ବରିଷ୍ଠ ଆଇନଜୀବୀ ଭୀମସେନ ଭୂୟାଁ ଜିଲ୍ଲା ବିଜେଡିର ନିର୍ବାଚନ ଅଧିକାରୀ ନିଯୁକ୍ତ

blank
କେନ୍ଦ୍ରାପଡ଼ା,୨୦ା୨: ବରିଷ୍ଠ ଆଇନଜୀବୀ ଭୀମସେନ ଭୂୟାଁଙ୍କୁ ବିଜୁ ଜନତା ଦଳର ଜିଲ୍ଲା ନିର୍ବାଚନ ଅଧିକାରୀ ଭାବେ ରାଜ୍ୟ ବିଜେଡିର ନିର୍ବାଚନ ଅଧିକାରୀ ପ୍ରତାପ କେଶରୀ ଦେବ ନିଯୁକ୍ତି ପ୍ରଦାନ କରିଛନ୍ତି। ତାଙ୍କ ଉପରେ ଦଳ ଆସ୍ଥା ପ୍ରକଟ କରିଥିବାରୁ ଶ୍ରୀ ଭୂୟାଁ ଦଳର ରାଜ୍ୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଦଳର ରାଜ୍ୟ ନିର୍ବାଚନ ଅଧିକାରୀ ତଥା ଆଳି ବିଧାୟକ ପ୍ରତାପ କେଶରୀ ଦେବଙ୍କୁ କୃତଜ୍ଞତା ଅର୍ପଣ କରିଛନ୍ତି। ଏଥିସହିତ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚି ନାୟକ, କିଶୋର ଚନ୍ଦ୍ର ତରାଇ, ଶଶୀଭୂଷଣ ବେହେରା, ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ପ୍ରମୁଖଙ୍କ ସମେତ ଜିଲ୍ଲାର ସମସ୍ତ ଦଳୀୟ ନେତୃବୃନ୍ଦଙ୍କ ସହଯୋଗ କାମନା କରିଛନ୍ତି।

Next Post

ଜିଲ୍ଲା ଓକିଲ ସଂଘ ଦ୍ୱାରା ନୂତନ ଫୌଜଦାରୀ ଆଇନ ସମ୍ପର୍କରେ ଆଲୋଚନା ଚକ୍ର

Sat Feb 22 , 2025
କେନ୍ଦ୍ରାପଡା,୨୨ା୨: କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘ ଦ୍ୱାରା ଆୟୋଜିତ ନୂତନ ଫୌଜଦାରୀ ସଂଶୋଧିତ ଆଇନ ଯାହାକି ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା, ଭାରତୀୟ ସାକ୍ଷ୍ୟ ଅଧିନିୟମ ସମ୍ପର୍କରେ ଏକ ଆଲୋଚନା ଚକ୍ର ଜିଲ୍ଲା ଓକିଲ ସଂଘ ସଭାପତି ଆଇନଜୀବୀ ଧ୍ରୁବଚରଣ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବାର୍ କାଉନ୍‌ସିଲ୍ ଓ ରାଜ୍ୟ ଆଇନଜୀବୀ ସଂଘର ପୂର୍ବତନ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading