ଧଳା ଜହର ସହ ଚୋରା ମଦ ଜବତ ୬ କୋର୍ଟ ଚାଲାଣ

blank
କେନ୍ଦ୍ରାପଡ଼ା,୦୮/୭: କେନ୍ଦ୍ରାପଡ଼ା ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲା ଅବକାରୀ ବିଭାଗ ପକ୍ଷରୁ ଜିଲାର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବ୍ରାଉନ ସୁଗାର ସହ ଚୋରା ମଦ ଜବତ କରାଯାଇ ୬ ଜଣଙ୍‌କୁ କୋର୍ଟ ଚାଲାଣ କରାଯାଇଛି । ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଂଚଳରୁ ବ୍ରାଉନ ସୁଗାର ସମେତ କେନ୍ଦ୍ରାପଡା ସଦର ଓ ମହାକାଳପଡାରୁ ବିପୁଳ ପରିମାଣର ଚୋରା ମଦ ଜବତ କରା ଯାଇଛି ବୋଲି ଅବକାରି ବିଭାଗ ପକ୍ଷରୁ ସୁଚନା ଦିଆଯଅଇଛି ।
ପଟ୍ଟାମୁଣ୍ଡାଇ ଅବକାରୀ ବିଭାଗ ପକ୍ଷରୁ ଅବକାରୀ ଇନ୍ସପେକ୍ଟର ପଦ୍ମଲୋଚନ ନାୟକ,ସବ ଇନ୍ସପେକ୍ଟର ଛାୟାକାନ୍ତ ନାୟକ, ଏଏସଆଇ ସୁନିଲ ମିଶ୍ର ପ୍ରମୁଖ ମଙ୍ଗଳବାର କଷଣଅଂଟା ଗ୍ରାମର ଏକ ଢାବା ନିକଟରେ ଚଢଉ କରି ୮୦ ଗ୍ରାମର ବ୍ରାଉନ ସୁଗାର ଜବତ କରିଛିି। ଏଥିରେ ଜ୍ଞାନ ରଞ୍ଜନ ସାହୁ (୨୩) ଓ ରୁଦ୍ର ପ୍ରକାଶ ରାଉତ (୨୨) ନାମକ ଦୁଇ ବ୍ରାଉନସୁଗାର ବ୍ୟବସାୟୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରିଛି । ତାଙ୍କ ଜାମିନ ନାମଞ୍ଜୁର ପରେ ଉଭୟଙ୍କୁ କେନ୍ଦ୍ରାପଡା ଉପକାରାଗାରକୁ ପଠାଇ ଦିଆଯାଇଛି । ଏହି ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୮ଲକ୍ଷ ଟଙ୍କା ବୋଲି ଅବକାରୀ ବିଭାଗ ପକ୍ଷରୁ ସୁଚନା ଦିଆଯଅଇଛି ।

ସେହପରି, କଂଟିଆ ଗ୍ରାମର ଜଗବନ୍ଧୁ ରାଉତ (୪୨) ଙ୍କ ଠାରୁ ୪୧ ଲିଟର ବିଦେଶୀ ମଦ, ସାହସପୁର ଗ୍ରାମର ରଜନୀକାନ୍ତ ମଳିକ (୨୬) ଙ୍କ ଠାରୁ ୧୯ ଲିଟର ବିଦେଶୀ ମଦ, କଂସାର ଗ୍ରାମର ଜୁମର ନାୟକ (୪୫) ଙ୍କ ଠାରୁ ୨୧ ଲିଟର ବିଦେଶୀ ମଦ ଏବଂ ଡୁମୁକା ଗ୍ରାମର ପ୍ରାଣକୃଷ୍ଣ କୁଣ୍ଡୁ (୭୦) ଙ୍କ ଠାରୁ ୩୧ ଲିଟର ବିଦେଶୀ ମଦ ଜବତ କରାଯାଇ ଏମାନଙ୍କୁ ଗିରଫ କରାଯାଇଛି। ଏମାନଙ୍କ ପାଖରୁ ୧୧୨ ଲିଟର ବିଦେଶୀ ମଦ ଜବତ କରାଯାଇ ୬ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଅଛି ବୋଲି ଅବକାରୀ ଅଧିକ୍ଷକ ବିପ୍ର ଚରଣ ମଣ୍ଡଳ କହିଛନ୍ତି । ଆଗାମୀ ଦିନରେ ଏହି ଚଢ଼ାଉ ବ୍ୟାପକ ଭାବରେ ଜାରି ରହିବ ବୋଲି ଅବକାରୀ ନିରିକ୍ଷକ ହିତାଂଶୁ ଶେଖର ମଳିକ କହିଛନ୍ତି। ଏହି ଚଢ଼ାଉରେ ଅବକାରୀ ନିରିକ୍ଷକ ପଦ୍ମ ଲୋଚନ ନାୟକ, ଅବକାରୀ ଉପ ନିରିକ୍ଷକ କଳ୍ପନା ରାଉତ ଓ ଧର୍ମପଦ ଦାସ ଏବଂ ଅନ୍ୟ କର୍ମଚାରୀ ସାମିଲ ଥିଲେ ।

Next Post

"ଓଡିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ : ଜିଲ୍ଲାସ୍ତରୀୟ ସାହିତ୍ୟ ସମ୍ପର୍କିତ ପ୍ରତିଯୋଗିତା"

Tue Jul 8 , 2025
କେନ୍ଦ୍ରାପଡା ୮/୭: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଜିଲ୍ଲା ସଂସ୍କୃତି ବିଭାଗର ମିଳିତ ଆନୁକୁଲ୍ୟରେ “ଓଡିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ” ଉପଲକ୍ଷେ ଏକ ଜିଲ୍ଲାସ୍ତରୀୟ ସାହିତ୍ୟ ସମ୍ପର୍କିତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯଅଇଛି । କେନ୍ଦ୍ରାପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅୟୋଜିତ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା, ପ୍ରବନ୍ଧ ଲିଖନ, କବିତା ଆବୃତି ଏବଂ ସାହିତ୍ୟ ସମ୍ପର୍କିତ ସାଧାରଣ ଜ୍ଞାନରେ ଉଭୟ କନିଷ୍ଠ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading