ରାଜ୍ୟସ୍ତରୀୟ ଟାଇକୋଣ୍ଡା ପ୍ରତିଯୋଗିତାରେ କେନ୍ଦ୍ରାପଡାକୁ ୬ସ୍ୱର୍ଣ୍ଣ ପଦକ

blank
କେନ୍ଦ୍ରାପଡ଼ା,୨୪ା୧୦:ରାଜ୍ୟସ୍ତରୀୟ ୩୮ତମ ଟାଇକୋଣ୍ଡା ପ୍ରତିଯୋଗିତାରେ କେନ୍ଦ୍ରାପଡା ଟାଇକୋଣ୍ଡା ଆସୋସିଏସନର ୧୭ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରି ୬ଟି ସ୍ୱର୍ଣ୍ଣ, ୨ରୈାପ୍ୟ ଏବଂ ୯ଟି ବ୍ରୋଞ୍ଜ ପଦକ ହାସଲ କରି ଜିଲ୍ଲା ପାଇଁ ଗୈାରବ ଆଣିଥିବା ସମ୍ପାଦକ କିଶୋର ଚନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି। କଟକସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଚଳିତମାସ ୨୨ ଓ ୨୩ତାରିଖ ଦୁଇଦିନ ଧରି ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୪ଶହରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଯୋଗଦେଇଥିଲେ। ଏଥିରେ କେନ୍ଦ୍ରାପଡାର ସ୍ୱର୍ଣ୍ଣ ପଦକ ହାସଲ କରିଥିବା ୬ଜଣ ପ୍ରତିଯୋଗୀ ହେଉଛନ୍ତି ପ୍ରିତିମୟୀ ମହାନ୍ତି, ଲକ୍ଷ୍ମୀଧର ପାତ୍ର, ଦେବାଶିଷ ମଲିକ, ଗାୟତ୍ରୀ ସେଠୀ,ଆରିୟନ ଧଳ ଓ ବୈଷ୍ଣବୀ ପାତ୍ର। ରୈାପ୍ୟ ପଦକ ହାସଲ କରିଥିବା ୨ଜଣ ହେଉଛନ୍ତି ଜ୍ୟୋତିର ଆଦିତ୍ୟ ସେଠୀ ଓ ଅଭିନବ ଦାସ। ବ୍ରୋଞ୍ଜ ପଦକ ହାସଲ କରିଥିବା ୯ଜଣ ହେଉଛନ୍ତି ଜନ୍ମେଜୟ ନାୟକ, ଓମ ଶାଇ ନାୟକ,କିର୍ତ୍ତୀ କୁମାର ସାହୁ, ଶକ୍ତି ପ୍ରସାଦ ସିଂ, ଶୁଭମ ମଲିକ, ଆୟୁଷ୍ମାନ ସାହୁ, ଶୁଭମ କୁମାର ଜେନା, ଆର.ଡି. ସ୍ରେୟାଂଶ ଲେଙ୍କା ଓ ସ୍ୱସ୍ତିକରାଜ ସାହୁ ପ୍ରମୁଖ କେନ୍ଦ୍ରାପଡା ମାଟି ପାଇଁ ସୁନାମ ଆଣିଥିବାରୁ ଜିଲ୍ଲା ଟାଇକୋଣ୍ଡା ସଙ୍ଘର ସଭାପତି ବିମଲ କୁମାର ପଣ୍ଡା ସେମାନଙ୍କୁ ଶୁଭେଛା ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି।

Next Post

ओडिशा के कुछ हिस्सों में भारी बारिश की संभावना को देखते हुए जिला कलेक्टरों को अलर्ट रहने के लिए SRC के पत्र

Fri Oct 24 , 2025
भुवनेश्वर 24:10- बंगाल की खाड़ी में बना लघुचाप का क्षेत्र धीरे-धीरे उत्तर-पश्चिम की ओर बढ़ रहा है,इसीलिए  भारतीय मौसम विभाग ने तूफान और बारिश की चेतावनी जारी की है। ओडिशा सरकार के स्पेशल रिलीफ कमीशन (SRC) ने भी राज्य के लोगों के लिए चेतावनी जारी की है। इसकी अधिकतम स्पीड […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading