କେନ୍ଦ୍ରାପଡ଼ାରେ କୁନି ଚିତ୍ରଶିଳ୍ପୀଙ୍କ କରିସ୍ମା

blank
କେନ୍ଦ୍ରାପଡ଼ା,୨୩ା୨:କେନ୍ଦ୍ରାପଡା ସହରର ମହିପାଳ ସ୍ଥିତ କୁନ୍ତଳାକୁମାରୀ ଚାରୁ ଓ କାରୁ କଳା ବିଦ୍ୟାଳୟରେ ଚାଲିଥିବା ବାର୍ଷିକ ପରୀକ୍ଷା ଶେଷ ହୋଇଛି। ଏଥିରେ କୁନି କୁନି ଚିତ୍ରଶିଳ୍ପୀମାନେ ସେମାନଙ୍କ କରିସ୍ମା ଦେଖାଇଛନ୍ତି। ପିଲାମାନେ ଗ୍ରୀଷ୍ମ ପ୍ରବାହ ସଂକ୍ରାନ୍ତରେ ସଚେତନତା ବାର୍ତ୍ତ ଥିବା ଚିତ୍ର, ଗ୍ରୀଷ୍ମ ଲହରୀରୁ କିପରି ରକ୍ଷା ପାଇ ହେବ ସେ ସଂକ୍ରାନ୍ତୀୟ ଚିତ୍ର, ଗ୍ରୀନ୍ ହାଉସ ଗ୍ୟାସକୁ ରୋକିବା ପାଇଁ ହେଲେ ସବୁଜ ବଳୟ ସୃଷ୍ଟି କରିବାର ଚିତ୍ର, ଜଳବାୟୁ ପରିବର୍ତ୍ତନକୁ ରୋକିବା ପାଇଁ କେଉଁ ପଦକ୍ଷେପମାନ ନେଇ ହେବ ତାହା ଉପରେ ଚିତ୍ର ଆଙ୍କି ସମାଜକୁ ସୁନ୍ଦର ବାର୍ତ୍ତା ଦେଇଛନ୍ତି। ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ହେବା ପରେ ବିଦ୍ୟାଳୟ ତା’ର ପ୍ରଥମ ବାର୍ଷିକ ପରିକ୍ଷା ଓଡିଶା ଲଳିତ କଳା ଏକାଡେମୀ ତତ୍ତ୍ୱାବଧାନରେ ଅୟୋଜନ କରିଛି । ଚଳିତ ବର୍ଷ ପ୍ରାଥମିକ ପରୀକ୍ଷାରେ ମୋଟ ୩୫ ଜଣ କୁନି କଳାକାର ଭାଗ ନେଇଛନ୍ତି । ଏଥିରେ କନିଷ୍ଠ ଭାଗ-୧, ଭାଗ-୨ ଓ ବରିଷ୍ଠ ଭାଗ-୧ ଓ ଭାଗ-୨ ପରୀକ୍ଷା ହୋଇଥିଲା। କେନ୍ଦ୍ରାପଡା ସହରରେ ଏପରି ପରୀକ୍ଷା କରି ପ୍ରମାଣପତ୍ର ଦେଉଥିବା ଅନୁଷ୍ଠାନ କୁନ୍ତଳାକୁମାରୀ ଚାରୁ ଓ କାରୁ କଳା ବିଦ୍ୟାଳୟ ୨୦୨୧ ମସିହାରେ ଆରମ୍ଭ ହୋଇଥିଲା। ଦୀର୍ଘ ପାଞ୍ଚ ବର୍ଷ ଧରି ପିଲାମାନଙ୍କୁ କଳା ଶିକ୍ଷା ଦେଇ ଆସୁଥିବା ଏହି କଳା ଶିକ୍ଷା ଅନୁଷ୍ଠାନକୁ ଏ ବର୍ଷ ଓଡିଶା ସରକାରଙ୍କ ଭାଷା ସାହିତ୍ୟ ଓ ସଂସ୍କୃତ ବିଭାଗ ଅଧିନରେ ଥିବା ଲଳିତ କଳା ଏକାଡେମୀ ସ୍ୱୀକୃତି ଦେଇଛି । ଏହି ଅନୁଷ୍ଠାନ ପିଲାମାନଙ୍କୁ କଳାଶିକ୍ଷା ଦେଇ ସ୍ୱାବଲମ୍ବୀ କରିବାକୁ ଚେଷ୍ଟା କରୁଛି ବୋଲି ପ୍ରଧାନ ଗୁରୁଜୀ ଅଶୋକ ନାୟକ କହିଛନ୍ତି । ଜିଲ୍ଲାର କଳା ଓ ସଂସ୍କୃତି କ୍ଷେତ୍ରରେ ଉନ୍ନତି ଓ ରାଜ୍ୟରେ ଏହାର ପ୍ରାଧାନ୍ୟ ଦେବା ଉଦ୍ଦେଶ୍ୟରେ ସେ ଏହି କଳା ଶିକ୍ଷାନୁଷ୍ଠାନ ଗଢିଛନ୍ତି ବୋଲି କହିଛନ୍ତି। ଏହି ଅବସରରେ ଉପସ୍ଥିତ ଅଭିଭାବକ ମାନେ ବିଦ୍ୟାଳୟ ଓ ସରକାରଙ୍କୁ ସାଧୁବାଦ ଦେଇଥିଲେ । ଆଗାମୀ ଦିନର କେନ୍ଦ୍ରାପଡା ଯେପରି ସମଗ୍ର ରାଜ୍ୟ ଓ ଦେଶରେ କଳା କ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବ ସେ ନେଇ ଏହି ବିଦ୍ୟାଳୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ବିଦ୍ୟାଳୟର ମୁଖ୍ୟ ଜାତୀୟ ସ୍ତରୀୟ ଚିତ୍ରଶିଳ୍ପୀ ଅଶୋକ କୁମାର ନାୟକ ମତବ୍ୟକ୍ତ କରିଛନ୍ତି। ଏଥିରେ ବିଦ୍ୟାଳୟର ଗୁରୁମା ଅନିତା ନାୟକ, ବିଶ୍ୱଜିତ ଲେଙ୍କା, ମାଧବୀ ମୁର୍ମୁ, କୃପାସିନ୍ଧୁ ଦାସ, ଗୀତାଞ୍ଜଳୀ ଗିରି, ଚିନ୍ମୟୀ ପଣ୍ଡା, ଜୟନ୍ତ ସାହୁ, ସରୋଜ ମହାରଣା, ସଂଘମିତ୍ରା ମଲ୍ଲିକ ଓ ଦିପ୍ତୀ ସୁନ୍ଦର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ।

Next Post

ବିଶ୍ୱବିଦ୍ୟାଳୟ ନିଷ୍ପତ୍ତିକୁ ବରିଷ୍ଠ ନାଗରିକ ମଞ୍ଚର ସ୍ୱାଗତ

Mon Feb 23 , 2026
କେନ୍ଦ୍ରାପଡ଼ା,୨୩ା୨:କେନ୍ଦ୍ରାପଡା ଜିଲ୍ଲାରେ ଏକ ସରକାରୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ସହ ଏଠାରେ ଏକ ବୃହତ ଜାହାଜ ନିର୍ମାଣ କାରଖାନା ଓ ଜିଲ୍ଲାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀୟୁଙ୍କ ମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ନିମନ୍ତେ ସରକାର ନୀତିଗତ ନିଷତ୍ତି ନେଇଥିବାରୁ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି। ଚଳିତ ବିଧାନସଭା ଅଧିବେଶନରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ଏହି ତିନୋଟି ପ୍ରକଳ୍ପ ଘୋଷଣା କରିଥିବାରୁ ସରକାର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading