୟ ମହାନ୍ତି କକ୍ଷରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ ତମ ଜୟନ୍ତୀ ପାଳନ କରାଯାଇଛି । ସାହିତ୍ୟ ସେବା ନିକେତନର ସଭାପତି ତଥା ବିଶିଷ୍ଟ ସମାଜସେବୀ ନିରଞ୍ଜନ ପରିଡାଙ୍କ ଅକାଳ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମଧୁସୂଦନ ଦାସଙ୍କ କାଳଜୟୀ ଭୂମିକା ସମ୍ପର୍କରେ ଆଲୋଚନା କରିବା ସହିତ ଦିବଂଗତ ନିରଞ୍ଜନ ପରିଡାଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କରିଥିଲେ। ଗୀତିକାର ବିମଳ ପରିଡା ସ୍ୱାଗତ ଭାଷଣ ପ୍ରଦାନ ପୂର୍ବକ କୁଳବୃଦ୍ଧ ମଧୁସୂଦନଙ୍କ ଓଡ଼ିଆ ଜାତି ପ୍ରୀତି ଏବଂ ସ୍ୱାଭିମାନୀ ବ୍ୟକ୍ତିତ୍ୱ ସମ୍ପର୍କରେ ଆଲୋକପାତ କରିବା ସହିତ ସ୍ୱର୍ଗତ ପରିଡାଙ୍କୁ ଭକ୍ତିପୂତ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଆରମ୍ଭରେ ଉତ୍କଳ ଗୌରବ ମଧୁସୁଦନ, ଲୋକକବି ଭାବଗ୍ରାହୀ ପରିଡା, କବି ପତ୍ନୀ ସରୋଜିନୀ ପରିଡା, ଅକ୍ଷୟ ମହାନ୍ତି, ଭିକାରୀ ବଳ ଏବଂ ନିରଞ୍ଜନ ପରିଡାଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଏବଂ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା। ପରେ ପରେ ସ୍ୱର୍ଗତ ପରିଡାଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ବାରୋ ଗ୍ରାମର ଅନ୍ୟତମ ମୁରବୀ ନିରଞ୍ଜନ ପରିଡା ଜଣେ ଅତି ସରଳ, ଅମାୟିକ, ମିଷ୍ଟଭାଷୀ ଏବଂ ଧର୍ମପ୍ରାଣ ବ୍ୟକ୍ତି ଥିଲେ। ପ୍ରାକ୍ତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ ଏକାନ୍ତ ଅନୁଗତ ଭାବରେ ସେ ସର୍ବଦା ସମାଜ ସେବାରେ ସମର୍ପିତ ଥିଲେ। ଭାବଗ୍ରାହୀ କଳା ନିକେତନ ଏବଂ ସିଦ୍ଧ ମହାପୁରୁଷ ମଠ ସହିତ ଓତଃପ୍ରୋତ ଭାବେ ଜଡ଼ିତ ହେବା ସହିତ ବାଣୀବିନୋଦ ସାହିତ୍ୟ ସେବା ନିକେତନର ଆଜୀବନ ସଭାପତି ଥିଲେ। ଜଣେ କଳା ପିପାସୁ ବ୍ୟକ୍ତି ଭାବରେ ନୃତ୍ୟ ସଙ୍ଗୀତ କଳାକୁ ପ୍ରୋତ୍ସାହିତ କରୁଥିଲେ। କିଛି ଦିନ ତବଲା ଶିକ୍ଷାଲାଭ କରି ଜଣେ ସୈ।ଖିନ ତବଲା ବାଦକ ହିସାବରେ ବେଶ୍ ଖୁସି ଅନୁଭବ କରୁଥିଲେ। ବକ୍ତାମାନେ ତାଙ୍କର ଅମ୍ଳାନ ସ୍ମୃତି ଚାରଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ଭବ୍ୟ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ପଣ୍ଡିତ ପଦ୍ମନାଭ ଦାଶ, ନାଟ୍ୟକାର ଭୀମସେନ ପ୍ରଧାନ, କଣ୍ଠଶିଳ୍ପୀ ସୁରେନ୍ଦ୍ର ରାଉତ, ରେଡ଼ିଓ ଭାବଗ୍ରାହୀର ମୁଖ୍ୟ ଟ୍ରଷ୍ଟି ଧୀରାମଣି ପରିଡା, ତୋଫାନ ମଲିକ, ପ୍ରଭାତ ବେହେରା, ସୁଶାନ୍ତ ସ୍ୱାଇଁ,ଅଖିଳ ସ୍ୱାଇଁ, ଶିକ୍ଷକ ବିଜୟ ଚନ୍ଦ୍ର ଦାସ, ଭାଗିରଥି ପରିଡା, ରଞ୍ଜନ କୁମାର ପରିଡା, ସ୍ୱର୍ଣକାନ୍ତ ପରିଡା, କୁଳମଣି ପରିଡା , ସ୍ଥପତି ଗୈ।ରହରି ବେହେରା, ହୃଷୀକେଶ ପଣ୍ଡା, ଚିନ୍ମୟ ପରିଡା, ଗୈ।ତମ ସ୍ୱାଇଁ , ଆର୍ଡିସିୱାଇଓ ର ସମ୍ପାଦକ ଚିତ୍ତରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସ୍ମୃତି ଚାରଣ କରିଥିଲେ। ଶେଷରେ ପ୍ର୍ୱଚକ ବିକ୍ରମ କେଶରୀ ପରିଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Next Post

ଜଳଖିଆ ଦୋକାନକୁ ପଶିଗଲା ଟ୍ରକ , ଦୋକାନୀ ଆହତ, ଦୋକାନ ଛାରଖାର

Mon Apr 28 , 2025
କେନ୍ଦ୍ରାପଡ଼ା,୨୮ା୪ : କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ନାନକାର ଛକରେ ଥିବା ଏକ ଜଳଖିଆ ଦୋକାନରେ ଏକ ଟ୍ରକ ପଶିଯିବାରୁ ଦୋକାନଟି ଭାଙ୍ଗିରୁଜି ଛାରଖାର ହୋଇଯାଇଛି। ଏଥିରେ ଦୋକାନୀ ନକୁଳି ଚରଣ ବାରିକ ଗୁରୁତ୍ତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ମୁଣ୍ଡ ଫାଟିଯିବା ସହ ଅଣ୍ଟାରେ ଆଘାତ ଲାଗିଛି। ଖବର ପାଇ ସଦର ଥାନା ପୋଲିସ ଟ୍ରକ ଟିକୁ ଜବତ କରିବା ସହ ଆହତ ନକୁଳିଙ୍କୁ ଡାକ୍ତରଖାନା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading