ପ୍ରସୂତି ସହାୟତା ନାମରେ ତଥ୍ୟ ସଂଗ୍ରହ କରି ୧୮ ହଜାରେ ଲୁଟି ନେଲେ ସାଇବର ଠକ

blank

ପଟ୍ଟାମୁଣ୍ଡାଇ ୧୭/୩ -ଡିଜିଟାଲ୍ ଯୁଗରେ ଅନ୍‌ଲାଇନ୍‌କୁ ବହୁଳ ବ୍ୟବହାର କରାଯାଉଛି । କିନ୍ତୁ ଆବଶ୍ୟକ ସଚେତନା ଓ ସତର୍କତା ଅଭାବରୁ କିଛି ଲୋକ ସାଇବର ଠକେଇର ଶିକାର ହେଉଛନ୍ତି। ସାଇବର ଅପରାଧି ମାନେ ଜାଲ ବିଛାଇ ରଖିଥିବା ବେଳେ ସୁଯୋଗ ପାଇଲେ ସବୁ ଟଙ୍କା ଆକାଉଂଟରୁ ଖାଲି କରିଦେଉଛନ୍ତି। ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ସରକାର ସାଇବର ଅପରାଧ ମାନଙ୍କୁ ରୋକ ଲଗାଇବାରେ ବିଫଳ ରହିଥିବା ବେଳେ ସୋମବାର ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଧିନ ବଳଭଦ୍ରପୁର ଗ୍ରାମର ଜଣେ ପ୍ରସୂତି ମହିଳା ସାଇବର ଠକେଇର ଶିକାର ହୋଇଛନ୍ତି । ସାଇବର ଠକ ଆଶା କର୍ମୀଙ୍କୁ ମାଧ୍ୟମ କରି ୧୮ ହଜାର ୪୦୦ ଟଙ୍କା ଲୁଟି ନେଇଯାଇଥିବା ସଂଗୀନ ଅଭିଯୋଗ ଗ୍ରାମଂଚଳ ଥାନାରେ ହୋଇଛି ।

ବଳଭଦ୍ରପୁର ଗ୍ରାମର ମିନତୀ ଦାସ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ମାତ୍ର ଶିଶୁ କନ୍ୟା ହେବାର ୩ଦିନ ପରେ ଜଣେ ବ୍ୟକ୍ତି ସୋମବାର ଅପରାହ୍ନରେ ଏକ ଅଜଣା ନମ୍ବରରୁ ମନତୀଙ୍କୁ ଫୋନ କଲ କରିଥିଲେ । ଅଜଣା ବ୍ୟକ୍ତି ଜଣଙ୍କ କହିଲେ ଆମେ ଅଙ୍ଗନୱାଡି ମୁଖ୍ୟ କାର୍ଯ୍ୟାଳୟରୁ କହୁଛୁ ତୁମ ଅଙ୍ଗନୱାଡିର ଆଶାଦିଦିଙ୍କୁ ଲାଇନକୁ ଆଣୁଛୁ ତୁମେ କଥା ହେବ । ଏହାପରେ ମିନତୀ ଆଶାଦିଦିଙ୍କ ଓ ଅଜଣାବ୍ୟକ୍ତି ୩ ଜଣ ଜଏଣ୍ଟ କଲ ଯୋଗେ କଥାବାର୍ତା ହେବାରୁ ସ୍ଥାନୀୟ ଆଶା ଦିଦି ମିନତୀଙ୍କୁ କହିଲେ ଆମ ହେଡ ଅଫିସରୁ ବଡ ସାର କଥା ହେଉଛନ୍ତି । ସେ ଯାହା ପଚାରିବେ ଓ କହିବେ ତୁମେ କରିବ ବୋଲି ଆଶା ଦିଦି ଜଣକ ମିନତୀଙ୍କୁ କହିଥିଲେ । ଏହାପରେ ଅଜଣା ବ୍ୟକ୍ତି ଜଣକ ମିନତୀଙ୍କୁ କହିଥିଲେ ଯେ ସମସ୍ତ ତଥ୍ୟ ଦେଲେ ପ୍ରସୂତି ଟଙ୍କା ୯ ହାଜାର ୬୦୦ ଆକାଉଂଟକୁ ଯିବ ବୋଲି କହିଥିଲେ । ଏଥିରେ ଆଶାକର୍ମୀ ଜଣଙ୍କ ବିଶ୍ୱାସ କରି ସେ ତାଙ୍କୁ ସମସ୍ତ ତଥ୍ୟ ଜଣାଇଥିଲେ । ତାଙ୍କ ନିକଟରୁ ସମସ୍ତ ତଥ୍ୟ ସଂଗ୍ରହ କରିବାର କିଛି ସମୟ ମଧ୍ୟରେ ଆକାଉଂଟରୁ ଼୨ ଥରରେ ୧୮ ହଜାର ୪୦୦ ଟଙ୍କା ଲୁଟି ନେଇଯାଇଥିବା ସେ ଅଭିଯୋଗ କରିଛନ୍ତି। ଏଥିନେଇ ସେ ବ୍ୟାଙ୍କରୁ ସମସ୍ତ ଷ୍ଟେଟମେଂଟ ବାହର କରିଥିବା ବେଳେ ସାଇବର ହେଲପ ଲାଇନକୁ କଲ ମଧ୍ୟ କରିଛନ୍ତି ବୋଲି ମିନତୀଙ୍କ ସ୍ୱାମୀ ଶ୍ରୀକାନ୍ତ ଦାସ କହିଛନ୍ତି । ଏହି ଘଟଣାରେ ଆଶାଦିଦିଙ୍କର ସଂପୃକ୍ତି ଥିବାର ସଂଗୀନ ଅଭିଯୋଗ ଉଠାଇଥିବା ବେଳେ ଏହିଭଳି ଘଟଣା ଘଟିବା ଜାଣିମଧ୍ୟ ଆଶାଦିଦି ଅନ୍ୟ ପ୍ରସୂତି ଜଣଙ୍କ ନମ୍ବର ଦେବା ଏବଂ ତାଙ୍କ ଆକାଉଂଟରୁ ୩ହଜାର ଠକେଇ ହୋଇଥିବା ମଧ୍ୟ କହିଥିଲେ । ଏନେଇ ସେ ଗ୍ରାମଂଚଳ ଥାନାରେ ଲିଖିତ ଅଭିଯୋଗ କରିଥିବା କହିଛନ୍ତ । ଥାନା ପୋଲିସ ୧୪୭ରେ ଏକ ମାମଲା ରୁଜୁ କରି ତଦନ୍ତ ଯାରି ରଖିଥିବା କହିଛନ୍ତି ।

Next Post

ଜିଲ୍ଲା ସ୍ତରୀୟ ଓଡିଶା ଦିବସ ପାଳନ ନେଇ ପ୍ରସ୍ତୁତି ବୈଠକ

Tue Mar 17 , 2026
କେନ୍ଦ୍ରାପଡ଼ା,୧୭ା୩:ଆସନ୍ତା ଜିଲ୍ଲାସ୍ତରୀୟ ଓଡିଶା ଦିବସ ପାଳନକୁ ସୁଚାରୁ ଓ ଶୃଙ୍ଖଳିତ ଭାବେ ଆୟୋଜନ କରିବା ନିମନ୍ତେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ରଘୁରାମ ଆର. ଆୟର ଅଧ୍ୟକ୍ଷତା କରିଥିଲେ। ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଧାକର ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବୀନ୍ଦ୍ର କୁମାର ମାଲିକ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading