ଭାରତୀୟ ଷ୍ଟେଟ ବ୍ୟାଙ୍କରେ ରକ୍ତଦାନ ଶିବିର

blank

କେନ୍ଦ୍ରାପଡା ୨୬/୬: ଭାରରତୀୟ ଷ୍ଟେଟ ବ୍ୟାଙ୍କ କେନ୍ଦ୍ରାପଡା ଶାଖା ତାର ୬୭ତମ ଜନ୍ମ ଉତ୍ସବ ପାଳନ କରୁଛି । ଏହି ଅବସରରେ ମୁଖ୍ୟଶାଖା ଷ୍ଟେଟ ବ୍ୟାଙ୍କ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଟିତ ହୋଇଥିଲା । ଏହି ରକ୍ତଦାନ ଶିବିରରେ ସମୁଦାୟ ୫୨ୟୁନିଟ୍ ସଂଗ୍ରହ କରାଯାଇଥିଲା । ବର୍ତ୍ତମାନ ଜିଲ୍ଲାମୁଖ୍ୟ ଚିକିତ୍ସାଳୟର ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି କହିଥିଲେ ଯେ ବର୍ତ୍ତମାନ ବ୍ଲଡବ୍ୟାଙ୍କର ରକ୍ତସଂଗ୍ରହ କମି ଯାଉଛି । ତେଣୁ ରକ୍ତଦାନ ନିହାତି ଦରକାର । ଏହି କାର୍ଯ୍ୟକ୍ରମ ଏସବିଆଇ ପକ୍ଷରୁ କରାଯାଇଥିବାରୁ ବହୁତ ପ୍ରଶଂସା କରିଥିଲେ । ଏହିପରି ଜିଲ୍ଲାରେ ସବୁଶାଖାରେ ହେଲେ ଭଲହେବ ବୋଲି ପରାମର୍ଶ ଦେଇଥିଲେ । କେନ୍ଦ୍ରାପଡା ଶାଖାର ମୁଖ୍ୟ ପରିଚାଳକ ବିଶ୍ୱଜିତ ରାଉତରାୟ ଓ ବ୍ୟାଙ୍କର ଉପଶାଖା ପରିଚାଳିକା ସୁପ୍ରିୟା ମଲ୍ଲିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶ୍ରୀ ରାଉତରାୟ କହିଥିଲେ ଯେ ଜିଲ୍ଲାରେ ବ୍ଲଡ ବ୍ୟାଙ୍କର ରକ୍ତ ସଂଗ୍ରହ ସଂଖ୍ୟା କିମିଯାଇଥିବାରୁ ଆଜି ବ୍ୟାଙ୍କର ଜନ୍ମଦିନରେ ଏହି କାର୍ଯ୍ୟକ୍ରମ କରି ମୁଁ ବହୁତ ଆନନ୍ଦ ଅନୁଭବ କରୁଛି । ଏହି ରକ୍ତଦାନ ଶିବିର ସଫଳ କରିବାକୁ ତାଙ୍କ କର୍ମଚାରୀମାନଙ୍କୁ ଅନୁରୋଧ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ବ୍ୟାଙ୍କର କର୍ମଚାରୀ ଜଗନ୍ନାଥ ପଣ୍ଡା, ରାଜେଶ୍ୱର ନାୟକ ପ୍ରମୁଖ ପରିଚାଳନା କରିଥିଲେ ।

Next Post

ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବଜୀଉଙ୍କ ନବଯୈାବନ ଦର୍ଶନ

Thu Jun 26 , 2025
କେନ୍ଦ୍ରାପଡ଼ା,୨୬ା୬ : ନବ ଯୌବନ ରୂପରେ ଆଜି ଦର୍ଶନ ଦେଲେ ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବଜୀଉ। ତୁଳସୀକ୍ଷେତ୍ରରେ ଗୁରୁବାର ଶ୍ରୀବଳଦେବଜୀଉଙ୍କ ନେତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍ନାନ ଯାତ୍ରାରେ ଅତ୍ୟଧିକ ସ୍ନାନ ଯୋଗୁ ମହାପ୍ରଭୁ ଭୀଷଣ ଜ୍ୱରରେ ପିଡିତ ଥିଲେ। ଭକ୍ତମାନଙ୍କୁ ଦର୍ଶନ ବାରଣ ଥିଲା। ଦୀର୍ଘ ପନ୍ଦର ଦିନ ପରେ ଭକ୍ତଙ୍କୁ ପ୍ରଭୁ ଦୁର୍ଲଭ ନବ ଯୌବନ ରୂପରେ ଦର୍ଶନ ଦେଇଛନ୍ତି। ହଜାର ହଜାର ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁମାନେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading