
କେନ୍ଦ୍ରାପଡ଼ା ୧୯/୬- କେନ୍ଦ୍ରାପଡା ଜିଲ୍ଲାର ଶ୍ରୀ ବଳଦେବଜୀଉଙ୍କ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ବିକାଶ ଓ ପଲ୍ଲିଶ୍ରୀ ମେଳାର ଉଦଯାପନୀ ସନ୍ଧ୍ୟା ରେ ଜିଲ୍ଲାର ସର୍ବ ପୁରାତନ ସାଂସ୍କୃତିକ ଅନୁଷ୍ଠାନ ବାଗ ଦେବୀ କଳା ମନ୍ଦିର ତରଫରୁ ମନୋଜ୍ଞ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠାନର ସଭାପତି ସଂଗୀତ ନିର୍ଦେଶକ ସତ୍ୟ ପ୍ରିୟ ଦାସଙ୍କ ପରିଚାଳନା ଓ ସଂଯୋଜନାରେ ଓଡିଶାର ଲୋକ ପ୍ରିୟ ଭଜନ ଗାୟକ ରୋହିତ ପାତ୍ର, ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ପ୍ରିୟଙ୍କା ପତି, ସନ୍ଧ୍ୟା ରାଣୀ ସାହୁ, ସୋନାଲି ମଲିକ, ରୁପାଲୀ ରୂପଜିତା ମଲିକ ପ୍ରମୁଖ କଣ୍ଠ ଶିଳ୍ପୀ ମାନେ ଏଥିରେ ଅଂଶ ଗ୍ରହଣ କର ଭଜନ ସମ୍ରାଟ ଭିକାରୀ ବଳ ଓ ଲବ୍ଧ ପ୍ରୀତିଷ୍ଠିତ ଗାୟକ ଦିବାକର ମହାନ୍ତିଙ୍କ ବଳଦେବଜୀଉଙ୍କ ପୁରାତନୀ ଭଜନ ‘ବନ୍ଦୟୀ ଶ୍ରୀ ବଳଦେବ ରୋହିଣୀ ନନ୍ଦନ’ ଗୀତଟି ରୋହିତ ପାତ୍ରଙ୍କ କଣ୍ଠରେ ପରିବେଷଣ କରାଯାଇଥିଲା । କେନ୍ଦ୍ରାପଡ଼ାର ଗର୍ବ ଗୌରବ ସ୍ୱର୍ଗତ ଭିକାରୀ ବଳଙ୍କ ସାଠିଏ ପଉଟି ଭୋଗରୁ କୀଲାଗି ଡାକିବି ମହାବାହୁ ବୋଲି ଗୀତ ଗୁଡିକ ସତ୍ୟ ପ୍ରିୟ ଓ ପ୍ରିୟଙ୍କାଙ୍କ କଣ୍ଠରେ ଶ୍ରୋତାମାନେ ଭାବ ବିହୋଳିତ ହୋଇ ଥିଲେ । ବାଦ୍ୟ ଯନ୍ତ୍ର ରେ ହିମାଂଶୁ କର, ହରିହର ମଲିକ ପ୍ରମୁଖ ପରି ଚାଳନା କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ କୃତି କଳାକାର ମାନଙ୍କୁ ପୁଷ୍ପ ମାଲ୍ୟ ଓ ଟ୍ରଫି ପ୍ରଦାନ କରିଥିଲେ ।
