ପଟ୍ଟାମୁଣ୍ଡାଇ କଲେଜ ରାଜନୀତି ବିଜ୍ଞାନ ବିଭାଗ ଆଲୋଚନାଚକ୍ର

blank
ପଟ୍ଟାମୁଣ୍ଡାଇ ତା ୧୯/୧- ପଟ୍ଟାମୁଣ୍ଡାଇ କଲେଜ ରାଜନୀତି ବିଜ୍ଞାନ ବିଭାଗ ଓ ଓଳାଭର କଲେଜ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ମିଳିତ ଆନୁକୂଲ୍ୟରେ ଡେମୋକ୍ରାଟାଇଜିଙ୍ଗ ଡେମୋକ୍ରେସୀ, ଅପରଚ୍ୟୁନିଟିଜ ଆଣ୍ଡ ଚ୍ୟାଲେଞ୍ଜସ ଶୀର୍ଷକ ରାଜ୍ୟ ସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଉମାକାନ୍ତ ପାତ୍ରଙ୍କ ପୌରହିତ୍ୟ ଓ ଅଧ୍ୟାପକ ଡ଼ ଆଲୋକ ସାହୁଙ୍କ ସଂଯୋଜନାରେ ଆୟୋଜିତ ଆଲୋଚନାଚକ୍ରରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତି ଓ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ ପୂର୍ବତନ ରାଜନୀତି ବିଜ୍ଞାନ ପ୍ରଫେସର ଡ଼ ପ୍ରକାଶ ଷଢଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ,ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପ୍ରଫେସର ଡ଼ ମାନସ ବେହେରା ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଗଣତନ୍ତ୍ରକୁ ଲୋକାଭିମୁଖୀ କରିବା,ସାଧାରଣ ନାଗରିକଙ୍କ ଶାସନତନ୍ତ୍ରରେ ଅଂଶଗ୍ରହଣ,ପାରଦର୍ଶିତା, ଦାୟିତ୍ୱବୋଧ ଏବଂ ଡିଜିଟାଲ ମାଧ୍ୟମରେ ଗଣତନ୍ତ୍ରକୁ ଶକ୍ତିଶାଳୀ କରିବା ସମ୍ପର୍କରେ ତାତ୍ୱିକ ବିଶ୍ଳେଷଣ କରିବା ସହିତ ଅଶିକ୍ଷା, ଭୁଲ ସୂଚନା, ସାମାଜିକ ଅସମାନତା ଦୂର କରି ସମତୁଳନ କରିପାରିଲେ ଗଣତନ୍ତ୍ର ଅଧିକ ସକ୍ରିୟ ଓ କ୍ରିୟାଶୀଳ ହୋଇପାରିବ ବୋଲି ପ୍ରକାଶ କରିଥିଲେ । ପଟ୍ଟାମୁଣ୍ଡାଇ କଲେଜ ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ଡ଼ ସର୍ବେଶ୍ୱର ସାହୁ ବିଷୟଭତିିକ ସନ୍ଧର୍ଭ ପାଠ କରିଥିବା ବେଳେ ଅଧ୍ୟାପିକା ନିବେଦିତା ପ୍ରଧାନ ଅତିଥିପରିଚୟ ପ୍ରଦାନ କରିଥିଲେ । ଡ଼ ଆଲୋକ କୁମାର ରାୟଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନାଚକ୍ରର ୨ୟ ଅଧିବେଶନ ରେ ପଟ୍ଟାମୁଣ୍ଡାଇ କଲେଜ, ଓଳାଭର କଲେଜ ସମେତ ବିଭିନ୍ନ କଲେଜର ଅଧ୍ୟାପିକା ଅଧ୍ୟାପକ ଛାତ୍ରୀଛାତ୍ର ଯୋଗ ଦେଇଥିଲେ ।ଶେଷରେ ଅଧ୍ୟାପିକା ଶୁଭଶ୍ରୀ ପୋଥାଳ ଧନ୍ୟବାଦ ଦେଇଥିଲେ ।

Next Post

ଉତ୍ତମ ଶିକ୍ଷା ଜୀବନକୁ ଆଲୋକିତ ଓ ସଫଳ କରେ , ଚନ୍ଦନନଗର ପଦ୍ମଲୋଚନ ବିଦ୍ୟା ପୀଠ ବାର୍ଷିକୋତ୍ସବ ଉଦଯାପିତ

Mon Jan 19 , 2026
ପଟ୍ଟାମୁଣ୍ଡାଇ, ୧୯/୧- “ଶିକ୍ଷା ମଣିଷ ଜୀବନକୁ ଆଲୋକିତ ଓ ସଫଳ କରିଥାଏ ।  ଅଜ୍ଞାନତାକୁ ବିନାଶ କରି ଜ୍ଞାନର ଆଲୋକ ବିତରଣ କରି ଛାତ୍ରଛାତ୍ରୀମାନଙ୍କୁ ସୁନାଗରିକ ଭାବେ ଗଢି ତୋଳିବାରେ ସହାୟକ ହୋଇଥାଏ ବୋଲି ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ପଦ୍ମଲୋଚନ ନୋଡାଲ ବିଦ୍ୟାପୀଠର ୨ଦିନିଆ ବାର୍ଷିକ ଉତ୍ସବର ଉଦଯାପନୀ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ପ୍ରକାଶ କରିଛନ୍ତି । ବିଧାୟକ ଶ୍ରୀସାହୁ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading