ରାସ୍ତାରେ ଜମି ରହିଛି ପାଣି, ସମସ୍ୟାରେ ଲୋକେ

blank
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦର ବିଭିନ୍ନ ୱାର୍ଡ଼ର ଡ୍ରେନେଜ୍ ଓ ରାସ୍ତାଘାଟ ବିପର୍ଯ୍ୟସ୍ତ ଅବସ୍ଥାରେ ପଡିଛି । ନାଁ ଡ୍ରେନ୍ ସଫେଇ ହେଉଛି, ନା ରାସ୍ତାଘାଟର ଖାଲଖମା ମରାମତି ହେଉଛି । ମଶା, ମାଛି ପୋକ ଜୋକ ଘରେ ପଶିଲେଣି । ସରକାର ସହରାଂଚଳ ଲୋକଙ୍କ ସୁବିଧା ପାଇଁ ପୌରପରିଷଦ ଜରିଆରେ ବିଭିନ୍ନ ଯୋଜନା କରିଛନ୍ତି। ହେଲେ ପୌରପରିଷଦର ବିଭାଗୀୟ ଯନ୍ତ୍ରୀ କର୍ମଚାରୀ ଓ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ରାସ୍ତା କାର୍ଯ୍ୟ ନିମ୍ନମାନର କରାଯାଉଛି। ପରବର୍ତ୍ତୀ ସମୟରେ ରାସ୍ତାରେ ଖାଲଖମା ସୃଷ୍ଟି ହେବା ସହ ଦୁର୍ଘଟଣା ଘଟୁଛି। ଏନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ମଧ୍ୟ ପୌର ଅଧିକାରୀ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ସମସ୍ୟାର ଶୀଘ୍ର ସମାଧାନ ନହେଲେ ଆନ୍ଦୋଳନ ହେବା ନେଇ ବୁଦ୍ଧିଜୀବୀ ମାନେ ଚେତାବନୀ ଦେଇଛନ୍ତି ।
ପ୍ରକାଶ ଯେ, ପୌରପାଳିକା ୧୯ନଂ ୱାର୍ଡ ଅନ୍ତର୍ଗତ ବେଲତଳ ସ୍କୁଲ ରାସ୍ତାରେ ଭାସୁଛି ନର୍ଦ୍ଦମା ପାଣି। ଫଳରେ ଦୁର୍ଗନ୍ଧରେ ଅଞ୍ଚଳ ଫାଟି ପଡୁଥିଲେ ବି ପୌର ପ୍ରଶାସନର ନଜର ପଡୁନି। ଯେଉଁଥିପାଇଁ ରାସ୍ତାରେ ସାଧାରଣ ଲୋକେ ଯିବାଆସିବା ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଲୋକ ମାନଙ୍କ ଘରର ମଇଳା ପାଣି ମୁଖ୍ୟ ରାସ୍ତାରେ ମାଡ଼ିବା ସହିତ ବର୍ଷ ତମାମ ରାସ୍ତାରେ ଜମି ରହୁଛି। ରାସ୍ତା ଠାରୁ ଘର ଗୁଡ଼ିକ ଅଧିକ ଉଚ୍ଚରେ ରହିଥିବାରୁ ଲୋକଙ୍କ ଘରୁ ମଇଳା ପାଣି ବାହାରକୁ ଯାଇ ନପାରି ରାସ୍ତାରେ ଜମି ରହି ଏକ ଅସ୍ୱାସ୍ଥ୍ୟକର ପରିସ୍ଥିତି ସୃଷ୍ଠି କରିବା ସହିତ ମଶା ମାଛିଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇଲାଣି। ଏନେଇ ସ୍ଥାନୀୟ ବାସିନ୍ଦାଙ୍କ ତରଫରୁ ପୌର ପାଳିକାରେ ବହୁବାର ଅଭିଯୋଗ କରାଯାଇଥିଲେହେଁ କୌଣସି ସୁଫଳ ମିଳି ନାହିଁ। ପୌରପାଳିକା କୋଟି କୋଟି ଟଙ୍କାର ଟିକସ ଆଦାୟ କରୁଥିବାବେଳେ ରାଜ୍ୟ ସରକାର ମଧ୍ୟ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ପାଇଁ କୋଟି କୋଟି ଟଙ୍କା ଆର୍ôଥକ ସହାୟତା ଦେଉଛନ୍ତି । ହେଲେ ଦୀର୍ଘ ଦିନ ହେବ ଡ୍ରେନ୍ ସଫେଇ କାର୍ଯ୍ୟ ବନ୍ଦ ଥିବାବେଳେ ଲୋକଙ୍କ ଟିକସ ଅର୍ଥ ଏବଂ ରାଜ୍ୟ ସରକାର ପ୍ରଦାନ କରୁଥିବା ବିଭିନ୍ନ ଆର୍ôଥକ ଅନୁଦାନ କାହା ପଛରେ ଖର୍ଚ୍ଚ ହେଉଛି ବୋଲି ଅଂଚଳବାସୀ ପ୍ରଶ୍ନ କରିଛନ୍ତି ।
ସେହିପରି ବେଲତଳ ସାଇ ମନ୍ଦିର ନିକଟ ରାସ୍ତା କର୍ଯ୍ୟ ପାଇଁ କୋଟିକୋଟି ଟଙ୍କା ବ୍ୟୟ କରାଯାଇ ରାସ୍ତା ୱାଲିଂ କରାଯିବା ସହ ଢଳାଇ କରାଯାଇଥିଲା ।ମାତ୍ର ତାହା ଏବେ ଦବି ଯାତାୟତ ଅନୁପଯୋଗି ହୋଇପଡିଛି । ଏହି ଭଳି ପୌରପରିଷଦରେ ଅନେକ ୱାର୍ଡ଼ର ରାସ୍ତା ଖରାପ ଥିଲେ ମଧ୍ୟ ଯନ୍ତ୍ରୀ କର୍ଣ୍ଣପାତ କରୁନନାହାଁନ୍ତି । ପୌରପାଳିକାର ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ପୌରାଞ୍ଚଳ ବାସିନ୍ଦା କଲବଲ ହେଉଛନ୍ତି । ବିଭିନ୍ନ ପ୍ରକଳ୍ପର ଟେଣ୍ଡର କରାଯାଇ କୋଟି କୋଟି ଟଙ୍କା ହରିଲୁଟ୍ ହେଉଥିବା ଅଭିଯୋଗ ହୋଇଛି । ତେଣୁ ଆଗକୁ ଯଦି ସମସ୍ୟାର ସମାଧାନ ନ ହୁଏ ତାହାଲେ ଅଞ୍ଚଳବାସୀ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ।

Next Post

ଜିଲ୍ଲା ସ୍ତରୀୟ ଏଚଆଇଭି ଓ ଏଡସ କୁଇଜ ପ୍ରତିଯୋଗିତା

Thu Jul 31 , 2025
କେନ୍ଦ୍ରାପଡ଼ା,୩୧ା୭:କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକର ପିଏମ୍‌ଶ୍ରୀ ସୁଦର୍ଶନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ଜୁନିୟର ରେଡ଼କ୍ରସର ମିଳିତ ଆୟୋଜନରେ ଏକ ଜିଲ୍ଲାସ୍ତରୀୟ ଏଚଆଇଭି/ ଏଡ଼ସ କୁଇଜ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଓଡିଶା ରାଜ୍ୟ ଏଡ଼ସ ନିୟନ୍ତ୍ରଣ ସମାଜ ଦ୍ୱାରା ଏଡ଼ସ ସଚେତନତା ଉଦ୍ଦେଶ୍ୟରେ ପ୍ରଥମେ ବିଦ୍ୟାଳୟ ସ୍ତରରେ ଓ ପରେ ପରେ ବ୍ଲକ ସ୍ତରରେ ଅନୁଷ୍ଠିତ ପ୍ରତିଯୋଗିତାରେ ପ୍ରତି ବ୍ଲକରୁ ଦୁଇଜଣ ଲେଖାଏଁ ଜିଲ୍ଲାସ୍ତରକୁ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading