ପିସିଆର ଭ୍ୟାନ୍‌କୁ ଚାପିଦେଲା ହାଇୱା, ଚାଲିଗଲା ୨ ପୋଲିସ କର୍ମଚାରୀଙ୍କ ଜୀବନ

  • ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ
  • ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା

blank

କଟକ ୨୨/୪- କଟକ-ପରାଦୀପ ରାସ୍ତାର ଗତିରାଉତ ପାଟଣା ନିକଟରେ ମଙ୍ଗଳବାର ବଡିଭୋର ସମୟରେ ପୋଲିସ ପିସିଆର ଭ୍ୟାନ ସହିତ ବାଲି ବୋଝେଇ ହାଇୱା ମୁହାଁମୁହିଁ ଧକ୍କା ହେବା ଫଳରେ ୨ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏଥିରେ ଆଉ ଜଣେ ପୋଲିସ କର୍ମଚାରୀ ଗୁରୁତର ହୋଇଛନ୍ତି। ତାଙ୍କୁ ଏସସିବିରେ ଭର୍ତି କରାଯାଇଥିବା ଜଣାଯାଇଛି। ଦୁର୍ଘଟଣାରେ ହାଇୱା ଓଲଟି ପଡ଼ିଥିବା ବେଳେ ପିସିଆର ମଧ୍ୟ ଭାଙ୍ଗି ଚୂରମାର ହୋଇଯାଇଛି।

blank
ପୋଲିସ ପାଟ୍ରୋଲିଂ ବେଳେ ଏହି ଦୁର୍ଘଟଣା ଘଟିଛି। ମୃତ ଦୁଇ ପୋଲିସ କର୍ମଚାରୀ ହେଲେ ପିସିଆର ଡ୍ରାଇଭର ଜଗବନ୍ଧୁ ମହାଳି (୩୮) ଏବଂ ପୋଲିସ ଷ୍ଟାଫ୍ ଲୋକନାଥ ଶବର। ତେବେ ଏହି ଦୁର୍ଘଟଣାରେ ହୋମଗାର୍ଡ ପବିତ୍ର ମୋହନ ସେଠୀ ଗୁରୁତର ଭାବେ ଆହତ ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସତ ହେଉଛନ୍ତି। ଅପରପକ୍ଷେ ହାଇୱା ଡ୍ରାଇଭରଙ୍କର କୌଣସି କ୍ଷତି ଘଟି ନାହିଁ। ଦୁର୍ଘଟଣା ଏତେ ଭୟାବହ ଥିଲା ଯେ ଅଗ୍ନିଶମ କର୍ମଚାରୀମାନେ ଗ୍ୟାସ କଟର ସାହାଯ୍ୟରେ ଗାଡ଼ି ଦୁଇଟିକୁ ଅଲଗା ଅଲଗା କରିଥିଲେ। ଖବର ପାଇଁ କଟକ ଡିସିପି ଋଷିକେଶ ଖିଲାରି ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିବା ସହ ଆହତଙ୍କୁ ଡାକ୍ତରଖାନା ପଠାଇବାର ବ୍ୟବସ୍ଥା କରିଥିଲେ। ଏବେ ପୋଲିସ ପିସିଆର ଭ୍ୟାନ୍‌କୁ ଉଦ୍ଧାର କରି ତଦନ୍ତ ଜାରି ରଖିଛନ୍ତିି।
ଅପରପକ୍ଷେ ଏହି ଘଟଣାକୁ ନେଇ ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିସହ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ୨ ପୋଲିସ କର୍ମଚାରୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କରିଛନ୍ତି। ଏଥିସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Next Post

ଅସରାଏ ବର୍ଷାରେ ଶ୍ରମ କାର୍ଯ୍ୟାଳୟ ପରିସରରେ ଆଣ୍ଠୁଏ କାଦୁଅ

Tue Apr 22 , 2025
କେନ୍ଦ୍ରାପଡ଼ା,୨୨ା୪: ଅସରାଏ ବର୍ଷାରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଭାଗୀୟ ଶ୍ରମ ସଂସ୍ଥାପକଙ୍କ କାର୍ଯ୍ୟାଳୟ ପରିସରରେ ଆଣ୍ଠୁଏ କାଦୁଅ ସୃଷ୍ଟି ହୋଇଛି। ଏହି ରାସ୍ତା ଦେଇ ଶ୍ରମିକ ଓ କର୍ମଚାରୀମାନେ ଯିବା ଆସିବାରେ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି। ବର୍ଷା ହେଲେ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ବୋଲି କେତେକ ଶ୍ରମିକ ନେତା କହିଛନ୍ତି। ସେହିପରି ଏହା ପରିସରକୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଶ୍ରମିକମାନେ ମଧ୍ୟ ହଇରାଣ ହରକତ ହେଉଥିବା ପ୍ରକାଶ କରିଛନ୍ତି। […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading