ହସ୍ପିଟାଲ ଛାତରୁ ସିଲିଂ କାନ୍ଥରୁ ପ୍ଲାଷ୍ଟର ଝଡିବା ଘଟଣା , ଜନଶକ୍ତି ପାର୍ଟିର ଭିଜିଲାନ୍ସ ତଦନ୍ତ ଦାବୀ

blank
ପଟ୍ଟାମୁଣ୍ଡାଇ ୪/୪ -ଶୋଚନୀୟ ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲାର ମୁଖ୍ୟ ଚିକିତ୍ସାଳୟ । ନିର୍ମାଣ ହେବାର ମାତ୍ର ୪ ବର୍ଷରେ ହସ୍ପିଟାଲ ଛାତରୁ ସିଲିଂ ଖସୁଛି, କାନ୍ଥରୁ ପ୍ଲାଷ୍ଟର ଝଡ଼ୁଛି । ଯାହା ଶହଶହ ରୋଗୀଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନିର୍ମାଣ ଲାଗି ବ୍ୟୟ ହୋଇଥିବା ୧୧୦ କୋଟି ପାଣିରେ ପଡବାକୁ ବସିଲାଣି । ଯାହାକୁ ନେଇ ଜନଶକ୍ତିପାର୍ଟି ରାଜ୍ୟ ସଭାପତି ଆଇନଜୀବୀ ପ୍ରଦିପ ଦାଶ ପଟ୍ଟାମୁଣ୍ଡାଇ ଠାରେ ଏକ ପ୍ରେସ ବିବୃତି ଦେଇ ଘଟଣାକୁ ଦୃଢ ନିନ୍ଦା କରିବା ସହ ଏହା ଉପରେ ଭିଜିଲାନ୍ସ ତଦନ୍ତ ପାଇଁ ଦାବୀ କରିଛନ୍ତି ।

ସେ କହିଛନ୍ତି  ବ୍ରିଟିଶ ଅମଳରୁ ରାଜ୍ୟର ପ୍ରଥମ ମେଡିକାଲ କେନ୍ଦ୍ରାପଡା ସହର ଖଡିଅଙ୍ଗ ଠାରେ ହୋଇଥିଲା । ମାତ୍ର ୨୦୨୨ ମସିହା ଜାନୁଆରି ୮ ତାରିଖରେ ସହରଠାରୁ ୫ କିମି ଦୂର ଇଚ୍ଛାପୁରର ଶ୍ୟାମଗୁଡ଼ିଆ ସ୍ଥିତ ଏହି ଜିଲା ହସ୍ପିଟାଲ କୋଠା କାର୍ଯ୍ୟକ୍ଷମ ହୋଇ ହସ୍ପିଟାଲ ସ୍ତାନାନ୍ତର ହୋଇଥିଲା। ସୁଦୃଢ଼ ଭିତିିଭୂମି ସାଂଗକୁ ଏଠାରେ ରୋଗୀଙ୍କୁ ଉନ୍ନତମାନର ଅତ୍ୟାଧୁନିକ ସୁବିଧା ଯୋଗାଇ ଦେବାର ଲକ୍ଷ୍ୟ ରଖାଯାଇଥିଲା। ହେଲେ ଧିରେ ଧିରେ ଏବେ ଚିକିତ୍ସାଳୟ ଭିତରର ସ୍ଥିତି ବିପର୍ଯ୍ୟସ୍ତ ହେବାକୁ ବସିଲାଣି। ତଳ ମହଲା ମେଂଟନାନ୍ସ ରୁମର ତିନି ଫାଳ କାନ୍ଥରୁ ପ୍ଲାଷ୍ଟର ଖସି କଂକ୍ରିଟ୍ ଇଟା ଦିଶୁଛି । ଯାହା ଶହଶହ ରୋଗୀଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୂର୍ତ ବିଭାଗର ଖାମ ଖିଆଲି ନୀତି ଯୋଗୁଁ ହୁଏତ ଆଜି କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟର ଏଭଳି ଦୁରବସ୍ଥା ହୋଇଛି। କଟକ ବଡ ହସ୍ପିଟାଲରେ ଯେପରି ଅଘଟନ ଘଟିଲା ତାହାର ପୂନରାବୃତି ହେଲେ ଜନଶକ୍ତି ପାର୍ଟି ବାଧ୍ୟ ହୋଇ ରଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ ବୋଲି ଆଇନଜୀବୀ ଦାଶ ଚେତାବନୀ ଦେଇଛନ୍ତି । ଏହି ପ୍ରେସ ବିବୃତିରେ ଜନଶକ୍ତି ପାର୍ଟି ରଜ୍ୟ ସଂପାଦକ ନିଳମାଧବ ସାମଲ,ସମରେନ୍ଦ୍ର ଜେନା, ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟ ଆଇନଜୀବୀ ଅରକ୍ଷୀତ ସୁତାର ପ୍ରମୁଖ ଉପସ୍ଥିତ ଥିଲେ ।

Next Post

ବିପଦ ସୃଷ୍ଟି କରୁଛି ବେଆଇନ ହୋର୍ଡିଂ , ଗେଟ ପଡି ଅଳ୍ପକେ ବର୍ତ୍ତିଲେ ଅଟୋବାଲା , ନିୟମକୁ ଫୁ’ କରି ସହରର ଗଳିକନ୍ଦିରେ ବଡ଼ ବଡ଼ ବିଜ୍ଞାପନ , ନିରବ ପୌର ପ୍ରଶାସନ ରାଜସ୍ୱ ହାନୀ

Sat Apr 4 , 2026
  ପଟ୍ଟାମୁଣ୍ଡାଇ ୪/୪ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ସହରରେ ଅସୁରକ୍ଷିତ ଏବଂ ବେଆଇନ ହୋର୍ଡିଂ ବିପଦ ସୃଷ୍ଟି କରୁଛି। ଶନିବାର ପୂର୍ବାହ୍ନରେ ବକ୍ତାରପୁର ଛକ ବିଦ୍ୟାଳୟର ନିକଟରେ ଏକ ହୋର୍ଡିଂ ବୋର୍ଡ ଭାଙ୍ଗି ରାସ୍ତା ଉପରେ ପଡ଼ିଯାଇଥିଲା । ଏଥିରେ ଜଣେ ଅଟୋବାଲ ଅଳ୍ପକେ ବର୍ତି ଯାଇଥିଲେ । କିଛି ସମୟ ପାଇଁ ଉକ୍ତ ରାସ୍ତାରେ ଗାଡିଚଲାଚଳ ବାଧାପ୍ରାପ୍ତ ହୋଇଥିଲା । ପବନ ହେଲେ ସହରର ବିଭିନ୍ନ ସ୍ଥାନରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading