ଟ୍ରାଫିକ ନିୟନ୍ତ୍ରଣ ପାଇଁ ପ୍ରଶାସନିକ ପଦକ୍ଷେପ

blank
ପଟ୍ଟାମୁଣ୍ଡାଇ ୭/୩ ପଟ୍ଟାମୁଣ୍ଡାଇ ସହରାଞ୍ଚଳରେ ଯାନବାହାନ ଚଳାଚଳ ଦିନକୁଦିନ ବୃଦ୍ଧି ପାଉଥିବାରୁ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛିI ଯାହା ଫଳରେ ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ପ୍ରତ୍ୟହ ଛୋଟ ବଡ଼ ଦୁର୍ଘଟଣା ମଧ୍ୟ ଘଟୁଛି ।  ଜନସାଧାରଣଙ୍କ ସୁରକ୍ଷିତ ଯାତାୟାତ ପାଇଁ ପ୍ରଶାସନ ପକ୍ଷରୁ ଟ୍ରାଫିକ ନିୟଂତ୍ରଣ ଦିଗରେ ପଦକ୍ଷେପ ନିଆଯାଇଛି ।  ପଟ୍ଟାମୁଣ୍ଡାଇ ସହରରେ ଉଠା ଦୋକାନୀମାନେ‌ ସହରର ମୂଖ୍ୟ ରାସ୍ତାକୁ ଅବରୋଧ କରି ନିଜରଵ୍ୟଵସାୟ କରୁଥିବାରୁ ସହରରେ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହିତ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି । ପଟ୍ଟାମୁଣ୍ଡାଇ ସହରରେ ଟ୍ରାଫିକ ସମସ୍ୟା ଦୂର ପାଇଁ ଉଭୟ ପୌର ପରିଷଦ ଓ ପୋଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି ।  ଗତ କାଲି ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ବିଶ୍ଵାଳ, ଆଦର୍ଶ ଥାନା ଅଧିକାରୀ ଵନ୍ଦନା ପାତ୍ର ପୈାର କର୍ମଚାରୀ ଓ ପୋଲିସ ବାହିନୀ ସହିତ ରାସ୍ତା ଅବରୋଧ କରି ବ୍ୟବସାୟ କରୁଥିବା ସମସ୍ତ ଉଠା ଦୋକାନୀମାନଙ୍କୁ ଅବରୋଧ ହଟାଇବାକୁ ଚେତାବନୀ ଦେଇଛନ୍ତି। ଆସନ୍ତା ୫ଦିନ ଭିତରେ ରାସ୍ତା ଅବରୋଧ ହଟାଇ ବ୍ୟବସାୟ ପାଇଁ ଭେଣ୍ଡିଙ୍ଗ ଜୋନରେ ପାଇଥିବା ଘରକୁ ଚାଲିଯିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ଖିଲାପ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ବାହୀ ଅଧିକାରୀ ଶ୍ରୀବିଶ୍ଵାଳ, ଆଦର୍ଶ ଥାନା ଅଧିକାରୀ ଶ୍ରୀମତୀ ପାତ୍ର ଚେତାବନୀ ଦେଇଥିଲେ ।  ପ୍ରଶାସନ ପକ୍ଷରୁ ଟ୍ରାଫିକ ନିୟଂତ୍ରଣ ଓ ଜବର ଦଖଲ ଉଛେଦ ଅଭିଯାନରେ ପୈାର ପରିଷଦ କର୍ମଚାରୀ ସରୋଜ ପଣ୍ଡା, ପ୍ରଫୁଲ୍ଲ କୁମାର ଦାଶ, ହୃଷିକେଶ ନାଥଙ୍କ ସମେତ ଆଦର୍ଶ ଥାନାର ପୋଲିସ କର୍ମଚାରୀ ସାମିଲ ହୋଇ ଥିଲେ। ପ୍ରଶାସନର ଏହି ପଦକ୍ଷେପକୁଜନସାଧାରଣ ସ୍ୱାଗତ କରିବା ସହିତ ପଟ୍ଟାମୁଣ୍ଡାଇ ସହରରୁ ବୁଲା ଗାଈ,ଷଣ୍ଢ, କୁକୁର ମାନଙ୍କୁ ହଟାଇବା ପାଇଁ ଦାବୀ କରିଛନ୍ତି ।

Next Post

ଏମଏନ ହାଇସ୍କୁଲରେ ବିଦ୍ୟାଳୟ ସ୍ତରୀୟ ଖେଳନା ପ୍ରସ୍ତୁତି କାର୍ଯ୍ୟକ୍ରମ ପୁରସ୍କାର ବିତରଣ ଉତ୍ସବ

Sat Mar 8 , 2025
ପଟ୍ଟାମୁଣ୍ଡାଇ ୮/୩ – ପଟ୍ଟାମୁଣ୍ଡାଇ଼ ଶିକ୍ଷା ବ୍ଲକ ଅନ୍ତର୍ଗତ ପଟ୍ଟାମୁଣ୍ଡାଇର ସର୍ବପୁରାତନ ଶିନୁଷ୍ଟାନ ମନ୍ମଥନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ପୁରସ୍କାର ବିତରଣ ଉତ୍ସବ ଓ ବିଦ୍ୟାଳୟ ସ୍ତରୀୟ ଖେଳନା ପ୍ରସ୍ତୁତି କାର୍ଯ୍ୟକ୍ରମ ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଜୟ କୁମାର ରାଉତରାୟଙ୍କ ସଭାପତିତ୍ୱ ଓ ସ୍କୁଲ ପରିଚାଳନା କମିଟିର ମିଳିତ ସହଯୋଗରେ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ସ୍କୁଲ ପରିଚାଳନା କମିଟି ସଭାପିତି ତପନ ଦାଶ, ମହେଶ୍ୱର ସାମଲ, […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading