
କେନ୍ଦ୍ରାପଡା,୨୮ା୩: ନୂଆଦିଲ୍ଲୀର ଜବାହାରଲାଲ ନେହେରୁ ଷ୍ଟାଡିୟମ୍ଠାରେ ଚଳିତମାସ ୨୦ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ଖେଲୋ ଇଣ୍ଡିଆ ପାରା ଜାତୀୟ ଆଥ୍ଲେଟିକ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେମଧ୍ୟରୁ ଜାଭ୍ଲିନ୍ ଥ୍ରୋ ପ୍ରତିଯୋଗିତାରେ ତାଳସଙ୍ଗା ପଞ୍ଚାୟତ ଅନ୍ତର୍ଗତ ମାର୍ଶାଘାଇ ବ୍ଲକର ରଞ୍ଜିତ ଚାନ୍ଦ ଏହି ଜାତୀୟ ପ୍ରତିଯୋଗିତାରେ ଭାଗ ନେଇ ତୃତୀୟ ସ୍ଥାନ ଅଧିକାର କରି ବ୍ରୋଞ୍ଜ ମେଡାଲ ପାଇ କେନ୍ଦ୍ରାପଡା ଜିଲ୍ଲା ତଥା ଓଡିଶା ପାଇଁ ଗର୍ବ ଆଣିଥିବାରୁ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ତାଙ୍କ ଆବାସିକ କାର୍ଯ୍ୟାଳୟଠାରେ ଶ୍ରୀ ଚାନ୍ଦଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ସେଠାରେ ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ତଥା ସଂସ୍କୃତି ଅଧିକାରୀ ତ୍ରିଭୁବନ ଜୟସିଂ ଏବଂ ଜିଲ୍ଲା କ୍ରୀଡା ଅଧିକାରୀ ସୋମନାଥ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।
