ପରିବେଶୀୟ ସନ୍ତୁଳନ ପାଇଁ ପ୍ରାଣୀଙ୍କ ସୁରକ୍ଷା ଏବଂ ସଂରକ୍ଷଣ ଅପରିହାର୍ଯ୍ୟ

ପଟ୍ଟାମୁଣ୍ଡାଇ କଲେଜରେ ଅନ୍ତର୍ଜାତୀୟ  ପ୍ରାଣୀ ଅଧିକାର ଦିବସ

blank

ପଟ୍ଟାମୁଣ୍ଡାଇ ତା ୧୧/୧୨-ପଟ୍ଟାମୁଣ୍ଡାଇ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ପ୍ରାଣୀ ବିଜ୍ଞାନ ପ୍ରକୋଷ୍ଠରେ ଆନ୍ତର୍ଯ୍ୟାତୀୟ ପ୍ରାଣୀ ଅଧିକାର ଦିବସ ପାଳିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଉମାକାନ୍ତ ପାତ୍ରଙ୍କ ପୌରହିତ୍ୟରେ ପ୍ରାଣୀଙ୍କ ପ୍ରତି ଦୟ ସୁରକ୍ଷା ଓ ଦାୟିତ୍ୱ ଶୀର୍ଷକ ଆଲୋଚନାଚକ୍ରରେ କହିଥିଲେପରିବେଶୀୟ ସନ୍ତୁଳନ ପାଇଁ ପ୍ରାଣୀଙ୍କ ସୁରକ୍ଷା ଏବଂ ସଂରକ୍ଷଣ ଅପରିହାର୍ଯ୍ୟ। ମୁଖ୍ୟତଃ ଜଙ୍ଗଲରେ ରହୁଥିବା ପ୍ରାଣୀଙ୍କ ଯୋଗୁ ଜୈବ ବିବିଧତା ବଜାୟ ରହିଥାଏ। ଜଙ୍ଗଲ ବିନା ଜଳବାୟୁ ପରିବର୍ତ୍ତନର ଆଶଙ୍କା ଅଧିକ। ତେବେ ପୃଥିବୀର ସ୍ଥାୟିତ୍ୱ ପାଇଁ ଗୁରୁତ୍ୱପୂର୍ଣ୍ଣ ସାବସ୍ତ୍ୟ ହେଉଥିବା ପ୍ରାଣୀଙ୍କ ସୁରକ୍ଷା ଲାଗି ଧ୍ୟାନଦେବା ଅବଶ୍ୟକ। ଲଗାତର ଜଙ୍ଗଲ କଟାଯୋଗୁ ବାସସ୍ଥଳ ଅଭାବରୁ ବହୁ ପ୍ରଜାତିର ପ୍ରାଣୀ ଲୋପ ପାଇବାର ଆଶଙ୍କା ବଢିଲାଣି। ୨୦୦୩ରେ ନେଚର ୱାଚ୍ ଫାଉଣ୍ଡେଶନ ପକ୍ଷରୁ ପ୍ରଥମେ ବିଶ୍ୱ ପ୍ରାଣୀ ଦିବସ ୱେବ୍‌ସାଇଟ୍‌ର ଶୁଭାରମ୍ଭ କରାଯାଇଥିଲା। ପ୍ରାଣୀଙ୍କ ବିକାଶ ଲକ୍ଷ୍ୟ ନେଇ ଏହା ମାଧ୍ୟମରେ ବିଭିନ୍ନ ବିଶ୍ୱସ୍ତରୀୟ ସଂସ୍ଥା ସହିତ ଯୋଗାଯୋଗକୁ ଗୁରୁତ୍ୱାରୋପ କରାଯାଇଥିଲା। ୨୦୦୭ରେ ଏନେଇ ବିଶ୍ୱସ୍ତରୀୟ ଭଲ୍ୟୁଣ୍ଟାରି ଆମ୍ବାସାଡର ପ୍ରୋଗ୍ରାମ ମଧ୍ୟ ଆରମ୍ଭ ହୋଇଥିଲା ବୋଲି ସେ କହିଥିଲୋ ରାଜନଗର ଜଗନ୍ନାଥ ମହାବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପିକା ଅନସୂୟା ବେହେରା ପ୍ରାଣୀ ମାନଙ୍କ ଅଧିକାର ଉପରେ ସାରଗର୍ଭକ ଆଲୋଚନା କରିଥିଲେ । ପଟ୍ଟାମୁଣ୍ଡାଇ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ମୁଖ୍ୟଅଧ୍ୟାପିକା ସରୋଜିନୀ ମିଶ୍ର ସ୍ୱାଗତଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । କଲେଜ ଆଇ କ୍ୟୁ ଏ ସି ସଂଯୋଜକ ସୁଭାଶିଷ ମିଶ୍ର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଶେଷରେ ଅଧ୍ୟାପକ ରାଜେଶ ଦାସ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରାଣୀ ବିଜ୍ଞାନ ବିଭାଗ ଲାବୋରେଟୋରୀ ଆସିଷ୍ଟାଣ୍ଟ ଓ  ଛାତ୍ରୀଛାତ୍ର ପରିଚାଳନା କରିଥିଲେ ।

Next Post

ପ୍ରତ୍ୟେକ ରାଷ୍ଟ୍ରର ପ୍ରଗତିରେ ସ୍ୱାସ୍ଥ୍ୟସେବାର ମହତ୍ୱପୂର୍ଣ୍ଣ ଯୋଗଦାନ ରହିଛି

Fri Dec 12 , 2025
ତାଲୁକ ଆଇନ ସେବା ସମିତି ପକ୍ଷରୁ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଦିବସ ପଟ୍ଟାମୁଣ୍ଡାଇ ୧୨/୧୨ -ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଦିବସ ଶୁକ୍ରବାର ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରିୟ ଚିକିତ୍ସାଳୟ ପରିଶରରେ ପାଳିତ ହୋଇଯାଇଛି । ଉପଖଣ୍ଡ ଡାକ୍ତରଖାନାର ଭାରପ୍ରାପ୍ତ ମେଡିକାଲ ଅଫିସର ଡ଼ ନିରାକାର ପରିଡାଙ୍କ ଅଧ୍ୟକ୍ଷତାରେ ଅୟୋଜିତ ସଭାରେ ଅତିଥିଭାବେ ଅତିରିକ୍ତ ଜିଲା ଦୌରାଜଜ୍ ବିଚାରପତି ବିଦ୍ୟାଧର ପୃଷ୍ଟି,ବିଚାରପତି ବିଦ୍ୟୁତଲତା ପ୍ରଧାନ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading