କେନ୍ଦ୍ରାପଡାର ଝିଅ ରିଷିକା ପାଇଲେ ସ୍ୱର୍ଣ୍ଣ ପଦକ

blank
କେନ୍ଦ୍ରାପଡ଼ା,୧୧ା୧୨:କେନ୍ଦ୍ରାପଡାର ଝିଅ ରିଷିକା ମହାନ୍ତି ଏମଡିଏସ ପରୀକ୍ଷାରେ ଶତକଡା ୬୦.୩୩ ପ୍ରତିଶତ ମାର୍କ ରଖି ସ୍ୱର୍ଣ୍ଣ ପଦକ ପ୍ରାପ୍ତ କରିଛନ୍ତି। ଧିଷକା ହେଉଛନ୍ତି କେନ୍ଦ୍ରାପଡା ବ୍ଲକ ଅଧିନ କପାଳେଶ୍ୱର ଗ୍ରାମପଞ୍ଚାୟତର ଗରାପୁର ଗ୍ରାମର ତଥା ପଟ୍ଟାମୁଣ୍ଡାଇ ଉପନିବନ୍ଧକ ଅଶୋକ କୁମାର ମହାନ୍ତିଙ୍କ ଝିଅ। ରିଷିକା ୨୦୨୫ ଏମଡିଏସ ପରୀକ୍ଷାରେ ଆଇ.ଡି.ଏସ. ସମ ହସପିଟାଲର ନ୍ୟାସନାଲ ଇନଷ୍ଟିଟ୍ୟୁଟ ଅଫ୍ ଡେଣ୍ଟାଲ ସାଇନ୍ସର କଞ୍ଜରଭେଟିଭ୍ ଡେଣ୍ଟିଷ୍ଟ ଏବଂ ଏଣ୍ଡୋଡଣ୍ଟିକ୍ସ ବିଭାଗରୁ ସର୍ବୋଚ୍ଚ ମାର୍କ ରଖି ପାସ କରିବା ସହିତ ସ୍ୱର୍ଣ୍ଣ ପଦକ ହାସଲ କରି କେନ୍ଦ୍ରାପଡା ଜିଲ୍ଲା ପାଇଁ ଗୈାରବ ଆଣିଛନ୍ତି। ଏ ନେଇ ରିଷିକାଙ୍କୁ ବିଭିନ୍ନ ସ୍ଥାନରୁ ଶୁଭେଛାର ସୁଅ ଛୁଟିଛି

Next Post

ପରିବେଶୀୟ ସନ୍ତୁଳନ ପାଇଁ ପ୍ରାଣୀଙ୍କ ସୁରକ୍ଷା ଏବଂ ସଂରକ୍ଷଣ ଅପରିହାର୍ଯ୍ୟ

Thu Dec 11 , 2025
ପଟ୍ଟାମୁଣ୍ଡାଇ କଲେଜରେ ଅନ୍ତର୍ଜାତୀୟ  ପ୍ରାଣୀ ଅଧିକାର ଦିବସ ପଟ୍ଟାମୁଣ୍ଡାଇ ତା ୧୧/୧୨-ପଟ୍ଟାମୁଣ୍ଡାଇ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ପ୍ରାଣୀ ବିଜ୍ଞାନ ପ୍ରକୋଷ୍ଠରେ ଆନ୍ତର୍ଯ୍ୟାତୀୟ ପ୍ରାଣୀ ଅଧିକାର ଦିବସ ପାଳିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଉମାକାନ୍ତ ପାତ୍ରଙ୍କ ପୌରହିତ୍ୟରେ ପ୍ରାଣୀଙ୍କ ପ୍ରତି ଦୟ ସୁରକ୍ଷା ଓ ଦାୟିତ୍ୱ ଶୀର୍ଷକ ଆଲୋଚନାଚକ୍ରରେ କହିଥିଲେ ପରିବେଶୀୟ ସନ୍ତୁଳନ ପାଇଁ ପ୍ରାଣୀଙ୍କ ସୁରକ୍ଷା ଏବଂ ସଂରକ୍ଷଣ ଅପରିହାର୍ଯ୍ୟ। ମୁଖ୍ୟତଃ ଜଙ୍ଗଲରେ ରହୁଥିବା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading