ବୈଜ୍ଞାନିକ ଦେବେନ୍ଦ୍ର ଦାସଙ୍କୁ ଗୋପବନ୍ଧୁ ଦାସ ସ୍ମାରକ ସମ୍ମାନ

blank
କେନ୍ଦ୍ରାପଡ଼ା,୨୩ା୬ : ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ବୈଜ୍ଞାନିକ ଡ. ଦେବେନ୍ଦ୍ର କୁମାର ଦାସଙ୍କୁ ‘ଦି ଓଡିଶା ସୋସାଇଟି ଅଫ ଆମେରିକାସ’ର ୫୫ତମ ବାର୍ଷିକ ଉତ୍ସବରେ “ଉତ୍କଳମଣି ଗୋପବନ୍ଧୁ ଦାସ ସ୍ମାରକ ସମ୍ମାନ” ପ୍ରଦାନ କରାଯାଇଛି। ଡ. ଦାସଙ୍କୁ ସମାଜସେବା କ୍ଷେତ୍ରରେ ଅନନ୍ୟ ଅବଦାନ ପାଇଁ ଅନୁଷ୍ଠାନ ଏଭଳି ସମ୍ମାନରେ ସମ୍ମାନିତ କରିଛି। ଡ. ଦାସ କେନ୍ଦ୍ରାପଡା ସହରର ବଡହାଟ ଗ୍ରାମରେ ଜନ୍ମଗ୍ରହଣ କରିଥିବା ବେଳେ ଆମେରିକାରେ ଗତ ୫୦ବର୍ଷ ହେବ ରହୁଛନ୍ତି। କିନ୍ତୁ ସେ ନିଜ ଜନ୍ମମାଟି କେନ୍ଦ୍ରାପଡା ଜିଲ୍ଲାରେ ସମାଜସେବା କାର୍ଯ୍ୟ ଜାରି ରଖିଛନ୍ତି। ରୋଗରେ ପଡୁଥିବା ଗରୀବ ଓ ନଷ୍ପେସିତ ଲୋକମାନଙ୍କୁ ଏବଂ ଘରପୋଡି ବିପନ୍ନମାନଙ୍କୁ ସେ ଆର୍ôଥକ ସହଯୋଗ କରିବା ସହ ସେମାନଙ୍କୁ ଖାଦ୍ୟ ଏବଂ ବସ୍ତ୍ର ମଧ୍ୟ ପ୍ରତ୍ୟେକ ବର୍ଷ ପ୍ରଦାନ କରିଥାନ୍ତି। କେବଳ କେନ୍ଦ୍ରାପଡା ଜିଲ୍ଲା ନୁହେଁ ଓଡିଶାର ଜଗତସିଂହପୁର, କଟକ, ପୁରୀ, ମୟୁରଭଞ୍ଜ,କୋରାପୁଟ, ରାୟଗଡା, କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି ଭଳି ବିଭିନ୍ନ ଜିଲ୍ଲାର ଏଭଳି ଗରିବ ଲୋକ ଓ ପିଲାମାନଙ୍କୁ ସେ ସହାୟତାର ହାତ ବଢାଇଥାନ୍ତି। ଏଥିସହ ଗରିବ ଛାତ୍ରଛାତ୍ରୀମାନଙ୍କୁ ପାଠପଢିବା ପାଇଁ ମଧ୍ୟ ସେ ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି। ଏହିସବୁ ସମାଜସେବା ମୂଳକ କାର୍ଯ୍ୟ ନିମନ୍ତେ ଡ. ଦାସ ତାଙ୍କ ବାପା ଓ ମାଙ୍କ ନାମରେ ‘ବାଞ୍ଛାନିଧି ଦାସ ଓ ଶ୍ରୀମତୀଦେବୀ ଚାରିଟେବୁଲ ଟ୍ରଷ୍ଟ’ ନାମକ ଏକ ସଂସ୍ଥା ଗଠନ କରିଛନ୍ତି। ସେହି ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ସମୟରେ ଏଭଳି କାର୍ଯ୍ୟ କରାଯାଇଥାଏ। ପ୍ରତିବର୍ଷ ଡ. ଦାସ ୨ମାସ ପାଇଁ ଜନ୍ମମାଟି କେନ୍ଦ୍ରାପଡାକୁ ଆସିଥାନ୍ତି ଓ ଏଠାରେ ସମସ୍ତ ସମାଜସେବା କାର୍ଯ୍ୟକୁ ଅତ୍ୟନ୍ତ ଦକ୍ଷତାର ସହିତ କରିବା ସହ ବିଭିନ୍ନ ଦୁର୍ଗମ ଅଞ୍ଚଳ ବୁଲି ଲୋକମାନଙ୍କୁ ସହାୟତାର ହାତ ବଢାଇଥାନ୍ତି। ତାଙ୍କର ଏହି ସେବାମୂଳକ କାର୍ଯ୍ୟ ପାଇଁ ତାଙ୍କୁ “ଦି ଓଡିଶା ସୋସାଇଟି ଅଫ ଆମେରିକାସ” ସମ୍ମାନିତ କରିଛି।

Next Post

ପଟ୍ଟାମୁଣ୍ଡାଇ ବ୍ରାହ୍ମଣୀରେ ବନ୍ୟା , ପ୍ରାୟ ୭୦ ହଜାର ଲୋକ ଜଳବନ୍ଦି

Wed Jul 16 , 2025
କୁମ୍ଭୀର ଆତଙ୍କରେ ଥରହର ଧୋୟାଂଚଳ ବାସୀ ବାହ୍ୟଜଗତରୁ ବିଚ୍ଛିନ ଅନେକ ଗାଁ ପଟ୍ଟାମୁଣ୍ଡାଇ ୧୬/୭– ବାରମ୍ବାର ଲଘୁଚାପ ଜନିତ ଲଗାଣବର୍ଷା ଓ ରେଙ୍ଗାଲି ପାଣି ଛାଡିବା ଯୋଗୁଁ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଧୋୟାଂଚଳରେ ଦେଇ ପ୍ରବାହିତ ବ୍ରାହ୍ମଣୀ, ବୈତରଣୀ ଓ କାଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଜଳସ୍ତର ବଢିବାରେ ଲାଗିଛି । ଅଳଭାଠାରେ ବ୍ରାହ୍ମଣୀ ବିପଦସଂକେତ ଉପରେ ବହୁଛି। ପୂର୍ବ ମାପ ଅନୁଶାରେ ବିପଦସଙ୍କେତ ୧୬ ଫୁଟ୍ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading