
କେନ୍ଦ୍ରାପଡା ୬/୭- ଭିନ୍ନକ୍ଷମମାନଙ୍କ ଥେରାପି ସେବା ଓ ସଶକ୍ତିକରଣ ନିମନ୍ତେ କାର୍ଯ୍ୟରତ ଅନୁଷ୍ଠାନ “ପୁନର୍ବାସ’ ଆନୁକୁଲ୍ୟରେ ପ୍ରଥମ ଥର ପାଇଁ ଜିଲ୍ଲା ପାରା କ୍ରୀଡା ସଙ୍ଘ ଗଠିତ ହୋଇଛି । କେନ୍ଦ୍ରାପଡା ଜିଲ୍ଲାରେ ପାରାକ୍ରୀଡ଼ାର ବିକାଶ ଓ ପ୍ରୋତ୍ସାହନକୁ ଧ୍ୟାନ ଦେବା ସହିତ ଏହା ଲୁକାୟିତ ଭାବେ ଥିବା ଯୋଗ୍ୟ ଭିନ୍ନକ୍ଷମ କ୍ରୀଡାବିତ୍ ମାନଙ୍କୁ ପ୍ରତିଭା ବିକାଶରେ ସହାୟତା ପାଇଁ ଉଦ୍ୟମ କରିବ । ଏହାର ମୁଖ୍ୟ ଉପଦେଷ୍ଟା ଭାବେ ପୁନର୍ବାସର ପ୍ରତିଷ୍ଠାତା ବିରଜା ରାଉତରାୟ, ଉପଦେଷ୍ଟା ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେହୁରା ଏବଂ ପ୍ରାକ୍ତନ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସଙ୍କୁ ମନୋନୀତ କରାଯାଇଛି । ସେହିପରି ନୂତନ ଭାବେ ଗଠିତ ଏହି ଜିଲ୍ଲା ପାରାକ୍ରୀଡ଼ା ସଂଘର ସଭାପତି ଭାବେ ବରିଷ୍ଠ ଆଇନଜୀବୀ ସୁଶ୍ରୀ ନାୟକ, ଉପସଭାପତି ଭାବେ ମନୋରଞ୍ଜନ ସିଂହ, ସମ୍ପାଦକ ଭାବେ ଲଲିଟେନ୍ଦୁ ପଣ୍ଡା, ଯୁଗ୍ମ ସଂପକ୍ଷଦକ ଭାବେ ସେକ ସୌକତ, ସହ ସମ୍ପାଦକ ଭାବେ ସମରେନ୍ଦ୍ର ଚୌଧୁରୀ, କୋଷକ୍ଷଧ୍ୟକ ଭାବେ ସରୋଜକାନ୍ତ ସାହୁ ସର୍ବସମ୍ବତ ଭାବେ ମନୋନୀତ ହୋଇଛନ୍ତି । ଏଥିସହିତ କାର୍ଯ୍ୟକାରୀ କମିଟିର ସଭ୍ୟ ଭାବେ ପାରାକ୍ରୀଡ଼ାବିତ୍ ପ୍ରଶାନ୍ତ ନାୟକ, ବଳରାମ ସ୍ୱାଇଁ, ମୋନାଲି ସ୍ୱାଇଁ ଓ କ୍ରୀଡ଼ାବିତ୍ ସୁହାନା ପରମିନ୍ ଏବଂ ପୁନର୍ବାସର ବରିଷ୍ଠ ସଭ୍ୟ ବଂଶୀଧର ମହାନ୍ତି ମନୋନୀତ ହୋଇଛନ୍ତି । ସାଧାରଣ ପରିଷଦର ସଭ୍ୟ ଭାବେ ସ୍ୱପ୍ନକ୍ଷଶୁ କୁମାର ଦାସ, ଜ୍ୟୋତିର୍ମୟ ଦାସ, ଭରତ କୁମାର ସାହୁ, ଅରୁଣ କୁମାର ବେହେରା, ମହମ୍ମଦ ଜାହିଦ ଖାନ୍, ତ୍ରିଲୋଚନ ପ୍ରଧାନ, ଅମିୟ କୁମାର୍ ବିଶ୍ୱାଳ, ପ୍ରତାପ ସ୍ୱାଇଁ, ବରିଷ୍ଠ ଆଡଭୋକେଟ ସଞ୍ଜୟ କୁମାର ଜେନା, କ୍ଷୀରୋଦ କର ପ୍ରମୁଖ ମନୋନୀତ ହୋଇଛନ୍ତି । ଏହି ଅବସରରେ ନିକଟରେ ଚେନ୍ନାଇ ଠାରେ ଅନୁଷ୍ଠିତ ଜାତୀୟସ୍ତରୀୟ ପାରାସେଲିଂ ପ୍ରତିଯୋଗିତା ଯୁଗ୍ମ ବର୍ଗରେ ରୌପ୍ୟ ପଦକ ବିଜେତା ପାରାକ୍ରୀଡ଼ାବିତ୍ ମୋନାଲି ସ୍ୱାଇଁଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।
