ଅନନ୍ତ ବଳିଆ ସେବାସଂଘ ପକ୍ଷରୁ ଶ୍ରୀ ନାମ ସଙ୍କୀର୍ତ୍ତନ ଓ ଭାଗବତ କଥା

blank
କେନ୍ଦ୍ରାପଡ଼ା,୨୦ା୫: କେନ୍ଦ୍ରାପଡ଼ା ଲ’ କଲେଜ୍ ଅନନ୍ତ ବଳିଆ ସେବାସଂଘ କେନ୍ଦ୍ରାପଡ଼ା ଶାଖା ଓ ଶ୍ରୀଜଗନ୍ନାଥ ସଙ୍କୀର୍ତ୍ତନ ମହାସଂଘର ମିଳିତ ଉଦ୍ୟମରେ କେନ୍ଦ୍ରାପଡ଼ା ଗୋପସ୍ଥିତ ଶ୍ରୀରାମ ମନ୍ଦିରଠାରେ ଏକ ଗଣମାଧ୍ୟମ ସାକ୍ଷାତକାର ଅନନ୍ତ ବଳିଆ ଟ୍ରଷ୍ଟର ବାବାଜୀ ପ୍ରଣବାନନ୍ଦ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସାକ୍ଷାତକାରରେ ପଦ୍ମଶ୍ରୀ ବାବା ବଳିଆଙ୍କ ଆଭିମୁଖ୍ୟ ଶାନ୍ତି, ସଦ୍‌ଭାବନା, ସଂହତି, ସଦାଚାର, କରୁଣା, ପ୍ରେମ ଆଜି ମଣିଷ ମନରୁ ଅପସରି ଯାଉଛି । ସମ୍ପର୍କର ମୂଲ୍ୟବୋଧ ଓ ସମ୍ପର୍କର ସୁରକ୍ଷା ମୁହୂର୍ତ୍ତ ମୁହୂର୍ତ୍ତରେ ହତ୍ୟା ହୋଇ ଚାଲିଛି । ସ୍ୱାର୍ଥ ଓ ମୁଁ କାର ସମଗ୍ର ବିଶ୍ୱରେ ହିଂସାର ତାଣ୍ଡବ ରଚୁଛି । ପ୍ରକୃତି ଓ ପରିବେଶ ଆଜି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ, ପାଣିପାଗ ଓ ଜଳବାୟୁ ସମ୍ପୂର୍ଣ୍ଣ ଅନିୟମିତ । ମାଟି, ପାଣି, ପବନ, ଆକାଶ ଆଜି ବିଷାକ୍ତ । ବୃଦ୍ଧ, ବୃଦ୍ଧାମାନେ ଅବହେଳିତ, ପାରିବାରିକ ଜୀବନ ଅଭିଶପ୍ତ, ଜୀବ ସକଳ ମଣିଷ ପାଖରେ ଅସୁରକ୍ଷିତ ଓ ଆତଙ୍କିତ । ବୃକ୍ଷ, ତରୁ, ତୃଣ, ଲତା ଆଜି ଶ୍ରୀହୀନ । ଲଣ୍ଡା ପାହାଡ଼ ଓ ଭୂତଳ ଜଳ ନିଷ୍କାସନ ପାଇଁ ଧରିତ୍ରୀ ଶୁଷ୍କ । ସଂସ୍କାର ବିହୀନ ସନ୍ତାନ ପରିବାରର ଚିନ୍ତାର କାରଣ । ନିଶା ମାଦକର ଅଭ୍ୟାସରେ ଅକାଳ ମୃତ୍ୟୁ ଓ ପାରିବାରିକ ଅଶାନ୍ତି । ଇତ୍ୟାଦିକୁ ଜଣାଇଥିଲେ ଏଥିରେ ଶ୍ରୀଜଗନ୍ନାଥ ସଙ୍କୀର୍ତ୍ତନ ମହାମଣ୍ଡଳର ସଭାପତି ନବଘନ ନାୟକ ଓ ସମ୍ପାଦକ ଅଭୟ କୁମାର ସତପଥୀ ସଙ୍କୀର୍ତ୍ତନ ମହାସମାବେଶ କିପରି ଭାବେ ମହାଆଡ଼ମ୍ବରରେ ପୂର୍ଣ୍ଣ ହେବ ତାହାର ସବିଶେଷ ବିବରଣୀ ପ୍ରଦାନ କରିଥିଲେ ଏବଂ ବିଷେଶ କାର୍ଯ୍ୟକ୍ରମ ଭାବରେ ତୁଳସୀ କ୍ଷେତ୍ରାଧିପତି ପ୍ରଭୁ ଶ୍ରୀ ସିଦ୍ଧ ବଳଦେବ, ପ୍ରଭୁ ଶ୍ରୀରାମ (ଗୋପ ଓ ତିନିମୁହାଣି) ମନ୍ଦିରରୁ ଆଜ୍ଞାମାଳ ଓ ବାୟାବାବା ଏବଂ ବୈକୁଣ୍ଠନାଥଙ୍କ ଆଶ୍ରମରୁ ଆଜ୍ଞାମାଳ ଆସିବେ ତାହାର ସବିଶେଷ ବିବରଣୀ ଏବଂ ଆସନ୍ତା ମଇ ୨୨, ୨୩, ୨୪ ତାରିଖରେ ହେବାକୁଥିବା ସଙ୍କୀର୍ତ୍ତନ ସମାବେଶ ଓ ଭାଗବତ ଆଲୋଚନା କାର୍ଯ୍ୟକ୍ରମର ସବିଶେଷ ବିବରଣୀ ବାବାଜୀ ପରାତ୍ମା ଦାସ ଓ ବାବାଜୀ ଗୁରୁକୃଷ୍ଣ ଦାସ ପ୍ରଦାନ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀକୁ ପ୍ରଜ୍ଞାନନ୍ଦ ଦାସ ଓ ନିରାକାର ସ୍ୱାଇଁ ପରିଚାଳନା କରିଥିଲେ ।

Next Post

ନୂତନ ପ୍ରସିକ୍ୟୁସନ ଉପନିର୍ଦେଶକଙ୍କୁ କେନ୍ଦ୍ରାପଡାରେ ସ୍ୱାଗତ ସମ୍ବର୍ଦ୍ଧନା

Tue May 20 , 2025
କେନ୍ଦ୍ରାପଡା,୨୦ା୫: କେନ୍ଦ୍ରାପଡାରେ ନୂତନ ଭାବେ ଯୋଗଦେଇଥିବା ପ୍ରସିକ୍ୟୁସନ ଉପନିର୍ଦେଶକ ରବିନ୍ଦ୍ର କୁମାର ପଣ୍ଡାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ଉପଲକ୍ଷେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଭାରପ୍ରାପ୍ତ ପବ୍ଲିକ ପ୍ରସିକ୍ୟୁଟର ସଞ୍ଜୟ କୁମାର ଜେନାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସଭାରେ ପ୍ରସିକ୍ୟୁସନ ଉପନିର୍ଦେଶକ ଶ୍ରୀ ପଣ୍ଡାଙ୍କୁ ଉତ୍ତରୀୟ, ପୁଷ୍ପଗୁଛ ଓ କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଫଟୋ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି ଅବସରରେ ପ୍ରସିକ୍ୟୁସନ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading