ଶ୍ରୀ ଶ୍ରୀ ରାଧାରମଣଦେବଙ୍କ ଶୁଭ ଆବିର୍ଭାବ ମହୋତ୍ସବ ଉଦଯାପିତ

blank
ପଟ୍ଟାମୁଣ୍ଡାଇ ତା ୧୫/୪କେନ୍ଦ୍ରାପଡ଼ା ଜିଲ୍ଲାର ସର୍ବପୁରାତନ ଆଧ୍ୟାତ୍ମିକ ପୀଠ ପଟ୍ଟାମୁଣ୍ଡାଇ ରାଧାରମଣ ମଠରେ ପ୍ରଭୁ ଶ୍ରୀ ଶ୍ରୀ ରାଧାରମଣ ଦେବଙ୍କ ଶୁଭ ଆବିର୍ଭାବ ମହୋତ୍ସବ ଉଦଯାପିତ ହୋଇଯାଇଛି ।  ପୁରୀ ଗୋବର୍ଧନ ପୀଠର ସନ୍ଥ ସଂରକ୍ଷକ ସ୍ୱାମୀ ଅସୀମାନନ୍ଦ ଦାସମହାରାଜ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପ୍ରଭୁ ରାଧାରମଣ ଦେବ, ପ୍ରଭୁ ଶ୍ରୀଜଗନ୍ନାଥ,ବଳଭଦ୍ର, ମା ସୁଭଦ୍ରା, ଗୋପେଶ୍ୱର ମହାଦେବ ଓ ପ୍ରଭୁ ହନୁମାନଜୀଉଙ୍କ ଯଥାରୀତି ପୂଜାର୍ଚନା ସହ ବିଶାଳ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଉପଲକ୍ଷେ ଆୟୋଜିତ ନବରାତ୍ର ନାମ ସଂକୀର୍ତନ ଯଜ୍ଞରେ ସମଗ୍ର ପରିବେଶ ଆଧ୍ୟାତ୍ମିକମୟ ହୋଇ ଉଠିଥିଲା । ଗତ ୪ତାରିଖରେ ନବରାତ୍ର ନାମସଂକୀର୍ତନ ଯଜ୍ଞ ୫ତାରିଖରୁ ୯ତାରିଖ ପର୍ଯ୍ୟନ୍ତ ଚୈତନ୍ୟ ଭାଗବତ ପାଠ,୧୦ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ନାମସଂକୀର୍ତନ ସହ ୧୦୮ ମହନ୍ତ ହୃଷିକେଶ ଦାସଙ୍କ ସ୍ମରଣ ଉତ୍ସବ ପାଳନ କରାଯାଇଥିଲା ।  ଏହି ଉପଲକ୍ଷେ ପୁରୀ ଗୋବର୍ଧନ ପୀଠ ସନ୍ଥ ସଂରକ୍ଷକ ପଟ୍ଟାମୁଣ୍ଡାଇ ରାଧା ରମଣ ମଠ ମହନ୍ତ ଅସୀମାନନ୍ଦ ଦାସ ମହାରାଜଙ୍କ ପୌରହିତ୍ୟ ଓ ସାଧନାର ସ୍ୱରୂପ ସମ୍ପାଦକ ପଣ୍ଡିତ ଦେବବ୍ରତ ଦେବତାଙ୍କ ସଂଯୋଜନା ରେ ଆୟୋଜିତ ସତସଙ୍ଗ ନାମ ଯଜ୍ଞ ପ୍ରବଚନ କାର୍ଯ୍ୟକ୍ରମର ବିଭିନ୍ନ ଦିବସରେ ରାଜନଗର ବିଧାୟକ ଧ୍ରୁବ ସାହୁ,ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଓ ଡ଼ ଅଲେଖ କୁମାର ଜେନା, କେନ୍ଦ୍ରାପଡ଼ା ବିଜେପି ବିଧାୟିକା ପ୍ରାର୍ଥୀ ଗୀତାଞ୍ଜଳି ସେଠୀ,ମହାବୀର ଗୃହ ଅଧକ୍ଷ ଡ଼ ଗନ୍ଧର୍ବ ନାୟକ,ରାଜ୍ୟ ବିଜେପି ମୁଖପାତ୍ର ଇଂ ଜ୍ଞାନଦେବ ବେହୁରା, ପଟ୍ଟାମୁଣ୍ଡାଇର ପୂର୍ବତନ ପୌର ଅଧକ୍ଷ ରବୀନ୍ଦ୍ର ମହାନ୍ତି ମହାନ୍ତି,ପୂର୍ବତନ ବ୍ଲକ ଅଧକ୍ଷ ମାନସ ରଞ୍ଜନ ସାମଲ ପଟ୍ଟାମୁଣ୍ଡାଇ ତହସିଲଦାର ପଞ୍ଚାନନ ନାୟକ ବିଡ଼ିଓ ଶୀତଲ ଅଗ୍ରୱାଲ, ଅତିରିକ୍ତ ବିଡ଼ିଓ ନନ୍ଦିନୀ ଶତପଥୀ, ଏସ ଡି ପି ଓ ସୁକାନ୍ତ ପାତ୍ର, ଆଦର୍ଶ ଥାନା ଆଇ ଆଇ ସି ବନ୍ଦନା ପାତ୍ର, ପୌର ପରିଷଦ ନିର୍ବାହୀ ଅଧିକାରୀ ରଞ୍ଜନ ଦାଶ ଡ଼ ବିଶ୍ୱଜିତ ପରିଡା ସ୍ନେହାଂଶୁ ପଟନାୟକ, ଗିରିଜା ଶଙ୍କର ପଟନାୟକ ସଚିତ ମହାନ୍ତି ଭୁଦେବ ପଢିଆରୀ କାଉନସିଲର ମୃତ୍ୟୁଞ୍ଜୟ ପାଢ଼ୀ,ବିଜେପି ଯୁବ ନେତା ମିଟୁ ମନୋଜ ନାୟକ ଓକିଲ ସଂଘ ସଭାପତି ସୂର୍ଯ୍ୟ ରଞ୍ଜନ ରାଉଳ ଉପସଭାପତି ଗୋପୀନାଥ ତ୍ରିପାଠୀ ସମ୍ପାଦକ ରବୀନ୍ଦ୍ର ଦାଶ ପୂର୍ବତନ ସଭାପତି ତପନ ମିଶ୍ର ବଣିକ ସଂଘ ସଭାପତି ଗୋପୀନାଥ କର,ଉପସଭାପତି ମୋହନ ଦାସ, ସହସମ୍ପାଦକ ସରୋଜ ପାଢ଼ୀ, ରାଧାରମଣ ଆଇ ଟି ଆଇ ନିର୍ଦେଶକ ନିରଞ୍ଜନ ପଟନାୟକ, ସହିରା ସରପଞ୍ଚ ହେମନ୍ତ ମହାନ୍ତି ଯୋଗ ଗୁରୁ ପିତାମ୍ବର ପରିଡା ଆଡ଼ଭୋକେଟ ବିଚିତ୍ରାନନ୍ଦ ମହାନ୍ତି, ନୃସିଂହ ପାଢ଼ୀ ଟୁଟୁ ମିଶ୍ର, ବିଭୁତି ଭୂଷଣ ଦାଶ ଲଷ୍ମୀପ୍ରିୟା ପାଢ଼ୀ, ହେମନ୍ତ ପରିଡା ସୁଲୋଚନା ପରିଡା ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ ।  ୧୪ ତାରିଖରେ ନଗର କୀର୍ତନ ନଗରକୀର୍ତନ,ଶତଷ୍ଟୋତର ନୂତନ ଘଟ ଦ୍ୱାରା ଶ୍ରୀ ଶ୍ରୀ ରାଧାରମଣ ଦେବଙ୍କ ଅଭିଷେକ, ଗୁଣାନୁକୀର୍ତନ ଓ ଭୋଗାରଧନା ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ ପରେ ମହୋତ୍ସବ ଉଦଯାପିତ ହୋଇଛି । ନବ ଦିନ ବ୍ୟାପି ଆୟୋଜିତ ମହାର୍ଘ୍ୟ କାର୍ଯ୍ୟକ୍ରମରେ ବହୁ ସାଧୁ ସନ୍ଥ, ବିଦ୍ୱାନ ପଣ୍ଡିତ ଓ ବେଦଜ୍ଞ ବ୍ରାହ୍ମଣ ସମେତ ଶହ ଶହ ଶ୍ରଦ୍ଧାଳୁ ଭକ୍ତ ଯୋଗ ଦେଇ ନାମସଂକୀର୍ତନ କରିବା ସହିତ ଭଗବାନଙ୍କ କୃପା ଭିକ୍ଷା କରିଥିଲେ ।  ପ୍ରତ୍ୟେହ ମଧ୍ୟାହ୍ନ ଓ ରାତ୍ରିରେ ଶହ ଶହ ଶ୍ରଦ୍ଧାଳୁ ଭକ୍ତ ଯୋଗ ଦେଇ ଆନନ୍ଦବଜାରରେ ପ୍ରସାଦ ସେବନ ଏକ ଭିନ୍ନ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା ।  ଏହି କାର୍ଯ୍ୟକ୍ରମକୁ ନିରାକାର ପଣ୍ଡା, ଅମ୍ବୁଜ ଭୂଷଣ ନାୟକ,ପ୍ରସନ୍ନ ତ୍ରିପାଠୀ ମୃତ୍ୟୁଞ୍ଜୟ ସୂତାର, ଭୋଳାନାଥ ପାଣ୍ଡେ, ରତ୍ନେଶ ସାହୁ, ରାଧାରମଣ ପ୍ରସାଦ ନାୟକ ପ୍ରମୁଖ ପରିଚାଳନା କରିଥିଲେ ।

Next Post

ଗୁଣ୍ଡୁଚି ବଟରେ ବିଶ୍ୱଶାନ୍ତି ମହାଯଜ୍ଞ ଉଦଘାଟିତ

Thu Apr 16 , 2026
କେନ୍ଦ୍ରାପଡ଼ା,୧୬ା୪:କେନ୍ଦ୍ରାପଡା ବ୍ଲକ ଅଧିନ ଗୁଣ୍ଡୁଚି ବଟରେ ବିଶ୍ୱଶାନ୍ତି ମହାଯଜ୍ଞ ଉଦଘାଟିତ ହୋଇଯାଇଛି। ଏହି ଯଜ୍ଞକୁ ଉଦଘାଟନ କରି ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମର ପ୍ରଖ୍ୟାତ ଆଧ୍ୟାତ୍ମିକ ଗୁରୁ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ପାଞ୍ଚ ମହାଯଜ୍ଞର ବର୍ଣ୍ଣନା କରି କହିଲେ ଅନ୍ନଯଜ୍ଞ, ଜ୍ଞାନଯଜ୍ଞ, ଘୃତଯଜ୍ଞ, ନାମଯଜ୍ଞ ଓ ସେବାଯଜ୍ଞ କରିଲେ ଦେଶର ମଙ୍ଗଳ ହେବା ସହିତ ଭଲ ବର୍ଷା ହୋଇପାରିବ। ଫଳରେ ଧରିତ୍ରୀ ଶସ୍ୟଶାମଳା ହୋଇ ଭଲ ଫଳ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading