
କେନ୍ଦ୍ରାପଡା,୩୧ା୩ : କେନ୍ଦ୍ରାପଡା ଜିଲ୍ଲାର ପ୍ରଥମ ବିଦ୍ୟୁତିକ ଗଣମାଧ୍ୟମ ଇଟିଭିର ସାମ୍ବାଦିକ ନାରାୟଣଚନ୍ଦ୍ର ସାହାଣୀ ୬୪ ବର୍ଷ ବୟସରେ ଆଜି ହୃଦ୍ଘାତରେ ଦେହାନ୍ତ ହୋଇଯାଇଛି। ସ୍ୱର୍ଗତ ସାହାଣୀ ୨୦୨୨ ମସିହାରେ ଘଟିଥିବା ରାସ୍ତା ଦୁର୍ଘଟଣାରେ ଆହାତ ହୋଇ ପକ୍ଷାଘାତ ଅବସ୍ଥାରେ ପାଟକୁରାରେ ଥିବା ତାଙ୍କ ସହଧର୍ମିଣୀଙ୍କ ବାସଭବନରେ ରହୁଥିଲେ। ଗତ ୨୭ ତାରିଖରେ ତାଙ୍କ ଦେହ ଗୁରୁତର ଅସୁସ୍ଥ ହୋଇଯିବାରୁ ତାଙ୍କ ଭୁବନେଶ୍ୱରର ସମ୍ ହସ୍ପିଟାଲରେ ଚିକିତ୍ସିତ କରାଯାଇଥିଲା। ଆଜି ଅପରାହ୍ନ ପ୍ରାୟ ୩ଟା ସମୟରେ ହଠାତ୍ ହୃଦ୍ଘାତ ହେବାରୁ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସ୍ୱର୍ଗତ ସାହାଣୀଙ୍କ ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ସହଧର୍ମିଣୀ ତାଥା ପାଟକୁରା ହାଇସ୍କୁଲର ବରିଷ୍ଠ ଶିକ୍ଷୟିତ୍ରୀ ରିନାବାଳା ମହାନ୍ତି ଓ ଦୁଇଟି ଝିଅ ମଧ୍ୟରୁ ବଡ ଝିଅ ଡାକ୍ତର ଐଶଯ୍ୟା ପ୍ରଜ୍ଞା ଲିସ୍ପା ସାହାଣୀ ଉପସ୍ଥିତ ଥିଲେ।

ସ୍ୱର୍ଗତ ସାହାଣୀ ପ୍ରଥମେ ଦୈନିକ ଖବରକାଗଜ ପଜାତନ୍ତ୍ରରୁ ତାଙ୍କର ସାମ୍ବାଦିକତା ଜୀବନ ଆରମ୍ଭ କରିଥିଲେ। ପରେ ଜିଲ୍ଲାର ପ୍ରଥମ ବୈଦ୍ୟୁତିକ ଗଣମାଧ୍ୟମ ଇଟିଭିର ପ୍ରତିନିଧି ରୂପେ ଦୀର୍ଘ ବର୍ଷ ଧରି କାର୍ଯ୍ୟକରିଥିଲେ। ପରବର୍ତ୍ତି ଅବସ୍ଥାରେ ଇଟିଭି ନିୟୁଜ ଓଡିଆ, ନିୟୁଜ୧୮ଓଡିଆ ଓ ଓଡିଶା ଲାଇଭ୍ରେ ସାମ୍ବାଦିକତା କାର୍ଯ୍ୟକରି ଜିଲ୍ଲାରେ ବେଶ୍ ସୁନାମ ଅର୍ଜନ କରିଥିଲେ। ତାଙ୍କର ଆବର୍ତ୍ତମାନରେ ଓଡିଶା ଲାଇଭ ସମ୍ବାଦକ ନିଳାମ୍ବର ରଥ, ନନ୍ଦିଘୋଷର ସାମ୍ବାଦିକ ମଳୟ ମହାନ୍ତି ସମେତ ବହୁ ବୈଦ୍ୟୁତିକ ଗଣମାଧ୍ୟମର ସମ୍ପାଦକ ଓ ବରିଷ୍ଠ ସାମ୍ବାଦିକମାନେ ଶୋକ ପ୍ରକଟ କରିଛନ୍ତି। ସ୍ୱର୍ଗତ ସାହାଣୀଙ୍କ ପରଲୋକ ଖବର ପାଇଁ ପାଟକୁରା ବାସଭବନଠାରେ ତାଙ୍କର ଶେଷ ଦର୍ଶନ କରିବା ପାଇଁ ସାମ୍ବଦିକ ମନୋଜ ସ୍ୱାଇଁ, ଜ୍ଞାନବଲଭ ମହାନ୍ତି, ବିଚିତ୍ର ପଟ୍ଟନାୟକ, ସୁବାସ ଖୁଣ୍ଟିଆ, ରବିନ୍ଦ୍ର ବାରିକ, ଗଣେଶ ଚନ୍ଦ୍ର ସାମଲ, ରାଜେଶ ବେହେରା, ପ୍ରଦିପ୍ତ ସ୍ୱାଇଁ, ସରୋଜ ପରିଡା, ନବଘନ ନାୟକ, ଶ୍ରୀକାନ୍ତ ନାୟକ, ଆଶିଷ ସେନାପତି, ମନୋଜ କର, ଦିପ୍ତିରଂଜନ ମାହାନ୍ତି, ରବିନ ଦାସ, ଲକ୍ଷ୍ମୀକାନ୍ତ ନାୟକ, ଆବୁଓବେଦା, ଅମର ବିଶ୍ୱାଳ, ଶଶିଭୂଷଣ ଜେନା, ସୁବାଷ ସାମଲ, ଧିରେନ ମିଶ୍ର, ଶିବ ପ୍ରସାଦ ପରିଜା, ରଞ୍ଜନ ସ୍ୱାଇଁ, ଦେବାଶିଷ ମିଶ୍ର, ଗୋକୁଳାନନ୍ଦ ପରିଜା, ପ୍ରଭାତ ପରିଡା, ମାତୃଦତ୍ତ ମହାନ୍ତି, ହିମାଂଶୁ ନାୟକ, ପ୍ଲାବନ ସ୍ୱାଇଁ, ସୁବାସ ସାହୁଙ୍କ ସମେତ ସମାଜସେବୀ ଅଜୟ ରାଉତ ତାଙ୍କ ବାସଭବନରେ ପହଁଞ୍ଚି ଶେଷ ଦର୍ଶନ କରିଥିଲେ। ତାଙ୍କ ପ୍ରାର୍ଥିବ ଶରୀରକୁ ନିଜ ଗାଁ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଚେରୀପଡାରେ ଥିବା ପୈତୃକ ବାସଭବନକୁ ଶୋଭାଯାତ୍ରରେ ନିଆଯାଇଥିଲା। ଆସନ୍ତାକାଲି ଆନ୍ଦ୍ରପ୍ରଦେଶର ଗୁଣ୍ଟରଠାରେ ମେଡିକାଲ କଲେଜର ଶେଷ ବର୍ଷ ଛାତ୍ରୀ ଥିବା ତାଙ୍କ ସାନ ଝିଅ ପ୍ରିତଲିପ୍ସା ସାହାଣୀ ପହଁଅଞ୍ଚିବା ପରେ ତାଙ୍କର ଗାଁ ଶ୍ମଶାନରେ ଶେଷକୃତ୍ୟ କରାଯିବ ବୋଲି ପରିବାର ଲୋକ ସୂଚନା ପ୍ରଦାନ କରିଛନ୍ତି।
