ଓଡିଶା ଲୋକଦଳ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

blank
କେନ୍ଦ୍ରାପଡ଼ା,୧୧ା୮:ଓଡିଶା ଲୋକଦଳ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସେହିସବୁ ଦାବି ଗୁଡିକ ମଧ୍ୟରେ କେନ୍ଦ୍ରାପଡାରୁ ଭୁବନେଶ୍ୱରକୁ ସକାଳ ଓ ସନ୍ଧ୍ୟାରେ ଦୁଇଟି ଯାତ୍ରୀବାହୀ ରେଳ ଚଳାଚଳ କରାଯିବା, ବତୀଘର ଓ ଜମ୍ବୁଦୀପକୁ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରାଯିବା, ନଦୀଭିତ୍ତିକ ବନ୍ଦର ନିର୍ମାଣ ଯୋଜନାରେ କେନ୍ଦ୍ରାପଡା ଜିଲ୍ଲାର ନଦୀମୁହାଣ ଗୁଡିକ ସାମିଲ କରାଯିବା, ସମୁଦ୍ର ଉପକୂଳବର୍ତ୍ତୀ ଗ୍ରାମଗୁଡିକରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ସୁନିଶ୍ଚିତ କରାଯିବା, ମେଡିକାଲ କଲେଜ ଘୋଷଣାରେ ସୀମିତ ନରହି ତୁରନ୍ତ କାର୍ଯ୍ୟକାରୀ କରାଯିବା, ଦଶମୈାଜିରେ ଡାକ୍ତରଖାନା କରାଯିବା, ଜିଲ୍ଲାର ଯୁବପିଢୀଙ୍କ ରୋଜଗାର ପାଇଁ ଶିଳ୍ପ ପ୍ରତିଷ୍ଠା କରାଯିବା, ଚାଷ ଜମିକୁ ଜଳସେଚନ ପାଇଁ ମାର୍ଶାଘାଇ କେନାଲ ଓ ଅନ୍ୟ ପୁରୁଣା କେନାଲ ଗୁଡିକର ପୁନରୁଦ୍ଧାର କରାଯିବା ସହ ନୂତନ କେନାଲ ଖୋଳାଯିବା, ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକୁ ସୁଦୃଢ କରାଯିବା ସହ ସେସବୁର ସୁପରିଚାଳନା କରାଯିବା, ଜିଲ୍ଲାର ୬୦ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ଜନସାଧାରଣଙ୍କୁ ଭତ୍ତା ଯୋଜନାରେ ସାମିଲ କରାଯାଇ ମାସିକ ୩ହଜାର ୫ଶହ ଟଙ୍କା ଭତ୍ତା ପ୍ରଦାନ କରାଯିବା, ଜିଲ୍ଲାର ସମସ୍ତ ଗ୍ରାମ ଗୁଡିକୁ କେନ୍ଦ୍ରାପଡା ମୁଖ୍ୟ କେନାଲ ସହ ପକ୍କା ରାସ୍ତା ଦ୍ୱାରା ସଂଯୋଗୀକରଣ ସହ ଜାତୀୟ ରାଜପଥକୁ ସଂଯୋଗ କରାଯିବା ପ୍ରଭୃତି ଦାବି ଗୁଡିକ ରହିଛି। ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଓଡିଶା ଲୋକଦଳ ପକ୍ଷରୁ ସତୀଶ କୁମାର ନନ୍ଦ, ସମ୍ବିତ କୁମାର ପଣ୍ଡା, ଖଗେନ୍ଦ୍ର କୁମାର ସିଆଳ, ଅବିନାଶ ଦାଶ, ଦିବାକର ରାଉଳ, କିରଣ ଭୋଇ ଓ ସନ୍ତୋଷ ନାରାୟଣ ପ୍ରମୁଖ ଶତାଧିକ କର୍ମୀ ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

Next Post

ତୁଳସୀ ମହିଳା ମହାବିଦ୍ୟାଳୟରେ ଦଳୀୟ ସଭା ପରିଣତ କରିବା ବିରୁଦ୍ଧରେ ପ୍ରତିବାଦ

Tue Aug 12 , 2025
କେନ୍ଦ୍ରାପଡା,୧୨ା୮:ଆଜି କେନ୍ଦ୍ରାପଡା କେନ୍ଦ୍ରାପଡା ଜିଲ୍ଲା ବିଜୁଜନତା ଦଳର ସଭାପତି ଶିବ ପ୍ରସାଦ ଭଳ ଏକ ପ୍ରତିନିଧି ମଣ୍ଡଳି ତୁଳସୀ ମହିଳା ମହାବିଦ୍ୟାଳୟର ସଭାପତି ତଥା କେନ୍ଦ୍ରାପଡାର ଅତିରିକ୍ତ ଜିଲ୍ଲାପାଳ ନବ କିଶୋର ଜେନାକୁ ସାକ୍ଷାତ କରି ମହିଳା ବିଦ୍ୟାଳୟର ଏକ ସଭାକୁ ଦଳୀୟ ସଭାରେ ପରିଣତ କରିବା ବିରୁଦ୍ଧରେ ପ୍ରତିବାଦ କରିଛନ୍ତି । ଘଟଣାରୁ ପ୍ରକାଶ ଯେ ଗତ ୧୦ ତାରିଖରେ ମହିଳା ମହାବିଦ୍ୟାଳୟରେ ଏକ ବାର୍ଷିକ ଉତ୍ସବ ସହିତ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading