ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଜୟନ୍ତୀ ପାଳିତ

blank
କେନ୍ଦ୍ରାପଡ଼ା,୧୪ା୧୧:ଜିଲ୍ଲା କଂଗ୍ରେସ ପକ୍ଷରୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ୧୩୬ ତମ ଜୟନ୍ତୀ ସହରର କଜଳାସ୍ଥିତ ଜିଲ୍ଲା କଂଗ୍ରେସ ଭବନରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଡାକ୍ତର ଦେବସ୍ମିତା ଶର୍ମା ଅଧ୍ୟକ୍ଷତା କରି ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ କହିଲେ ଜବାହରଲାଲ ନେହେରୁଙ୍କ ଅବଦାନ ଭାରତ ପାଇଁ ଅତୁଳନୀୟ ଥିଲା। ତାଙ୍କ ଅବଦାନ ସମ୍ପର୍କରେ ବର୍ତ୍ତମାନର ଯୁବପୀଢି ଅଧ୍ୟୟନ କରିବା ଆବଶ୍ୟକ। ଭାରତରେ ଆଜି ଯାହା ବିକାଶ ଦେଖୁଛନ୍ତି ତାହାର ବିଶ୍ୱକର୍ମା ଥିଲେ ପଣ୍ଡିତ ନେହେରୁ। ତାଙ୍କ ଭଳି ଜନନେତା ବର୍ତ୍ତମାନ ସମୟରେ ଦେଶରେ ବିରଳ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ଫକୀର ଚରଣ ଖଟୁଆ ଯୋଗଦେଇ କହିଲେ ପଣ୍ଡିତ ଜବାହରଲାଲ ନେହେରୁଙ୍କ ରାଜନୈତିକ ବିଚକ୍ଷଣତା ସଂକ୍ରାନ୍ତରେ ବର୍ତ୍ତମାନର ରାଜନେତାମାନେ ଅଧ୍ୟୟନ କରୁ ନାହାଁନ୍ତି। ତେଣୁ କେହି ତାଙ୍କ ଭଳି ଦକ୍ଷ ରାଜନେତା ହୋଇ ପାରୁନାହାଁନ୍ତି। ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ଦାସ, ଜିଲ୍ଲା କିସାନ କଂଗ୍ରେସ ସଭାପତି ଜୟଦେବ ପରିଡ଼ା, ମହାକାଳପଡ଼ା କଂଗ୍ରେସ ନେତା ବିଭ୍ରାଂଶୁ ଶେଖର ଲେଙ୍କା ପ୍ରମୁଖ ମଞ୍ଚାସୀନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭାଗୀରଥୀ ଜେନା, ମଙ୍ଗୁଳି ଚରଣ ବେହେରା, ରବିନାରାୟଣ ବେହେରା, ବିଧୁଭୂଷଣ ମହାପାତ୍ର, ମାନଗୋବିନ୍ଦ ଦାସ, ପ୍ରଭାକର ସାହୁ ପ୍ରମୁଖ ଦଳର ଶତାଧିକ ତୃଣମୂଳସ୍ତରର ନେତୃତ୍ୱ ଓ କର୍ମୀମାନେ ଉପସ୍ଥିତ ରହି ନେହେରୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Next Post

କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ପାଲା ଗାୟକ ପରିଷଦ ସମ୍ମିଳନୀ

Fri Nov 14 , 2025
କେନ୍ଦ୍ରାପଡ଼ା,୧୪ା୧୧: ଶ୍ରୀ ନିଳାଚଳ ନିଖିଳୋତ୍କଳ ପାଲା ଗାୟକ ପରିଷଦ ଆନୁକୂଲ୍ୟରେ ତଥା ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ଗାୟକରତ୍ନ ହରେକୃଷ୍ଣ ନାଥଶର୍ମାଙ୍କ ୧୧୫ତମ ଜୟନ୍ତୀ ଓ ଜିଲ୍ଲା ସ୍ତରୀୟ ପାଲା ଗାୟକ ପରିଷଦର ସମ୍ମିଳନୀ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ଉଦଘାଟକ ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବକୁ ଉଦଘାଟନ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading