
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମଂଚଳ ଥାନା ପୋଲିସ ଜଣେ ନାବାଳକ ଓ ନାବାଳିକାଙ୍କୁ ସୋମବାର ଉଦ୍ଧାର କରିଛି। ଉକ୍ତ ନାବାଳିକା ସନ୍ଧାନ ଲାଗି ତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ ।
ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଂଚଳରୁ ଦୁଇ ଜଣ କୁଆଡେ ଚାଲି ଯାଇଥିଲା । ସେମାନଙ୍କ ସମ୍ପର୍କରେ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନାରେ ଅଭିଯୋଗ ହୋଇଥିଲା। ଗ୍ରାମାଂଚଳ ଥାନା ଅଧିକାରୀ ଶ୍ରୀକାନ୍ତ ବାରିକ ଅଭିଯୋଗ ପାଇଲା ପରେ ଥାନା କେଶ ନଂ ୪୩୫/୨୫ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ପରେ ମାର୍ଶାଘାଇ ଅଂଚଳରେ ଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆଇ ଆଇ ସି ଶ୍ରୀକାନ୍ତ ବାରିକ ପୋଲିସ ଟିମ ସହ ମାର୍ଶାଘାଇରେ ପହଂଚି ମାର୍ଶାଘାଇ ଥାନା ପୋଲିସ ସହାୟତାରେ ଉଦ୍ଧାର କରି ଗ୍ରାମାଂଚଳ ଥାନାକୁ ଆଣି ଏହି ମାମଲାର ଛାନଭିନ୍ ଚଳାଇଛନ୍ତି ।
