ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ

blank
କେନ୍ଦ୍ରାପଡା,୩୦ା୩: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପଡିଆରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ଉତ୍ସବ ସକାଳ ୧୧ ଘଟିକାରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଓଡିଶା ସରକାରଙ୍କ ଆନୁକୂଲ୍ୟରେ ରାଜ୍ୟରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ହୋଇଛି । କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାଠାରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆନୁଷ୍ଠାନିକ ଭାବେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାର ସିଧାପ୍ରସାରଣ ଓଡିଶାର ସମସ୍ତ ଜିଲ୍ଲା ଓ ବ୍ଲକରେ ଅନୁଷ୍ଠିତ ହୋଇଥିଲା । ଏହି କ୍ରମରେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପଡିଆଠାରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ, ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଜିଲ୍ଲା ବିଜେପି ସଭାପତି ଶଶାଙ୍କ ଶେଖର ସେଠୀ, ବିଜେପି ନେତ୍ରୀ ଗୀତାଞ୍ଜଳୀ ସେଠୀ, କେନ୍ଦ୍ରାପଡା ମଣ୍ଡଳ ଉନ୍ନୟନ ଅଧିକାରୀ ଅଭିଷେକ ସ୍ୱାଇଁ, ବ୍ଲକ ଅଧ୍ୟକ୍ଷା ରଶ୍ମିତା ସେଠୀ, ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ ରଥ, ସଭ୍ୟା ମଧୁଚ୍ଛନ୍ଦା ମହାନ୍ତି, ମଙ୍ଗଳ ସଂପ୍ରସାରଣ ଅଧିକାରୀ ଶୁଭ୍ରଜିତ୍ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା । ସୂଚନାଯୋଗ୍ୟ ଯେ ରାଜ୍ୟରେ ମୋଟ୍ ୫୯୦୦୦ ହିତାଧିକାରୀଙ୍କୁ ଏହି ଯୋଜନାରେ ଗୃହ ଯୋଗାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାରେ ୧୫୫୯ ଯୋଗ୍ୟ ହିତାଧିକାରୀଙ୍କୁ ଗୃହ ଯୋଗାଇ ଦେବାକୁ ପ୍ରସ୍ତାବ ଦିଆଯାଇଛି । ଆଜି ଉତ୍ସବରେ ୬ ଜଣ ଯୋଗ୍ୟ ହିତାଧିକାରୀ ଯଥା କୁଇଧର ବିଶ୍ୱାଳ, ଅନ୍ତର୍ଯ୍ୟାମୀ ମହାନ୍ତି, ରେବତୀ ସ୍ୱାଇଁ, ବୁଲା କିଶୋର ମଲିକ, ଧନଞ୍ଜୟ ପରିଡା ଓ ପ୍ରହଲ୍ଲାଦ ଜେନାଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ଭିନ୍ନକ୍ଷମ, ବିଧବା, ସହୀଦ ପରିବାର, ଦୁରାରୋଗ୍ୟରେ ପୀଡିତ ବ୍ୟକ୍ତି, ଦୁର୍ଘଟଣାରେ ଅଙ୍ଗ ହରାଇଥିବା ଯୋଗ୍ୟ ଗରିବ ହିତାଧିକାରୀ ଏହି ଯୋଜନାରେ ୧ ଲକ୍ଷ ୨୦ ହଜାର ଅର୍ଥରାଶି ପାଇବେ । ଏହା ସହିତ ସୌଭାଗ୍ୟ ଯୋଜନାରେ ବିଦ୍ୟୁତ୍‌, ପାନୀୟ ଜଳ, ସ୍ୱଚ୍ଛ ଭାରତ ମିଶନରେ ଶୌଚାଳୟ ଓ ୯୦ ଦିନର ମଜୁରୀ ମାଗଣାରେ ପ୍ରଦାନ କରାଯିବ । ଉକ୍ତ ଶୁଭାରମ୍ଭ ଉତ୍ସବରେ ହିତାଧିକାରୀ, ଜନସାଧାରଣ, ଜିଲ୍ଲା ସ୍ତରୀୟ ଓ ବ୍ଲକ ସ୍ତରୀୟ ଅଧିକାରୀ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ ।

Next Post

ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳିତ

Sun Mar 30 , 2025
କେନ୍ଦ୍ରାପଡା,୩୦ା୩: ରାଷ୍ଟ୍ରବାଦୀ ସାମାଜିକ ସଂଗଠନ “ଜୟ ରାଷ୍ଟ୍ର ଚାରିଟେବଲ୍ ଟ୍ରଷ୍ଟ’ ପକ୍ଷରୁ ଚୈତ୍ର ଶୁକ୍ଳ ପ୍ରତିପଦ ତିଥିରେ “ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ’ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ତଳବାରଙ୍ଗସ୍ଥିତ ମା ମରିଚିଆଣିଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା । ଅନୁଷ୍ଠାନ ପକ୍ଷରୁ ଶାନ୍ତି ମାର୍ଜନା ହୋମ କରାଯାଇଥିଲା । ଏହି ଆଧ୍ୟାତ୍ମିକ ଉତ୍ସବରେ ଅନୁଷ୍ଠାନର ସଦସ୍ୟ ଯୋଗଦେଇ ବିଶ୍ୱ ମଙ୍ଗଳ ପାଇଁ ପ୍ରାର୍ଥନା କରିଥିଲେ । ଏହି ଅବସରରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading