ସିମେଣ୍ଟ କମ୍ପାନୀ ନାଁରେ ସାଇବର ଠକେଇ

blank
କେନ୍ଦ୍ରାପଡ଼ା,୩ା୩:କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଗୁଲନଗର ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଘର ନିର୍ମାଣ କରିବା ପାଇଁ ରଡ ଓ ସିମେଣ୍ଟ ଶସ୍ତା ଦରରେ ଯୋଗାଇ ଦେବାକୁ କହି ସାଇବର ଠକ ଜଣକ ୬ ଲକ୍ଷ ୫୦ ହଜାର ଟଙ୍କା ଠକି ନେଇଛନ୍ତି। ଏ ନେଇ ଠକାମୀର ଶିକାର ହୋଇଥିବା ବ୍ୟକ୍ତି ଗୁଲନଗର ଗ୍ରାମର ଖଗେଶ୍ୱର ସେଠୀ କଟକ ସାଇବର ଥାନାରେ ଅଭିଯୋଗ କରିଛନ୍ତି। ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ତାଙ୍କ ଘର ନିର୍ମାଣ କରିବାର ଯୋଜନା ଥିଲା। ଏହା ମ୍ମରେ ଏକ ଅଜଣା ନମ୍ବରରୁ ତାଙ୍କ ସାନ ଭାଇଙ୍କ େ‘ାନକୁ ଏକ କଲ ଆସିଥିଲା। ସଂପୃକ୍ତ ବ୍ୟକ୍ତି ଜଣକ ଏକ ଦାମୀ ସିମେଣ୍ଟ କମ୍ପାନୀର ନିର୍ବାହୀ ଅଧିକାରୀ କୁଲଦୀପ ଅଗ୍ରୱାଲ ବୋଲି ପରିଚୟ ଦେଇଥିଲେ। ଖଗେଶ୍ୱର ମ୍ମ ସଂପୃକ୍ତ ବ୍ୟକ୍ତିଙ୍କ ସହ କଥା ହୋଇଥିଲେ। ଶସ୍ତାରେ ରଡ୍ ଓ ସିମେଣ୍ଟ ଯୋଗାଇ ଦେବେ ବୋଲି ବ୍ୟକ୍ତି ଜଣକ ଖଗେଶ୍ୱରଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ସଂପୃକ୍ତ ବ୍ୟକ୍ତିଙ୍କ କଥାରେ ବିଶ୍ୱାସ କରି ଖଗଶ୍ୱର ତାଙ୍କ ଆକାଉଣ୍ଟରୁ ୬ ଲକ୍ଷ ୫୦ ହଜାର ଟଙ୍କା ଏନ୍‌ଇଏ‘ଟି ଜରିଆରେ ସଂପୃକ୍ତ ବ୍ୟକ୍ତି କହିଥିବା ବ୍ୟାଙ୍କ ଆକାଉଣ୍ଟକୁ ପଠାଇଥିଲେ। ଏହାପରେ ସଂପୃକ୍ତ େ‘ାନ ନମ୍ବରଟି ସ୍ୱିଚ ଅ‘ ହୋଇ ଯାଇଥିଲା। ଏହାପରେ ଖଗେଶ୍ୱର ଜାଣିବାକୁ ପାଇଥିଲେ ସେ ସାଇବର ଠକଙ୍କ ଶିକାର ହୋଇଛନ୍ତି। ତେଣୁ ସେ ପ୍ରଥମେ କେନ୍ଦ୍ରାପଡ଼ା ସଦର ଥାନାକୁ ଯାଇଥିଲେ। ସଦର ଥାନା ପୋଲିସର ନିର୍ଦ୍ଦେଶ ମୁତାବକ ସେ କଟକ ସାଇବର ଥାନାକୁ ଯାଇଥିଲେ। ସେଠାରେ ଠକେଇ ସଂକ୍ରାନ୍ତରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡିଛି।

Next Post

ଅସ୍ମିତା ଅନ୍ତର୍ଜାତୀୟ ମହିଳା ଦିବସ ପାଇଁ ସାମ୍ବାଦିକ ସମ୍ମିଳନୀ

Thu Mar 5 , 2026
କେନ୍ଦ୍ରାପଡ଼ା,୫ା୩:କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ବିଭାଗ, ମାଇଁ ଭାରତ, ସ୍ପୋର୍ଟସ ଅଥରିଟି ଅଫ ଇଣ୍ଡିଆ ଓ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ(କ୍ରୀଡା ବିଭାଗ)ର ମିଳିତ ଆନୁକୂଲ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାରେ ମାର୍ଚ୍ଚ ୬ ତାରିଖ ଠାରୁ ମାର୍ଚ୍ଚ ୮ ତାରିଖ ତିନିଦିନ ବ୍ୟାପି ଅସ୍ମିତା ଅନ୍ତର୍ଜାତୀୟ ମହିଳା ଦିବସ-୨୦୨୬ ଅନୁଷ୍ଠିତ ହେବ। ଅନ୍ତର୍ଜାତୀୟ ମହିଳା ଦିବସ ପାଳନରେ କେନ୍ଦ୍ର ତଥା ରାଜ୍ୟସରକାରଙ୍କ ମୂଳ ଲକ୍ଷ୍ୟ ରହିଛି “ସଶକ୍ତମହିଳା ସଶକ୍ତ ରାଷ୍ଟ୍ର” ଗଠନ। […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading