ବଡପଡା ଛାତ୍ରୀ ପୋଡି ଘଟଣା: କ୍ରାଇମବ୍ରାଞ୍ଚ ତଦନ୍ତପାଇଁ ଦାବି କଲା ବିଜେଡି

blank
କେନ୍ଦ୍ରାପଡା ୭/୮ – ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡ଼ପଡା ପଂଚାୟତ କାଠିଆପଡା ଗ୍ରାମର ଛାତ୍ରୀ ପି ଡି ସଂଗୀତା ନିଆଁରେ ପୋଡି ମୃତଙ୍କ ପାଇଁ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ବିଜେଡିର ଶତାଧିକ କର୍ମିର୍ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ଦେଇଥିଲେ । ଏହି ସ୍ମାରକ ପତ୍ରରେ ଉଲ୍ଲେଖ ଅଛି ଯେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଦ୍ରୁତଗତିରେ ଭୁଷୁଡି ପଡୁଛି । ନାରୀ ନିର୍ଯ୍ୟାତନା, ଧର୍ଷଣ, ଗଣଧର୍ଷଣ ଆଦି ଜଘନ୍ୟ ଅପରାଧ ନିରବଚ୍ଛିନ୍ନ ଭାବେ ଘଟିଚାଲିଛି। ନାରୀ ସୁରକ୍ଷା କ୍ଷେତ୍ରରେ ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ। ପୋଲିସର ଅଭାବନୀୟ ରାଜନୀତିକରଣ ହେତୁ ଆଇନର ଶାସନ ବାଟ ହୁଡିଛି। ଅଯୋଗ୍ୟ, ଅପାରଗ ତଥା ପଇସାଖୋର ପୋଲିସ ଅଧିକାରୀମାନେ ସରକାରଙ୍କ ବାହୁଛାୟାର ସୁରକ୍ଷା ପାଇ ଆଇନର ଶାସନକୁ ଫୁ କରିଚାଲିଛନ୍ତି । ବିଜୁ ଜନତା ଦଳ ଏହାର ଦୃଢ଼ ପ୍ରତିବାଦ କରୁଛି । ଦକ୍ଷ ଓ ନିରପେକ୍ଷ ପୋଲିସ ଅଧିକାରୀଙ୍କୁ ପରକାରୀ ଆକ୍ରୋଶରୁ ମୁକ୍ତ କରିବାକୁ ଦାବି କରୁଛି । ପୋଲିସ ନିଷ୍କ୍ରିୟତା ତଥା ସଙ୍ଗୀନ ଅପରାଧ ଏବଂ ଅପରାଧୀଙ୍କ ପ୍ରତି ଉଦାସୀନତା ହେତୁ ଆମ୍ଭ କେନ୍ଦ୍ରାପଡ଼ା ଜିଲ୍ଲାର କାଠିଆପଡ଼ା ଗ୍ରାମର ଜଣେ +୩ ରାଜନୀତି ବିଜ୍ଞାନ ସ୍ନାତକ ଛାତ୍ରୀ ପି.ବି. ସଙ୍ଗୀତାଙ୍କ ମୂଲ୍ୟବାନ ଜୀବନ ବଳି ପଡ଼ିଛି । ପୀଡ଼ିତାଙ୍କ ପିତାଙ୍କ ଅଭିଯୋଗ ଅନୁସାରେ ୬ ମାସ ତଳେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ତାଙ୍କ ତରଫରୁ ତାଙ୍କ ଝିଅକୁ ବ୍ଲାକ୍‌ମେଲ୍ କରୁଥିବା ଅଭିଯୁକ୍ତଙ୍କ ବିରୁଦ୍ଧରେ ଯଦି ତତ୍‌କ୍ଷଣାତ୍ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାନ୍ତା, ଏକ ଦୁର୍ଲ୍ଲଭ ଜୀବନ ରକ୍ଷା କରାଯାଇ ପାରିଥାନ୍ତା। ଅଭିଯୋଗର ତଦନ୍ତ ମଧ୍ୟ ଏଡ଼ାଇ ଦିଆଗଲା। ଏହା ଚରମ ଦାୟିତ୍ୱହୀନତା ବ୍ୟତୀତ କ’ଣ ହୋଇପାରେ । କାଠିଆପଡ଼ାର ଛାତ୍ରୀପୋଡ଼ି ଏକକ ଘଟଣା ନୁହେଁ, ଫକୀରମୋହନ କଲେଜର ସୌମ୍ୟାଶ୍ରୀ, ବଳଙ୍ଗାର ପରେ କାଠିଆପଡ଼ାର ପି.ଡ଼ି. ସଙ୍ଗୀତା। ମାତ୍ର ୧ ମାସ ମଧ୍ୟରେ ତିନିଟି ଲୋମହର୍ଷଣକାରୀ ଅଘଟଣ କେବଳ ବିଜେଡ଼ିକୁ ନୁହେଁ ସମଗ୍ର ରାଜ୍ୟବାସୀଙ୍କୁ ପୀଡ଼ିତ କରିଛି। ସୁତରାଂ ଆଇନର ଶାସନର ପୁନରୁଦ୍ଧାର, ପୋଲିସ ପ୍ରଶାସନର ଦକ୍ଷତା ସାଙ୍ଗକୁ ନିରପେକ୍ଷତା ପୁନଃ ପ୍ରତିଷ୍ଠା ଓ ଆମ କାଠିଆପଡାର ପୀଡ଼ିତାଙ୍କୁ ନ୍ୟାୟ ପାଇଁ ଆମ୍ଭେ ନିମ୍ନମତେ ଆପଣଙ୍କ ନିକଟରେ ଦାବି ଉପସ୍ଥାପନ କରୁଛୁ । କାଠିଆପଡ଼ା ଘଟଣାରେ ବର୍ଷବ୍ୟଲୁଷ୍ଟ ପୋଲିସ ଅଧିକାରୀଙ୍କୁ ଦୁରନ୍ତ ବାକିରିରୁ ନିଲମ୍ବନ କରାଯାଇ । ଏହି ଘଟଣାରେ ନିରପେକ୍ଷ ତଦନ୍ନ କ୍ଲାଇମବ୍ରାଞ୍ଚକୁ ଦିଆଯାଉ । ଘଟଣାର ଗମ୍ଭୀରତାକୁ ଉପଲବ୍ଧି କରିବାରେ ବ୍ୟର୍ଥ ହୁଅନ୍ତି ଓ କେନ୍ଦ୍ରାପଡ଼ା ବିଜୁ ଜନତା ଦଳର ଗ୍ରହଣ କରିବାରେ ବିଫଳ ହୁଅନ୍ତି, ଆମେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ଉଲ୍ଲେଖ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭାନେତ୍ରୀ ଲିଲିତା ଦାସ, ଜିଲ୍ଲା ବିଜେଡି ଶୀବ ପ୍ରସାଦ ଭଳ, କେନ୍ଦ୍ରାପଡା ପୌରାଧ୍ୟକ୍ଷା ସରିତା ସାହୁ, ଜିଲ୍ଲା ମହିଳା ସଭାନେତ୍ରୀ ରୋଶନା ସାହୁ, ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ବ୍ଲକ ସଭାପତି ଆଲୋକ ସାହୁ, ବ୍ଲକ ଉପାଧ୍ୟକ୍ଷ ପ୍ରତାପ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟା ପ୍ରିୟ ଦର୍ଶିନୀ ତରାଇ, ରଶ୍ମି ରଞ୍ଜନ ରାଉତ, ହିରଣ୍ୟ ପଣ୍ଡା, ଉମେଶ ନାୟକ, ପ୍ରଭାତ ଉଡାନ ସିଂ, ମୁକ୍ତାର ଖାଁ, ନିରଞ୍ଜନ ବାରିକ ପ୍ରମୁଖ ଯୋଗଦେଇଥିଲେ ।

Next Post

ଛାତ୍ରୀ ଓ ନାରୀ ନିର୍ଯାତନା ବିରୋଧରେ ଯୁବ ବିଜେଡି ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ସ୍ମାରକପତ୍ର

Fri Aug 8 , 2025
କେନ୍ଦ୍ରାପଡା ୮/୮- ଛାତ୍ରୀ ଓ ନାରୀ ନିର୍ଯାତନା ବିରୋଧରେ ଜିଲ୍ଲା ଯୁବ ବିଜେଡି ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ସ୍ମାରକପତ୍ର । ଗତ କିଛି ଦିନରେ ରାଜ୍ୟର ଛାତ୍ରୀ ଓ ନାରୀମାନେ ଯେପରି ନିର୍ଯାତନାର ଶିକାର ହେଉଛନ୍ତି, ତାହା ରାଜ୍ୟର ସମ୍ରଗ ଛାତ୍ର ସମାଜକୁ ସ୍ତମ୍ଭୀଭୂତ କରିଛି । ଅସଦାଚରଣ ,ଅପହରଣ,ଦୁଷ୍କର୍ମ,ଗଣଦୁର୍ଷ୍କମ, ହତ୍ୟା ଆଦି ଘଟଣା ପ୍ରତିଦିନ ଖବରକାଗଜର ଶିରୋନାମା ହେଉଛି । ନିୟମିତ ଭାବେ ଏହିଭଳି ହୃଦୟ ବିଦାରକ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading