କଳିଙ୍ଗ ହେଉଛି ବୋଇତ ଓ ନୌବାଣିଜ୍ୟର ଉଦ୍ଭାବକ ଦେଶ

ପଟ୍ଟାମୁଣ୍ଡାଇ କଲେଜ ଇତିହାସ ବିଭାଗ ଆଲୋଚନାଚକ୍ର

blank

ପଟ୍ଟାମୁଣ୍ଡାଇ ତା ୧୬/୧୧ -ପଟ୍ଟାମୁଣ୍ଡାଇ କଲେଜ ଇତିହାସ ବିଭାଗ ପକ୍ଷରୁ “ମେରାଇନର୍ସ ଆଣ୍ଡ ମର୍ଚ୍ଚାଣ୍ଟ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ରାଜନୀତି ବିଭାଗ ପ୍ରାଧ୍ୟାପକ ସର୍ବେଶ୍ୱର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ ପ୍ରତ୍ନତତ୍ୱବିତ ଇତିହାସକାର ଡ଼ ସୁନୀଲ କୁମାର ପଟ୍ଟନାୟକ ଓଡିଶାର ନୌବାଣିଜ୍ୟ ଇତିହାସ, ସାଧବ ମାନଙ୍କ ଭୂମିକା ଓ ବାଲିଯାତ୍ରାର ମହତ୍ୱ ସମ୍ପର୍କରେ ଆଲୋକପାତ କରି କହିଥିଲେ ଉତ୍କଳ ନୌବାଣିଜ୍ୟ ପରମ୍ପରା ଉତ୍କଳୀୟଙ୍କ ସାହାସୀକତାର ପରିଚୟ । ଅତୀତରେ ପୃଥିବୀର ସବୁ ସଭ୍ୟତା ନୌବାଣିଜ୍ୟ ସହ ଊଣା ଅଧିକେ ଜଡିତ ଥିଲେ । ହେଲେ ବୋଇତ ଓ ବାଲିଯାତ୍ରାକୁ ନେଇ ନିଆରା ପରମ୍ପରା ପୃଥିବୀର ଅନ୍ୟ କେଉଁଠି ଦେଖିବାକୁ ମିଳେନାହିଁ । ଏହା ହିଁ ପ୍ରମାଣିତ କରିଥାଏ କଳିଙ୍ଗ ହେଉଛି ବୋଇତ ଓ ନୌବାଣିଜ୍ୟର ଉଦ୍ଭାବକ ଦେଶ । ଉଦ୍ଭାବକ ଓ ଅନୁଗତ ସଭ୍ୟତାମାନଙ୍କ ଭିତରେ ଆମେ ଉଦାହରଣ ଭାବେ ବାଲିଦ୍ୱୀପକୁ ନେଇପାରିବା । ସାମୁଦ୍ରିକ ବାଣିଜ୍ୟ କ୍ଷେତ୍ରରେ ବାଲିଦ୍ୱୀପ ଥିଲା କଳିଙ୍ଗବାସୀଙ୍କର ମୁଖ୍ୟ କେନ୍ଦ୍ର। ସେହି ସମୟରେ ବାଲିଦ୍ୱୀପକୁ ଓଡିଆ ସାଧବମାନେ ‘ନାରିକେଳ ଦୀପ’ ଭାବରେ ସମ୍ବୋଧିତ କରୁଥିଲେ। ଫଳତଃ କଳିଙ୍ଗ ଓ ବାଲିଦ୍ୱୀପ ମଧ୍ୟରେ ସାମାଜିକ ଧର୍ମଗତ ଓ ସାଂସ୍କୃତିକ ସମ୍ବନ୍ଧ ମିଶିବା ପରେ ସେଠାରେ ଏକ ନୂତନ ମିଶ୍ରିତ ସଂସ୍କୃତିର ଅଭ୍ୟୁଦୟ ଘଟିଥିଲା। ଆଜି ବାଲିଦ୍ୱୀପର ଜନଜୀବନ, ଧର୍ମାଚାର, କଳା, ସଂସ୍କୃତି ଇତ୍ୟାଦିରେ ଉତ୍କଳୀୟ ପ୍ରଭାବ ସୁସ୍ପଷ୍ଟ ହୋଇଉଠୁଛି। ବାଲିଦ୍ୱୀପର ମୋଟ ଜନସଂଖ୍ୟାର ହାରାହାରି ୮୭% ଲୋକ ହେଉଛନ୍ତି ହିନ୍ଦୁ ଧର୍ମାବଲମ୍ବୀ ତାହାକୁ ‘ଆଗମ ହିନ୍ଦୁ ଧର୍ମ’ ବୋଲି କୁହାଯାଏ। ବାଲିରେ ମାର୍ଗଶୀର ମାସ ଗୁରୁବାର ଦିନ ଶ୍ରୀଦେବୀଙ୍କୁ ଧାନକେଣ୍ଡା ଦ୍ୱାରା ପୂଜା ଓ ପୂଜାର୍ଚ୍ଚନା କରନ୍ତି । ବାଲିଦ୍ୱୀପରେ ମଧ୍ୟ କାଷ୍ଠ ନିର୍ମିତ ତିନିବିଗ୍ରହଙ୍କୁ ନେଇ ସର୍ବସାଧାରଣଙ୍କ ମଧ୍ୟରେ ରଥଯାତ୍ରା ପରି ଯାତ୍ରା ଅନୁଷ୍ଠିତ ହୁଏ । ତେଣୁ ଓଡିଶାର ଧର୍ମଧାରଣା ସହିତ କେଉଁ ଏକ ଅଜଣା କାଳରୁ ବାଲିଦ୍ୱୀପର ଜନମାନସଙ୍କର ଏପରି ସାମଞ୍ଜସ୍ୟ ରହିଆସିଛ ିବୋଲି ସେ ମତ ପ୍ରକାଶ କରିଥିଲେ । ପଟ୍ଟାମୁଣ୍ଡାଇ କଲେଜ ଇତିହାସ ବିଭାଗ ମୁଖ୍ୟ ଅଧ୍ୟାପକ ରଞ୍ଜନ କୁମାର ବେହୁରା ଆଲୋଚନାଚକ୍ରର ବିଷୟବସ୍ତୁ ସମ୍ପର୍କରେ ସୂଚନା ଦେବା ସହିତ ଇତିହାସ ବିଭାଗ ପକ୍ଷରୁ ଓଡିଶାର ସଂସ୍କୃତି ଓ ପ୍ରାଚୀନ ଇତିହାସକୁ ଉଜ୍ଜୀବିତ କରିବା ପାଇଁ ନିଆଯାଉଥିବା ପଦକ୍ଷେପମାନ ଉପସ୍ଥାପନ କରିଥିଲେ । ଅଧ୍ୟାପକ ପୃଥ୍ୱୀରାଜ ବିଶ୍ୱାଳ ଅତିଥିପରିଚୟ ପ୍ରଦାନ କରିଥିଲେ । ଶେଷରେ ଅଧ୍ୟାପକ ଶ୍ରୀ ପିଂଟୁ ପଟେଲ ଧନ୍ୟବାଦ ଦେଇ ଥିଲେ । ଏଥିରେ କଲେଜର ଅଧ୍ୟାପିକା/ଅଧ୍ୟାପକ ଛାତ୍ରୀଛାତ୍ର ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ପ୍ରଦ୍ୟୁମ୍ନ ପ୍ରଧାନ, ଆଲୋକ ସାହୁ, ଚିନ୍ମୟ ସାମଲ ଅଧ୍ୟାପିକା ଦେବସ୍ମିତା ତ୍ରିପାଠୀ, ଶୁଭଲଷ୍ମୀ ପ୍ରଧାନ ଓ ଲଷ୍ମୀପ୍ରିୟା ପାତ୍ର ପରିଚାଳନା କରିଥିଲେ ।

Next Post

ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟ ପକ୍ଷରୁ ରେସୱା ଶକ୍ତିସଦନ ଅନ୍ତେବାସୀଙ୍କୁ କମ୍ବଳ ବଣ୍ଟନ

Sun Nov 16 , 2025
କେନ୍ଦ୍ରାପଡ଼ା,୧୬ା୧୧:ସର୍ବ ଜନପ୍ରିୟ ଜନନେତା ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ ସ୍ମୃତିରେ ତାଙ୍କ ନାମରେ ନାମିତ ଟ୍ରଷ୍ଟ ପକ୍ଷରୁ ଅସହାୟମାନଙ୍କୁ ଶୀତବସ୍ତ୍ର କମ୍ବଳ ପ୍ରଦାନ କରାଯାଇଛି। ଗରାପୁରସ୍ଥିତ ‘ରେସୱା’ ସ୍ୱେଛାସେବୀ ଅନୁଷ୍ଠାନ ଦ୍ୱାରା ପରିଚାଳିତ ଶକ୍ତିସଦନର ଅନ୍ତେବାସୀମାନଙ୍କୁ ରବିବାର ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟ ପକ୍ଷରୁ ଏହି କମ୍ବଳ ପ୍ରଦାନ କରାଯାଇଛି। ସ୍ୱର୍ଗତ ମହାନ୍ତିଙ୍କ ସୁପୁତ୍ର ତଥା ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟ ପରିଚାଳନା ସମିତି ସଭାପତି ସୁଜିତ ମହାନ୍ତି କାର୍ଯ୍ୟକ୍ରମରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading