ବାଇକ ଚୋରୀ ମାମଲା, ଅଭିଯୁକ୍ତଙ୍କୁ ଜେଲ ଦଣ୍ଡାଦେଶ

blank
ପଟ୍ଟାମୁଣ୍ଡାଇ ୨୪/୧ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ କୋର୍ଟ ପରିସରରୁ ହୋଇଥିବା ବାଇକ ଚୋରୀ ମାମଲାର ବିଚାର କରି ପଟ୍ଟାମୁଣ୍ଡାଇ ଅତିରିକ୍ତ ଦେବାନୀ ଅଦାଲତର ବିଚାରପତି ଡି କେ ବାଲକିଷ୍ଣନ ଅଭିଯୁକ୍ତ ଦୀପକ ସେଠୀଙ୍କୁ ୨ ବର୍ଷ ୨ ମାସ ୧୫ ଦିନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ସେ  ଗତ 10 ମାସ ହେବ ଜେଲରେ ଅଛନ୍ତି । ଆଊଏକ ବର୍ଷ ଚାରି ମାସ ପନ୍ଦର ଦିନ  ଦଣ୍ଡାଦେଶ କ;ଇବେ ବୋଲି App ଚିତରଞ୍ଜନ ଦାସ କହିଛନ୍ତି ।

ସୁଚନାଯୋଗ୍ୟ ପଟ୍ଟାମୁଣ୍ଡାଇ କୋର୍ଟ ପରିସରରୁ ଗତ ୨୦୨୫ ପେବୃଆରୀ ମାସ ୨୧ରେ କୋର୍ଟ ମୋହରୀ ସୁଶାନ୍ତ ଦାଶଙ୍କ ମଟରସାଇକେଲ ଚୋରୀ ହୋଇଥିଲା । ସେ ବହୁ ଖୋଜା ଖୋଜି ପରେ ଗାଡି ନପାଇବାରୁ ବାଧ୍ୟ କୋର୍ଟ ସମ୍ମୁଖରେ ଥିବା ସିସି ଟିଭି ଯାଂଚ କରିଥିଲେ । ଜନୈକ ବ୍ୟକ୍ତି ମୋଟର ସାଇକେଲ ଚୋରୀ କରି ନେଇ ଯାଉଥିବା ଦେଖିବାକୁ ପାଇଥିଲେ । ଏ ସମ୍ପର୍କରେ ସେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଏକ ମାମଲା ୫୨/୨୦୨୫ ରୁଜୁ କରି ତଦନ୍ତ ଚଳାଇଥିଲେ । କିଛିଦିନ ପରେ ପୋଲିସ ବାଇକ ଚୋରି ମାମଲାରେ ଅଭିଯୁକ୍ତ ଦୀପକ ସେଠୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ଚୋରି ଯାଇଥିବା ହିରୋ ବାଇକ ଜବତ କରିଥିଲେ । ଦିପକ ୧୦ମାସ ହେବ ଜେଲରେ ଥିବା ବେଳେ ଶନିବାର ଏହି ମାମଲାର ବିଚାର କରାଯାଇ ଅଭିଯୁକ୍ତଙ୍କୁ ଦଣ୍ଡାଦେଶ ଦିଆଯାଇଛି। ସରକାରଙ୍କ ତରଫରୁ ଏପିପି ଚିତରଂଜନ ଦାଶ ମାମଲାକୁ ପରିଚାଳନା କରୁଥିଲେ।

Next Post

ପଟ୍ଟାମୁଣ୍ଡାଇ ବିଶ୍ୱଶାନ୍ତି ମହାଯଜ୍ଞ ପାଇଁ କଳସ ଶୋଭାଯାତ୍ରା

Sat Jan 24 , 2026
ପଟ୍ଟାମୁଣ୍ଡାଇ ୨୪/୧ -ପଟ୍ଟାମୁଣ୍ଡାଇ ବଣିକ ସଂଘ ପକ୍ଷରୁ ସ୍ଥାନୀୟ ଅଂଚଳର ଅନ୍ୟତମ ଗଣପର୍ବ ଓ ମହାନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ୭୭ତମ ବିଶ୍ୱଶାନ୍ତି ମହାଯଜ୍ଞର ପାରମ୍ପରିକ ରୀତିନୀତି ଅନୁଯାୟୀ ଶନିବାର ପଣ୍ଡିତ ବ୍ରହ୍ମାନନ୍ଦ ନନ୍ଦ ଓ ଭ୍ରମରବର ତ୍ରିପାଠୀଙ୍କ ଯଥାବିଧି ପୂଜାର୍ଚନା ଓ ମନ୍ତ୍ରଧ୍ୱନି ମଧ୍ୟରେ ଏହି ଯଜ୍ଞର ଶୁଭ ଦିଆଯାଇଥିଲା । ଏହି ଉପଲକ୍ଷେ କଳସ ଶୋଭାଯାତ୍ରା ପଟ୍ଟାମୁଣ୍ଡାଇ ଶ୍ରୀରାମ ମନ୍ଦିରରୁ ବାହାରି ବାଲିପଡ଼ା ବ୍ରାହ୍ମଣୀ ନଦୀ ଘାଟ ପର୍ଯ୍ୟନ୍ତ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading