ପଟ୍ଟାମୁଣ୍ଡାଇ ହସ୍ପିଟାଲରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

blank
ପଟ୍ଟାମୁଣ୍ଡାଇ ତା ୪/୭-ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ମୁଖ୍ୟ ଚିକିତ୍ସାଧିକାରୀ ଡ଼ା ନିରାକାର ପରିଡା ନେତୃତ୍ୱରେ ହସ୍ପିଟାଲ ପରିସରରେ ସ୍ୱଚ୍ଛତା ହଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।  ପଟ୍ଟାମୁଣ୍ଡାଇ ଏମ ଏନ ହାଇସ୍କୁଲ ଏନ ସି ସି କାଡେଟ୍ସ ମାନେ ସଫେଇ କାର୍ଯ୍ୟ ସହିତ ସଚେତନତା ଅଭିଯାନରେ ସାମିଲ ହୋଇଥିଲେ । ଏମ ଏନ ହାଇସ୍କୁଲ ପ୍ରଧାନଶିକ୍ଷକ ଅଶୋକ କୁମାର ରାଉତରାୟଙ୍କ ନିର୍ଦେଶରେ ଏନ ସି ସି ଅଫିସର ସରୋଜ କୁମାର ସ୍ୱାଇଁ ଓ ଖେଳ ଶିକ୍ଷକ ଶଶାଙ୍କ ଶେଖର ସାହୁଙ୍କ ନେତୃତ୍ୱରେ ୫୦ ଜଣ ଏନ ସି ସି କ୍ୟାଡ଼େଟ କାର୍ଯ୍ୟକ୍ରମରେ ଭାଗ ନେଇ ହସ୍ପିଟାଲ ପରିସର ସଫା କରିବା ସହ “ସ୍ୱଚ୍ଛତା ହି ସେବା”, “ସ୍ୱଚ୍ଛ ପରିବେଶ ସୁସ୍ଥ ଜୀବନ” ପ୍ରଭୁତି ସ୍ଲୋଗାନ ଦେଇ ଉପସ୍ଥିତ ଜନସାଧାରଣ ଙ୍କୁ ସଚେତନ କରାଇଥିଲେ। ଏହା ପରେ ପରିବେଶ ସ୍ୱଚ୍ଛ ରହିଲେ ରୋଗ ଦୂର ହେବ ସମସ୍ତେ ନିରୋଗ ରହିବା ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ରେ ଭାଗ ନେଇଥିବା ସମସ୍ତ ଏନ ସି ସି କାଡେଟ୍ସ , ଶିକ୍ଷକ ଓ ହସ୍ପିଟାଲ କର୍ମଚାରୀମାନେ ପରିବେଶକୁ ସର୍ବଦା ସଫା ରଖିବା ଓସିଙ୍ଗଲ ୟୁଜ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ନ କରିବା ପାଇଁ ଶପଥ ନେଇଥିଲେ।ଏହି କାର୍ଯ୍ୟକ୍ରମରେ ହସ୍ପିଟାଲ କର୍ମଚାରୀ ନୃସିଂହ ଚରଣ ଦାସ, ପ୍ରଶାନ୍ତ କୁମାର ଜେନା, ଚିତ୍ତରଞ୍ଜନ ଚାନ୍ଦ ଓ ସ୍ନେହଲତା ମହାନ୍ତି ଯୋଗ ଦେଇ ପରିଚାଳନା ରେ ସହଯୋଗ କରିଥିଲେ ।

Next Post

ପଥରକ୍ଷଣୀ-ପୋଇପାଟ ରାସ୍ତା ଶୋଚନୀୟ ; ଭାଙ୍ଗିରୁଜି ଗଲା ଦୁଇ ବର୍ଷର ରାସ୍ତା, ନିମ୍ନମାନର ନିର୍ମାଣ ଅଭିଯୋଗ

Sat Jul 5 , 2025
କେନ୍ଦ୍ରାପଡ଼ା,୫ା୭: କେନ୍ଦ୍ରାପଡ଼ା ଗ୍ରାମ୍ୟଉନ୍ନୟନ ବିଭାଗ ଅଧିନ ଗାଙ୍ଗପଡ଼ା ପଞ୍ଚାୟତର ପଥରକ୍ଷଣୀ-ପୋଇପାଟ ରାସ୍ତା ଶୋଚନୀୟି ହୋଇପଡିଛି । ନିମ୍ନମାନର ନିର୍ମାଣ ସାମଗ୍ରୀ ବ୍ୟବହାର କରାଯାଇଥିବାରୁ ଏହିପରି ଅବସ୍ଥା ସୃଷ୍ଟି ହୋଇଛି ବୋଲି ଗ୍ରାବାସୀମାନେ ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ୨ ବର୍ଷ ତଳେ ଏହି ରାସ୍ତା ନିର୍ମାଣ ହୋଇଥିଲା। କିନ୍ତୁ ଦୁଇ ବର୍ଷ ନ ଯାଉଣୁ ରାସ୍ତାର ଅବସ୍ଥା ସଙ୍ଗୀନ ହୋଇଗଲାଣି। ଏହି ଦେଇ ପୋଇପାଟ ଗ୍ରାମକୁ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading