ପିଙ୍ଗଳ ଆଶ୍ରମରେ ଭାଗବତ ସପ୍ତାହ ଉଦଯାପିତ

blank
କେନ୍ଦ୍ରାପଡ଼ା,୧୫ା୧୧:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ପଞ୍ଚାୟତର ପିଙ୍ଗଳ ଗ୍ରାମସ୍ଥିତ ଆଶ୍ରମରେ ସପ୍ତଦିନ ବ୍ୟାପି ଅନୁଷ୍ଠିତ ଭାଗବତ ସପ୍ତାହ ଉଦଯାପିତ ହୋଇଯାଇଛି। ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ଏହି ଭାଗବତ ସପ୍ତାହର ସାତଦିନ ଯାକ ଆଧ୍ୟାତ୍ମିକ ପ୍ରବଚନ ପ୍ରଦାନ କରିଥିଲେ। ଶ୍ରୀମା’ କହିଥିଲେ ଯେ ସପ୍ତାହର ସାତ ଦିନ ମଧ୍ୟରେ ମନୁଷ୍ୟ ମୃତ୍ୟୁବରଣ କରିବ। ଏହି ସାତ ଦିନକୁ ଆମେ ସ୍ମରଣ ରଖିବା ଉଚିତ। କାରଣ ଆମର କାଳ କେତେବେଳେ ଉପସ୍ଥିତ ହୋଇଯିବ ତାହା ଆମେ କେହି କହିପାରିବା ନାହିଁ। ତେଣୁ ପ୍ରତ୍ୟେକ ମୂହୁର୍ତ୍ତରେ ଆମେ ଇଶ୍ୱରଙ୍କୁ ସ୍ମରଣ କରିବା ଉଚିତ। ଶୁକ ପରିଖିତ ସମ୍ବାଦ ଉପାଖ୍ୟାନ ଭଳି ଜୀବନକୁ ସତ୍ ମାର୍ଗରେ ନେବାକୁ ଭାଗବତ ଆମକୁ ଶିକ୍ଷା ଦିଏ ବୋଲି ଶ୍ରୀମା’ କହିଥିଲେ। ଏହି ମହାନ ଭାଗବତ ପୁରାଣ ହେଉଛି ଆମ ସମସ୍ତଙ୍କ ଜୀବନ ଦର୍ପଣ। ରାଜ୍ୟରେ ଭାଗବତ ଟୁଙ୍ଗି ଆଜି ଦେଖିବାକୁ ମିଳୁନାହିଁ। ଭାଗବତ ଟୁଙ୍ଗି ପ୍ରତ୍ୟେକ ଗ୍ରାମରେ ସ୍ଥାପନା କରିବା ଆମର ଧ୍ୟେୟ ହେବା ଉଚିତ ବୋଲି ଶ୍ରୀମା କହିଥିଲେ। ଆଜି ଆମେ ପବିତ୍ର ଭାରତବର୍ଷର ପରମ୍ପରାକୁ ଭୁଲି ପାଶ୍ଚାତ୍ୟ ପରମ୍ପରାକୁ ଆପଣେଇ ନେଉଛେ। ଯାହା ଦିନେ ଆମର ଐତିହ୍ୟ, ପରମ୍ପରା ଓ ସଂସ୍କୃତିକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେବ। ଏଣୁ ଆମେ ଆମ ଦେଶର ଐତିହ୍ୟ,ପରମ୍ପରା ଓ ସଂସ୍କୃତିକୁ ବଜାୟ ରଖିବାକୁ ସର୍ବଦା ପ୍ରୟାସ ଜାରି ରଖିବା ଉଚିତ ବୋଲି ଶ୍ରୀମା କହିଥିଲେ। ଜନ୍ମଦିନରେ ସମସ୍ତେ ଅନ୍ୟ କୈାଣସି ଉପହାର ନଦେଇ ବୃକ୍ଷ ଉପହାର ଦେବାକୁ ଶ୍ରୀମା ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ସରପଞ୍ଚ ରଞ୍ଜିତ ପ୍ରସାଦ ଜେନା, ମୃତ୍ୟୁଞ୍ଜୟ ପରିଡା, ଶ୍ରୀବତ୍ସ ନାୟକ, ଶ୍ରୀଧର ରାଉତ, ସାବିତ୍ରୀ ପରିଡା, ଶିଳମା ପରିଡା, ପ୍ରତିଭା ପ୍ରିୟଦର୍ଶିନୀ ଧଳ, ନାଣ୍ଡିପ୍ରଭା ପରିଡା, ଛୁଆମା ପରିଡା, ମନିଷା ପ୍ରିୟଦର୍ଶିନୀ ଧଳ, ବୁଡିଆଦେଇ ପରିଡା, ଲୋକନାଥ ବାରିକ, ନାରାୟଣ ପ୍ରଧାନ, ଅରୁଣ ପ୍ରଧାନ, ପ୍ରଦିପ ପରିଡା, ଧନନାଥ ପରିଡା, ପୁନମ ନାୟକ, ଝୁଲା ପରିଡା, ଗାୟତ୍ରୀ ଦାସ, ସିତା ଦାସ ଓ ଗୈାରୀ ଦାସ ପ୍ରମୁଖ ସାହାଯ୍ୟ ସହଯୋଗ ପ୍ରଦାନ କରିଥିଲେ। ଶେଷରେ ନୃସିଂହ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Next Post

କଳିଙ୍ଗ ହେଉଛି ବୋଇତ ଓ ନୌବାଣିଜ୍ୟର ଉଦ୍ଭାବକ ଦେଶ

Sun Nov 16 , 2025
ପଟ୍ଟାମୁଣ୍ଡାଇ କଲେଜ ଇତିହାସ ବିଭାଗ ଆଲୋଚନାଚକ୍ର ପଟ୍ଟାମୁଣ୍ଡାଇ ତା ୧୬/୧୧ -ପଟ୍ଟାମୁଣ୍ଡାଇ କଲେଜ ଇତିହାସ ବିଭାଗ ପକ୍ଷରୁ “ମେରାଇନର୍ସ ଆଣ୍ଡ ମର୍ଚ୍ଚାଣ୍ଟ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ରାଜନୀତି ବିଭାଗ ପ୍ରାଧ୍ୟାପକ ସର୍ବେଶ୍ୱର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ ପ୍ରତ୍ନତତ୍ୱବିତ ଇତିହାସକାର ଡ଼ ସୁନୀଲ କୁମାର ପଟ୍ଟନାୟକ ଓଡିଶାର ନୌବାଣିଜ୍ୟ ଇତିହାସ, ସାଧବ ମାନଙ୍କ ଭୂମିକା ଓ ବାଲିଯାତ୍ରାର ମହତ୍ୱ ସମ୍ପର୍କରେ ଆଲୋକପାତ କରି କହିଥିଲେ ଉତ୍କଳ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading