ଜୁଲାଇ ୯ରେ ମିଳିତ ଶ୍ରମିକ ସଂଗଠନର ଧର୍ମଘଟ

blank
କେନ୍ଦ୍ରାପଡ଼ା,୨୪ା୬ :କେନ୍ଦ୍ରୀୟ ଶ୍ରମିକ ସଂଗଠନ ଗୁଡିକ ମିଳିତ ଭାବରେ ଚଳିତମାସ ୨୦ତାରିଖରେ ଧର୍ମଘଟ କରିବାକୁ ପୂର୍ବରୁ ଘୋଷଣା କରିଥିଲେ। କିନ୍ତୁ ଅନିବାର୍ଯ୍ୟ କାରଣ ବସତଃ ଏହି ଧର୍ମଘଟକୁ ଆସନ୍ତା ଜୁଲାଇମାସ ୯ତାରିଖକୁ ଘୁଞ୍ଚାଇ ଦିଆଯାଇଛି। କେନ୍ଦ୍ରୀୟ ଶ୍ରମିକ ସଂଗଠନ ଗୁଡିକର ଏକ ମିଳିତ ବୈଠକରେ ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଶ୍ରମିକ, ଚାଷୀ ଓ ସାଧାରଣ ଜନତାଙ୍କ ବିଭିନ୍ନ ଦାବିକୁ ନେଇ ଏହି ଧର୍ମଘଟ କରାଯିବ। ଏନେଇ କେନ୍ଦ୍ରାପଡାର ଆଇ.ଏନ.ଟି.ୟୁ.ସି.ର ଜିଲ୍ଲା ସଭାପତି ମୁକ୍ତାର ଖାଁଙ୍କ ସଭାପତିତ୍ୱରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏବଂ ସ୍ୱାଧୀନ ଫେଡେରେସନର ମିଳିତ ଆନୁକୂଲ୍ୟରେ ଏକ ପ୍ରସ୍ତୁତି ବୈଠକ ଖଡିଅଙ୍ଗସ୍ଥିତ ସିଟୁ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଏଆଇଟିୟୁସିର ବାବାଜୀ ଧଳ, ରମଣୀରଞ୍ଜନ ରାଉତରାୟ, ବିକାଶ ଦାସ, ସିଆଇଟିୟୁର ଜଗତଜୀବନ ଦାଶ,ନିରାକାର, ଆଇଏନଟିୟୁସିର ଫକୀର ଚରଣ ଖଟୁଆ, ଏଆଇୟୁଟିୟୁସିର ଏଲୀନା ସାମନ୍ତରାୟ, ଏଆଇସିସିଟିୟୁର ବସନ୍ତ ମଲ୍ଲିକ, ଏଚଏମଏସର ତ୍ରିଲୋଚନ ଦାସ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Next Post

ଭାରତୀୟ ଷ୍ଟେଟ ବ୍ୟାଙ୍କରେ ରକ୍ତଦାନ ଶିବିର

Thu Jun 26 , 2025
କେନ୍ଦ୍ରାପଡା ୨୬/୬: ଭାରରତୀୟ ଷ୍ଟେଟ ବ୍ୟାଙ୍କ କେନ୍ଦ୍ରାପଡା ଶାଖା ତାର ୬୭ତମ ଜନ୍ମ ଉତ୍ସବ ପାଳନ କରୁଛି । ଏହି ଅବସରରେ ମୁଖ୍ୟଶାଖା ଷ୍ଟେଟ ବ୍ୟାଙ୍କ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଟିତ ହୋଇଥିଲା । ଏହି ରକ୍ତଦାନ ଶିବିରରେ ସମୁଦାୟ ୫୨ୟୁନିଟ୍ ସଂଗ୍ରହ କରାଯାଇଥିଲା । ବର୍ତ୍ତମାନ ଜିଲ୍ଲାମୁଖ୍ୟ ଚିକିତ୍ସାଳୟର ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି କହିଥିଲେ ଯେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading