ନୃତତ୍ତ୍ୱ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ପ୍ରକାଶ ପରିଡାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

blank
କେନ୍ଦ୍ରାପଡ଼ା,୨ା୧:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜମଧର ପଞ୍ଚାୟତର କଷୋଟି ଗ୍ରାମରେ ଅବସ୍ଥାନ କରୁଥିବା ମାର୍ଶାଘାଇ ବ୍ଲକ ଅଧିନ ଜମପଡା ଗ୍ରାମରେ ଜନ୍ମିତ ସୁଭଦ୍ରା ମହତାବ ମହାବିଦ୍ୟାଳୟର ନୃତତ୍ତ୍ୱ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ଡ. ପ୍ରକାଶ ଚନ୍ଦ୍ର ପରିଡାଙ୍କୁ ଶିକ୍ଷକ ଓ କର୍ମଚାରୀ ସଙ୍ଘ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ଉପଲକ୍ଷେ ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ସୁପ୍ରଭା ପରିଡାଙ୍କ ପୈାରହିତ୍ୟରେ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଉତ୍ସବରେ ପ୍ରାକ୍ତନ ଅଧ୍ୟକ୍ଷ ଡ. ଦିଲ୍ଲିପ କୁମାର ମିଶ୍ର, ଶିକ୍ଷକ କର୍ମଚାରୀ ସଙ୍ଘ ସଭାପତି ପ୍ରତାପ କୁମାର ସାହୁ, ସମ୍ପାଦକ ମନମୋହନ ଖଟୁଆ, ପ୍ରାଧ୍ୟାପକ ବିରଞ୍ଚି ନାରାୟଣ ପଣ୍ଡା, ପ୍ରାଧ୍ୟାପକ ପଦାରବିନ୍ଦ ବିଶ୍ୱାଳ, ପ୍ରାଧ୍ୟାପକ ସୁଶାନ୍ତ କୁମାର ନାୟକ, କର୍ମଚାରୀ ଅଭିରାମ ନାୟକ, ନିରଞ୍ଜନ ରାଉତ ପ୍ରମୁଖ ଯୋଗଦେଇ ପ୍ରାଧ୍ୟାପକ ଡ. ପରିଡାଙ୍କ ପ୍ରତିଭା, ନିଷ୍ଠା, କର୍ତ୍ତବ୍ୟ ପରାୟଣତା ଓ କଲେଜ ପ୍ରତି ଥିବା ଅବଦାନ ସମ୍ପର୍କରେ ବକ୍ତବ୍ୟ ରଖି ତାଙ୍କର ଅବସର ଜୀବନ ସୁସ୍ଥ ଓ ନିରାମୟ ହେଉ ବୋଲି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଏହି ଅବସରରେ ପ୍ରାଧ୍ୟାପକ ଡ. ପରିଡାଙ୍କୁ ପୁଷ୍ପଗୁଛ ଓ ଉପଢୈାକନ ସମେତ ବିଭିନ୍ନ ଉପହାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ରଜନୀକାନ୍ତ ପଣ୍ଡା, ଡ. କବିତା ଷଡଙ୍ଗୀ, ସୁଧିର କୁମାର ଦାସ, ଅନସୂୟା ରାଉତରାୟ, ଅଧ୍ୟାପକ ଅନମୋଲ, ମନୋଜ କୁମାର ରାଉତ, ଜ୍ୟୋତିପ୍ରଭା ସିଂହ, ବିଜୟ କୁମାର ପରିଡା, ରଞ୍ଜନ କୁମାର ସେଠୀ, ଲୋଲୁପ କୁମାର ମହାରଣା, ଅଞ୍ଜିତା ଦାଶ, ସ୍ୱାତୀ ସୁଚରିତା ଓ ବଳରାମ ସ୍ୱାଇଁ ପ୍ରମୁଖ ଡ. ପରିଡାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ। ସ୍ମୃତିରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Next Post

ପାଣି ପଞ୍ଚାୟତ ପକ୍ଷ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

Fri Jan 2 , 2026
କେନ୍ଦ୍ରାପଡ଼ା,୨ା୧:ଜିଲ୍ଲା ପ୍ରଦକ୍ଷଣ ଭବନରେ ପାଣି ପଞ୍ଚାୟତ ପକ୍ଷ-୨୦୨୬ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ଯେ ରାଜ୍ୟସରକାରଙ୍କ ନିଷ୍ପତି କ୍ରମେ ଚଳିତ ଜାନୁଆରୀ ୬ ତାରିଖ ଠାରୁ ଜାନୁଆରୀ ୨୦ ତାରିଖ ପର୍ଯ୍ୟନ୍ତ ପାଣି ପଞ୍ଚାୟତ ପକ୍ଷ-୨୦୨୬ ଡିଭିଜନ ଓ ଜିଲ୍ଲାସ୍ତରୀୟ ଭାବେ ପାଳନ କରାଯିବ। ପାଣି ପଞ୍ଚାୟତର ସୁଫଳ ଓ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading