ପଟ୍ଟାମୁଣ୍ଡାଇ ଓକିଲ ସଂଘ ପକ୍ଷରୁ ଆଇନଜୀବୀ ଦିବସ ପାଳିତ

blank
ପଟ୍ଟାମୁଣ୍ଡାଇ ୨୯/୪– ଉତ୍କଳ ଗୌରବ ମଧୁସୂଦନ ଦାସ ଓକିଲାତିରୁ ଦେଶ ସେବା ସମାଜସେବା କରୁଥିଲେ। ସେ କେବେ ତାଙ୍କ ଜୀବନରେ ସାଲିସ କରିନାହାନ୍ତି। ସେ ସମାଜ ସଂସ୍କାରକ ଥିଲେ। ତାଙ୍କର କାର୍ଯ୍ୟଧାରା, ତ୍ୟାଗ, ସଂଘର୍ଷ ଚିରସ୍ମରଣୀୟ। ଇଂରେଜ ସରକାର ବିରୁଦ୍ଧରେ ଲଢ଼ିବାକୁ ସେ ଇଂରାଜୀ ଭାଷା ଓ ତାଙ୍କ ଆଇନଙ୍କୁ ଅସ୍ତ୍ର ଭଳି ବ୍ୟବହାର କରି ସଫଳ ହୋଇଥିଲେ। ପରାଧୀନ ଓଡିଶାର ପ୍ରଥମ ଓଡିଆ ଭାଵେ ଓଡ଼ିଶା ତଥା ଓଡିଆର ଅସ୍ମିତା ଓ ସ୍ବାଭିମାନ ପାଇଁ ଲଢେଇ କରି ସ୍ବତନ୍ତ୍ର ଓଡିଶା ଗଠନର ସ୍ବପ୍ନ ଦେଖିଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପବିତ୍ର ଜନ୍ମତିଥିକୁପଟ୍ଟାମୁଣ୍ଡାଇ ଓକିଲ ସଂଘ ତରଫରୁ ସୋମବାର କୋଟବାର୍ ଗୃହରେ ଆୟୋଜିତ ‘ଓକିଲ ଦିବସ’ ପାଳନ ଅବସରରେ ଆତିଥି ମାନେ ମତ ପ୍ରକାଶ କହିଥିଲେ।

ବରିଷ୍ଠ ଆଇନୀଜୀବୀ ଡ଼କ୍ଟର ନରହରି ଲେଙ୍କାଙ୍କ ପୌରହିତରେ ଅନୁଷ୍ଠିତ ବର୍ଣ୍ଣାଢ୍ୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ବିଦ୍ୟାଧର ପୃଷ୍ଟି. ସମ୍ମାନିତ ଅତିଥି ଭାବେ ବିଚାରପତି ଡି.କେ ବାଲକିର୍ଣ୍ଣା, ବିଶିଷ୍ଟ ଅତିଥି ଭାବେ ଓଡିଶା ଆଇନୀଜୀବୀ ପରିଷଦର ସଦସ୍ୟ ଅରୂପା ନନ୍ଦ ଦାଶ ସମେତ ଓକିଲ ସଙ୍ଘ ସଭାପତି ଆଇନଜୀବୀ ସୂର୍ଯ୍ୟ ରଞ୍ଜନ ରାଉଳ. କିଶୋର କୁଣ୍ଡ. ଭୀମସେନ ପ୍ରଧାନ ଓ ବିଜୟ ରାଉତ ପ୍ରମୁଖ ଯୋଗ ଦେଇ ମଧୁ ବାବୁଙ୍କ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ତାଙ୍କର ଭୁମିକା ସମ୍ପର୍କରେ ଆଲୋକପତ କରିଥିଲେ । ଓକିଲ ସଙ୍ଘ ସମ୍ପଦକ ଆଇନୀଜୀବୀ ରବୀନ୍ଦ୍ର କୁମାର ଦାଶ ସଭାର ଉଦେଶ୍ୟ ସମ୍ପର୍କରେ ମତ ରଖି ଚଳିତ ବର୍ଷ ଓକିଲ ସଙ୍ଘ ପଟ୍ଟାମୁଣ୍ଡାଇ କୋଟରେ ୨୫ବର୍ଷ ପୂର୍ତି ରୌପ୍ୟ ଜୟନ୍ତୀ ପାଳନ କରାଯିବ ବୋଲି ଘୋଷଣା କରିଥିଲେ । ଏହି ସଭାରେ ପୂର୍ବତନ ସଭାପତି ତପନକୁମାର ମିଶ୍ର. ବିଜ୍ଞାନ ମିହିର ଜେନା. ସୁରେଶ ନରେନ୍ଦ୍ର. ହୃଦାନନ୍ଦ ମହାନ୍ତି. ଗୋପୀ ନାଥ ତ୍ରିପାଠୀ. କ୍ଷମାନିଧି ସାମଲ ନାରଣ ସାହୁ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ଆଇନଜୀବୀ. ପ୍ରଫୁଲ ଦାଶ. ଭବାନୀ ଶଙ୍କର ପଣ୍ଡା. ଅଲେଖ ବଳ. ବିଦ୍ୟା ଭୂଷଣ ଦାଶ. ଶରତ ମଲିକ ଶିଶିର ମଲିକ. ଧୀରେନ୍ଦ୍ର ସାହୁ. ପ୍ରମୋଦ ବିଶ୍ୱାଳ. ପ୍ରକାଶ ପାତ୍ର ଅଶ୍ୱନୀ ବେହେରା. ପ୍ରବୀର ପାତ୍ର. ଗୀତାଜଂଳି ପୃଷ୍ଟି. ମୂତ୍ୟୃଞ୍ଜୟ ରାଉତ, ରମେଶ ଦାଶ. ଜିତେନ୍ଦ୍ର ନନ୍ଦୀ ପ୍ରମୁଖ ସଭା ପରିଚାଳନାରେ ସହଯୋଗ କରିଥିଲେ । ମଧୁ ବାବୁଙ୍କ ଜୟନ୍ତୀ ଉପଲେଖେ ବିଭିନ୍ନ ସ୍କୁଲ ମାନଙ୍କରେ ଛାତ୍ର ଓ ଛାତ୍ରୀ ମାନେ ବକ୍ତୃତା ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ୱ ହାସଲ କରିଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ଓକିଲ ସଙ୍ଘ ପକ୍ଷରୁ ପୁରସ୍କୃତ କରାଯାଇଥିଲା । ଶେଷରେ ଯୁଗ୍ମ ସମ୍ପାଦକ ମନୋଜ କୁମାର ନାୟକ ଧନ୍ୟବାଦ ଦେଇଥିଲେ ।

Next Post

ଅଖିଳ ଭାରତ କଂଗ୍ରେସ କମିଟିର ‘ଜୟବାପୁ ଜୟ ସମ୍ବିଧାନ’ କାର୍ଯ୍ୟକ୍ରମ

Tue Apr 29 , 2025
ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ କମିଟି ବୈଠକ କେନ୍ଦ୍ରାପଡ଼ା,୨୯ା୪ : କଜଳାସ୍ଥିତ ଜିଲ୍ଲା କଂଗ୍ରେସ ଭବନରେ ମଙ୍ଗଳବାର କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର “ଜୟବାପୁ ଜୟ ସମ୍ବିଧାନ”କାର୍ଯ୍ୟକ୍ରମକୁ କେନ୍ଦ୍ରାପଡା ଜିଲ୍ଲା ଓ ୯ଟି ବ୍ଲକରେ କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଜିଲ୍ଲା କଂଗ୍ରେସ ସଂଯୋଜକ ପ୍ରଫୁଲ୍ଲ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଅଖିଳ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading