ମାଇଁ ଏନସିସି ଆଲୁମନି ଆସୋସିଏସନର ଦଶମ ପ୍ରତିଷ୍ଠା ଦିବସ

blank

କେନ୍ଦ୍ରାପଡ଼ା,୧୨ା୪:ମାଇଁ ଏନ.ସି.ସି. ଆଲୁମନି ଆସୋସିଏସନର ଦଶମ ପ୍ରତିଷ୍ଠା ଦିବସ ଅବସରରେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ଏକ ସାର୍ବଜନୀନ ସେବାମୂଳକ “ଜଳଛତ୍ର” କାର୍ଯ୍ୟକ୍ରମ ଗରିମାମୟ ଓ ସୁସଂଗଠିତ ଭାବେ ଆୟୋଜିତ ହୋଇଯାଇଛି। ଏହି ଗରିମାମୟ ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଳଛତ୍ରର ଶୁଭ ଉଦଘାଟନ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଦେବେନ୍ଦ୍ର କୁମାର ମଲ୍ଲିକ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର ଗାରିମା ବୃଦ୍ଧି କରିଥିଲେ। ଓରମାସ୍‌ର ଡେପୁଟୀ ସି.ଇ.ଓ. ନିରୋଦ କୁମାର ଜେନା ଓ କେନ୍ଦ୍ରାପଡ଼ା ଟାଉନ ଥାନାଧିକାରୀ ଶୁଭେନ୍ଦୁ କୁମାର ସାହୁ ଯୋଗଦେଇଥିଲେ।ତତ୍‌ସହିତ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଶାନ୍ତନୁ କୁମାର ଜେନା, ଏନସିସି(ବାଳିକା ବିଭାଗ) ଏ.ଏନ.ଓ କ୍ୟାପଟେନ ସୀମା ମହାନ୍ତି, (ବାଳକ ବିଭାଗ) ଏ.ଏନ.ଓ ଲେଫ୍ଟନାଣ୍ଟ ରଜନୀକାନ୍ତ ତ୍ରିପାଠୀଙ୍କ ସମେତ କେନ୍ଦ୍ରାପଡ଼ା ମହାବିଦ୍ୟାଳୟର ସମସ୍ତ ବିଭାଗ ଅଧ୍ୟାପକ ଓ ଅଧ୍ୟାପିକାମାନେ ଉପସ୍ଥିତ ରହି ସମର୍ଥନ ଓ ଉତ୍ସାହ ପ୍ରଦାନ କରିଥିଲେ। ଏହି ଜଳଛତ୍ର କାର୍ଯ୍ୟକ୍ରମଟି ମାଇଁ ଏନ.ସି.ସି. ଆଲୁମନି ଆସୋସିଏସନ ଏବଂ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଏନ.ସି.ସି.(ବାଳକ ଓ ବାଳିକା ବିଭାଗ)ର ମିଳିତ ପ୍ରୟାସରେ ତିନିଦିନ ଧରି ଆୟୋଜିତ ହୋଇଥିଲା। ଆସୋସିଏସନର ସମସ୍ତ ସଦସ୍ୟ ଓ ସଦସ୍ୟାଙ୍କ ସକ୍ରିୟ ସହଭାଗିତା ଏବଂ ଏନ.ସି.ସି. କ୍ୟାଡେଟମାନଙ୍କ ନିଷ୍ଠା, ଶୃଙ୍ଖଳା ଓ ସେବା ଭାବନାର ଫଳ ସ୍ୱରୂପ କାର୍ଯ୍ୟକ୍ରମଟି ସୁଚାରୁ ଓ ସଫଳ ଭାବେ ପରିଚାଳିତ ହୋଇଥିଲା । ପ୍ରଚଣ୍ଡ ଗ୍ରୀଷ୍ମ ତାପକୁ ଦୃଷ୍ଟିରେ ରଖି ସାଧାରଣ ଲୋକଙ୍କୁ ଶୀତଳ ପାନୀୟ ଜଳ ପ୍ରଦାନ କରି ତାଙ୍କର ତୃଷ୍ଣା ନିବାରଣ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହାସହିତ ପ୍ଲାଷ୍ଟିକ ବର୍ଜନ ଓ ପରିବେଶ ସୁରକ୍ଷା ଉପରେ ଫ୍ଲାଗ କାର୍ଡ ମାଧ୍ୟମରେ ସଚେତନତା ବାର୍ତ୍ତା ପ୍ରଚାର କରାଯାଇଥିଲା। ଯାହା ସାଧାରଣ ଲୋକଙ୍କ ମନରେ ସକାରାତ୍ମକ ସଚେତନତା ସୃଷ୍ଟି କରିଥିଲା। ଏସମସ୍ତ କାର୍ଯ୍ୟକ୍ରମକୁ ମାଇଁ ଏନ.ସି.ସି. ଆଲୁମନି ଆସୋସିଏସନର ସଭ୍ୟ/ସଭ୍ୟାମାନେ ପରିଚାଳନା କରିଥିବା ସମ୍ପାଦକ ଚିନ୍ମୟ କୁମାର ବିଶ୍ୱାଳ ଜଣାଇଛନ୍ତି।

Next Post

କେନ୍ଦ୍ରାପଡା ସାଇକେଲ କ୍ଲବ ର ବାର୍ଷିକ ବନ୍ଧୁମିଳନ

Sun Apr 12 , 2026
କେନ୍ଦ୍ରାପଡା ୧୨/୪: କେନ୍ଦ୍ରାପଡା ସାଇକେଲ କ୍ଲବର ବାର୍ଷିକ ବନ୍ଧୁମିଳନ ସ୍ଥାନୀୟ ଇଚ୍ଛାପୁର ସ୍ଥିତ ଶ୍ୟାମାକାଳୀ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ “ସମାଜ ଗଠନରେ ସୁସ୍ଥ ଯୁବଗୋଷ୍ଠୀଙ୍କ ଭୂମିକା’ ଶୀର୍ଷକ ଏକ ଆଲୋଚନାଚକ୍ରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବରିଷ୍ଠ ଶଲ୍ୟ ଚିକିତ୍ସକ ଡାକ୍ତର ବିରେନ୍ଦ୍ର ଦାଶ ଯୁବକମାନେ ନିଶା ଠାରୁ ଦୁରେଇ ରହିବା ସହିତ ସବୁଦିନ ସକାଳେ ସାଇକେଲ ଚଳାଇବା ଦ୍ୱାରା ଶରୀର ସୁସ୍ଥ ରହିବା ସହିତ ମନ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading