୧୨ତମ ଆଲ୍ ଓଡିଶା ସୋନି ସାଗର ଟେନିସ୍ ବଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

blank
କେନ୍ଦ୍ରାପଡା,୨୬ା୪: କେନ୍ଦ୍ରାପଡା ସହରସ୍ଥ ସାନମଙ୍ଗଳା ଗ୍ରୀସ୍ ପିଲ୍ଡଠାରେ ରାଜ୍ୟସ୍ତରୀୟ ୧୨ତମ ସୋନି ସାଗର ଟେନିସ୍ ବଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନୀ ଉତ୍ସବରେ ଅତିଥି ଭାବେ ଯୁବନେତା ତଥା ସମାଜସେବୀ ରଞ୍ଜିତ୍ ସାହୁ, ଯୁବନେତା ରାଜେଶ ଦାସ, ଯୁବନେତା ଯଯାତି କେଶରୀ ମହାନ୍ତି, ମହିଳା ସଭାନେତ୍ରୀ ସ୍ୱୟଂପ୍ରଭା କର, ପୂର୍ବତନ କାଉନସିଲର ଦେବେନ୍ଦ୍ର ରାଉତ ପ୍ରମୁଖ ଯୋଗ ଦେଇ ଏହି ଟୁର୍ଣ୍ଣାମେଣ୍ଟକୁ ଉଦ୍‌ଘାଟିତ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୬ଟି ଟିମ୍ ଭାଗ ନେଇଛନ୍ତି । ସେମାନେ ହେଉଛନ୍ତି ଆଟାକ୍ ଇଲେଭେନ୍‌, ରାମିଆଗଞ୍ଜ ଜିଜିସି, ଏମଏମସିସି ବଜାର, ଇନିତୁଲାପୁର ଷ୍ଟାର ଇଲେଭେନ, ବାଲାବାବା କ୍ରିକେଟ୍ କ୍ଲବ, ପିପିଲି ଶିଳୁଆର ଷ୍ଟାର ଇଲେଭେନ, ମଢିଆଳ ବଜାରର ନ୍ୟାସନାଲ କ୍ରିକେଟ୍ କ୍ଲବ ଓ ଏକେ ବ୍ରଦର୍ସ କ୍ରିକେଟ୍ କ୍ଲବ ଶୁକ୍ରବାର ଉଦ୍‌ଘାଟନୀ ଦିବସରେ ଖେଳିଥିବା ବେଳେ ସେହିପରି ଶନିବାର ଦୀପୁ ଏକାଦଶ କ୍ରିକେଟ୍ କ୍ଲବ, ମା’ ତାରିଣୀ ସ୍ପୋଟିଂ, ପିପିଲିର ହିନ୍ଦ ସ୍ପୋଟିଂ, ଦକ୍ଷିଣ ଏକାଦଶ, ବାବା ଏକାଦଶ, ଗୋରଖନାଥ ଏକାଦଶ, କଟକର ଟିସିସି, ଆଳି ଏକାଦଶ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଦିନରେ ଗଣାମହଲ ବାଲାବାବା କ୍ରିକେଟ୍ କ୍ଲବକୁ ମଢିଆଳ ନ୍ୟାସନାଲ କ୍ରିକେଟ୍ କ୍ଲବ ହରାଇ ଫାଇନାଲକୁ ଉନ୍ନିତ ହୋଇଛି । ସେହିପରି ଶନିବାର ଆଉ ୮ଟି ଟିମ୍ ମଧ୍ୟରେ ଖେଳ ହେବାପରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଏହି ଟୁର୍ଣ୍ଣାମେଣ୍ଟକୁ ଜ୍ଞାନ ରଞ୍ଜନ ଜେନା ଓ ମୁରଲୀଧର ସେଠୀ ଅମ୍ପାୟାର ଭାବେ ଯୋଗଦେଇ ଖେଳ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ବରଦାକାନ୍ତ ବରାଳଙ୍କ ନେତୃତ୍ୱରେ ରାକେଶ କୁମାର ବେହେରା ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ଶୁଭେନ୍ଦୁ ଦାସ ସ୍କୋରର ଭାବେ କାର୍ଯ୍ୟ କରିଥିଲେ ।

Next Post

ଦୁଇ କାର ମୁହାଁମୁହିଁ, ଜଣେ ମୃତ ଓ ଦୁଇ ଆହତ

Sat Apr 26 , 2025
କେନ୍ଦ୍ରାପଡ଼ା,୨୬ା୪ : ଦୁଇ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ମୃତବ୍ୟକ୍ତି ଜଣଙ୍କ ହେଲେ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଦୁତିଆଳ ଗ୍ରାମର ଶାରଦା ପ୍ରସନ୍ନ ରାଉତ(୬୦)। ଶାରଦା ଏବେ ପାରାଦୀପ ଟ୍ରକ ମାଲିକ ସଙ୍ଘର ସଦସ୍ୟ ଅଛନ୍ତି। ସେହିପରି ଗୁରୁତର ଦ୍ୱୟ ହେଲେ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ନରଣପୁର ଗ୍ରାମର ସରସ୍ୱତୀ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading