ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲା ବିସ୍ମୟ ଶିଶୁ ମାତ୍ର ଦୁଇବର୍ଷ ନ ମାସ ବୟସରେ ଅନର୍ଗଳ ଆବୃରତ୍ତି କରୁଛି ଶ୍ଲୋକ ଓ ମନ୍ତ୍ର

blank
କେନ୍ଦ୍ରାପଡ଼ା. ୩/୭ (ଲୋକମତ)-ବୟସ ମାତ୍ର ଦୁଇ ବର୍ଷ ନ ମାସ । କିନ୍ତୁ ଅନର୍ଗଳ ଆବୃତ୍ତି କରୁଛନ୍ତି ବିଭିନ୍ନ ମନ୍ତ୍ର ଓ ଶ୍ଲୋକ । କେନ୍ଦ୍ରାପଡା ଜିଲା ପାଣ୍ଡିରି ଗାଁର ଏହି ସୁପର ବେବି ବା ବିସ୍ମୟ ଶିଶୁ ହେଉଛନ୍ତି ଆରିୟାନ୍ସ ମହାନ୍ତି । ଏଥିପାଇଁ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ଆରିୟାନ୍ସ । ନିଜର ଅଦ୍ଭୁତ ଧୀଶକ୍ତି ଯୋଗୁ ଏତେ କମ ବୟସରେ ସେ ମନେ ରଖି ପାରିଛନ୍ତି ନାନା ପ୍ରକାର ସାଧାରଣ ଜ୍ଞାନର ଉତ୍ତର ସମେତ ବିଭିନ୍ନ ପ୍ରକାର ରାଇମ୍‌, ଜାତୀୟ ସଙ୍ଗୀତ ଓ ଭକ୍ତିସଙ୍ଗୀତ । ନିଜ ପିଲାର ଏହି ଚମତ୍କାରିତା ପାଇଁ ଏବେ ଆରିୟାନ୍ସର ପିତାମାତା ବେଶ୍ ଖୁସି । ଏତେ କମ ବୟସରେ ଏତେ ସବୁ ଶବ୍ଦ ମନେରଖି ନିର୍ଭୁଲ ଭାବେ ଉଚ୍ଚାରଣ କରି ପାରୁଥିବା ଏହି ଶିଶୁଟି ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ପାଣ୍ଡିରି ଗାଁର ଆରିୟାନ୍ସ ମହାନ୍ତି । ଆରିୟାନ୍ସ କେବଳ ଶ୍ଲୋକ କି ମନ୍ତ୍ର ଉଚ୍ଚାରଣ କରୁ ନାହାଁନ୍ତି ବରଂ ବିଭିନ୍ନ ପ୍ରକାର ରାଇମ୍ ଓ ଜାତୀୟ ସଙ୍ଗୀତ ମଧ୍ୟ ବୋଲି ପାରୁଛନ୍ତି । ଏହି ଚମତ୍କାରିତା ପାଇଁ ଆରିୟାନ୍ସ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି । ମାତ୍ର ଦେଢବର୍ଷ ବୟସରୁ ଆରିୟାନ୍ସ ଏସବୁ ଶିଖିବା ଆରମ୍ଭ କଲେ । ପୁଅ ଭିତରେ ଥିବା ଚମତ୍କାର ସ୍ମୃତି ଶକ୍ତି ଓ ଶିଖିବାର ଆଗ୍ରହ ଦେଖି ବାପା ମାଆ ନାନା ପ୍ରକାର ବିଷୟରେ ଶିକ୍ଷା ଦେଇଥିଲେ । ଏବେ ସୁଦ୍ଧା ଆରିୟାନ୍ସ ୧୪ ଜିକେ, ୫ ଟି ରାଇମ୍‌, ୬ଟି ଶ୍ଲୋକ ସମେତ ବିଭିନ୍ନ ଦେଶର ନାମ ଇତ୍ୟାଦି ମନେ ରଖି ଅକ୍ଲେଶରେ କହି ପାରୁଛନ୍ତି । ତେବେ ଗତ ମେ ମାସ ୨୬ ତାରିଖରେ ଆରିୟାନ୍ସଙ୍କ ବାପା ଚିତ୍ତରଞ୍ଜନ ମହାନ୍ତି ଓ ମା ତପସ୍ୱିନୀ ଏ ନେଇ ଇଣ୍ଡିଆ ବୁକ ଅଫ ରେକର୍ଡରେ ଅନଲାଇନ୍ ଆବେଦନ କରିଥିଲେ । ପୁଅର ସମସ୍ତ କାର୍ଯ୍ୟକଳାପର ରେକର୍ଡ ମଧ୍ୟ ସମ୍ପୃକ୍ତ ସଂସ୍ଥା କୁ ଅନଲାଇନ ପଠା ଯାଇଥିଲା । ତାର କିଛିଦିନ ପରେ ଇଣ୍ଡିଆ ବୁକ ଅଫ ରେକର୍ଡ ପକ୍ଷରୁ ଆରିୟାନ୍ସଙ୍କ ପରିବାର ସହ ଯୋଗାଯୋଗ କରାଯାଇଥିଲା ଏବଂ ଆରିୟାନ୍ସଙ୍କୁ ପ୍ରମାଣପତ୍ର ଦିଆଯାଇଥିଲା । ଝାରସୁଗୁଡ଼ାର ଏକ ଘରୋଇ ସଂସ୍ଥା ରେ କାର‌୍ୟ୍ୟରତ ଆରିୟାନ୍ସ ଙ୍କ ବାପା ଚିତ୍ତରଞ୍ଜନ ନିଜ ପୁଅର ଭବିଷ୍ୟତ ନେଇ ବେଶ୍ ଆଶାବାଦୀ ।

Next Post

ରଥଯାତ୍ରାରେ ସାଂସ୍କୃତିକ ନୃତ୍ୟ କାର୍ଯ୍ୟକ୍ରମ

Thu Jul 3 , 2025
କେନ୍ଦ୍ରାପଡ଼ା. ୩/୭ – ପ୍ରତିବର୍ଷପରି ଚଳିତବର୍ଷ କେନ୍ଦ୍ରାପଡ଼ା ରଥଯାତ୍ରାରେ ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ (ନୁପୁର ଡ୍ୟାନ୍ସ ଏକାଡେମୀ)ତରଫରୁ ସନ୍ଧ୍ୟାରେ ସ୍ଥାନୀୟ ମାଉସୀ ମାଆ ମନ୍ଦିରଠାରେ ଚିତାକର୍ଷକ ଓଡିଶୀ, ସମ୍ବଲପୁରୀ,ଶାସ୍ତ୍ରୀୟନୃତ୍ୟ ଗୁରୁ ନିର୍ଲିପ୍ତା ବେହେରା ଓ କୁନି ନୃତ୍ୟଶିଳ୍ପୀମାନଙ୍କଦ୍ୱାରା ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ପରିବେଷଣ କରାଯାଇଥିଲା । ଉପସ୍ଥିତ ହୋଇଥିବା ସଂଖ୍ୟାଧିକ ଦର୍ଶକ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଉକ୍ତ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । କାର୍ଯ୍ୟକ୍ରମରେ ପରିବେଶିତ ପୁରାତନ କବି ଜୟଦେବଙ୍କ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading