ପୌରପାଳିକା ନୂତନ କାର୍ଯ୍ୟାଳୟ ଗୃହର ଭିତ୍ତି ପ୍ରସ୍ତର ସ୍ଥାପନ

blank
କେନ୍ଦ୍ରାପଡ଼ା,୧୮ା୧୦: ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଶନିବାର କେନ୍ଦ୍ରାପଡ଼ା ପୌରପାଳିକା ନୂତନ କାର୍ଯ୍ୟାଳୟ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପୈାରାଧ୍ୟକ୍ଷା ସରିତା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମନ୍ତ୍ରୀ ଡା. ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ କେନ୍ଦ୍ରାପଡ଼ା ହେଉଛି ୧୫୬ ବର୍ଷର ପୁରୁଣା ପୌରପାଳିକା। ଏହି ସହରକୁ ସ୍ୱଚ୍ଛ ସହର ଭାବେ ଆମକୁ ମିଳିମିଶି ଗଢି ତୋଳିବାକୁ ହେବ। ସ୍ୱଚ୍ଛତା ହିଁ ସଭ୍ୟତା। ସ୍ୱଚ୍ଛତା ସହ କୌଣସି ପ୍ରକାର ସାଲିସ କରାଯିବ ନାହିଁ। ସ୍ୱଚ୍ଛତା ନ ଥିଲେ ଏକ ଭଲ ସଭ୍ୟତା ଗଢି ହେବ ନାହିଁ ବୋଲି ନଗର ଉନ୍ନୟନ ମନ୍ତ୍ରୀ ଡା. ମହାପାତ୍ର ମତବ୍ୟକ୍ତ କରିଥିଲେ। ଏହି ପୌରପାଳିକା ରାଜ୍ୟର ସର୍ବପୁରାତନ ପୈାରପାଳିକା ହୋଇଥିଲେ ମଧ୍ୟ ଏହାର ଉତ୍ତମ କାର୍ଯ୍ୟାଳୟ ନ ଥିଲା। ଏସମ୍ପର୍କରେ ମୁଁ ଜାଣିବା ପରେ ଏକ ନୂତନ ଅଟାଳିକା ନିର୍ମାଣ କରିବା ପାଇଁ ୭ କୋଟି ୪୭ ଲକ୍ଷ ଟଙ୍କାର ଅନୁଦାନ ସରକାର ଯୋଗାଇ ଦେଇଛନ୍ତି। ଏହି ଅର୍ଥରେ ଏକ ଅତ୍ୟାଧୁନିକ ଅଟାଳିକା ନିର୍ମାଣ କରାଯିବ। ଏହାର ଡିଜାଇନ ଓ ଟେଣ୍ଡର କାର୍ଯ୍ୟ ସରିଛି। ଏହି ନୂତନ ଅଟାଳିକାରେ ବିଭିନ୍ନ ବିଭାଗ ରହିଛି। ସେଥିମଧ୍ୟରେ ପୌରାଧ୍ୟକ୍ଷା ଓ ଉପାଧ୍ୟକ୍ଷାଙ୍କ ପାଇଁ ସ୍ୱତନ୍ତ୍ର ଚାମ୍ବର ରହିଥିବା ବେଳେ କାଉନସିଲରମାନଙ୍କ ପାଇଁ ସ୍ୱତନ୍ତ୍ର ଗୃହ ମଧ୍ୟ ରହିଛି। ଏଥିସହିତ ଜନସାଧାରଣଙ୍କ ପାଇଁ ଉନ୍ନତ ଧରଣର ପ୍ରତୀକ୍ଷା ଗୃହ ରହିଥିବା ବେଳେ ଏହାର ପରିସରରେ ଗାଡି ରଖିବା ନିମନ୍ତେ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା ରହିଛି। ଏହାବ୍ୟତିତ ଅତ୍ୟାଧୁନିକ ସମ୍ମିଳନୀ କକ୍ଷ ମଧ୍ୟ ରହିଛି। କେବଳ କେନ୍ଦ୍ରାପଡ଼ା ନୁହେଁ ରାଜ୍ୟରେ ଥିବା ଅନ୍ୟାନ୍ୟ ପୁରାତନ ପୌରପାଳିକାର ଯଦି ଉନ୍ନତ କାର୍ଯ୍ୟାଳୟ ନଥିବ ତେବେ ସରକାର ସେହି ପୌରପାଳିକା ଗୁଡିକର ଅଟାଳିକା ନିର୍ମାଣ ପାଇଁ ମଧ୍ୟ ଅର୍ଥ ଯୋଗାଇ ଦେବେ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ। ମନ୍ତ୍ରୀ କହିଥିଲେ ପୌରାଞ୍ଚଳର ଉନ୍ନତି ପାଇଁ ଦଳୀୟ ସ୍ୱାର୍ଥକୁ ଗୌଣ କରି ଜନତାଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦିଆଯିବା ଉଚିତ। ସବୁ ଦଳ ମିଳିମିଶି ପୌରାଞ୍ଚଳର ଉନ୍ନତି କରିବା ପାଇଁ ମନ୍ତ୍ରୀ ଆହ୍ୱାନ ଦେଇଥିଲେ। ଉତ୍ସବରେ ମହାକାଳପଡ଼ା ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କହିଲେ ମନ୍ତ୍ରୀ କଥା ଦେଇ କଥା ରଖିଛନ୍ତି। କେନ୍ଦ୍ରାପଡ଼ା ପୌରପାଳିକାର ନୂତନ ଅଟାଳିକା ପାଇଁ ଆମେ ତାଙ୍କୁ ଅନୁରୋଧ କରିଥିଲୁ। ମନ୍ତ୍ରୀ କଥା ଦେଇଥିଲେ କେନ୍ଦ୍ରାପଡ଼ାକୁ ଆସି ନୂତନ ଅଟାଳିକାର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ସେ କଥା ଦେଇ କଥା ରଖିଛନ୍ତି ବୋଲି ବିଧାୟକ ଡ. ନାୟକ କହିଥିଲେ। ଏଥିରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଯୋଗଦେଇ କହିଲେ ୨୦୨୧-୨୨ରେ ପଟ୍ଟାମୁଣ୍ଡାଇ ପୌରପାଳିକାକୁ ସରକାର ୧୮ କୋଟି ଦେଇଥିବା ବେଳେ କେନ୍ଦ୍ରାପଡ଼ା ପୌରପାଳିକାକୁ ଟଙ୍କାଟିଏ ଦେଇ ନଥିଲେ। କେନ୍ଦ୍ରାପଡ଼ା ପୌରପାଳିକାର ନୂତନ ଅଟାଳିକା ପାଇଁ ସରକାର ୭.୪୭ କୋଟି ଟଙ୍କା ମଞ୍ଜୁର କରିଥିବାରୁ ସେ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ରଘୁରାମ ଆର. ଆୟାର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଉପାଧ୍ୟକ୍ଷା ଆକବରୀ ଖାତୁନ୍‌, ସମସ୍ତ ପୌର ସଭ୍ୟସଭ୍ୟା, ବିଜେପି ଜିଲ୍ଲା ସଭାପତି ଶଶାଙ୍କଶେଖର ସେଠୀ, ଗୀତାଞ୍ଜଳୀ ସେଠୀ, ସଲିମ ଖାନ୍‌,ପ୍ରତାପ ଚନ୍ଦ୍ର ଦାସ, ନେହେରୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ପୌରାଧ୍ୟକ୍ଷାଙ୍କ ପ୍ରତିନିଧି ରଞ୍ଜିତ ସାହୁ ସମସ୍ତ କାର୍ଯ୍ୟ ପରିଚାଳନା କରିଥିବା ବେଳେ ନିର୍ବାହୀ ଅଧିକାରୀ ଅଜିତ ପ୍ରସାଦ ନାରାୟଣ ଗିରି ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବ ପରେ ମନ୍ତ୍ରୀ ଡା. ମହାପାତ୍ର ପୌରପାଳିକାର ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବା ସହିତ ପୌରାଞ୍ଚଳରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ମନ୍ତ୍ରୀ କେନ୍ଦ୍ରାପଡ଼ାର ଆରାଧ୍ୟ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ଦର୍ଶନ କରିଥିଲେ। 

Next Post

ଘର ତାଢି ୫ଲକ୍ଷ ଟଙ୍କା ଲୁଟ, ଥାନାରେ ଏତଲା

Sat Oct 18 , 2025
ପଟ୍ଟାମୁଣ୍ଡାଇ  ୧୮/୧୦- ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଉଦୟପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏକ ବଡ଼ଧରଣର ଚୋରୀ ହୋଇଛି । ଚୋରମାନେ   ନଗଦ ଟଙ୍କା ଓ ସୁନା ରୁପା ଅଳଙ୍କାର ଲୁଟି ନେଇଥିଲେ । ଏ ସମ୍ପର୍କରେ ଗୃହକର୍ତ୍ତା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଏତଲା ଦେଇଥିଲେ । ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଆଇଆଇସି ସାଇଣ୍ଟିଫିକ ଟିମ ସହିତ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ଗତ କିଛି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading