ଓଡ଼ିଶୀ ନୃତ୍ୟଗୁରୁ ସୁଶ୍ରୀ ଭାନୁପ୍ରିୟାଙ୍କୁ ବଙ୍ଗରତ୍ନ ସମ୍ମାନ

blank
କେନ୍ଦ୍ରାପଡ଼ା,୧୧/୭: ଓଡ଼ିଶୀ ନୃତ୍ୟଗୁରୁ କେନ୍ଦ୍ରାପଡ଼ା ମାଟିର ଝିଅ ଭାନୁପ୍ରିୟା ଖଟୁଆଙ୍କୁ ବଙ୍ଗରତ୍ନ ସମ୍ମାନରେ ସମ୍ମାନୀତ କରାଯାଇଛି । ଭାରତ ସରକାରଙ୍କ ଅଧିନସ୍ଥ କଲଚରାଲ ଡ଼େଭଲମେଣ୍ଟ ଫାଉଣ୍ଡେସନ ପକ୍ଷରୁ ପଶ୍ଚିମବଙ୍ଗର କୋଲକାତା ଠାରେ ଆୟୋଜିତ ଆନ୍ତର୍ଜାତୀୟ ମେଗା ସୁପରକ୍ଲାସ୍ ଡ଼୍ୟାନ୍ସ ଓ ମ୍ୟୁଜିକ୍ ଫେଷ୍ଟିଭାଲ ରେ ସୁଶ୍ରୀ ଭାନୁପ୍ରିୟାଙ୍କୁ ଏହି ସମ୍ମାନ ମିଳିଛି । କେନ୍ଦ୍ରାପଡ଼ାର ସର୍ବପ୍ରାଚୀନ ଗୋକୁଳ ଚନ୍ଦ୍ର ସଂଗୀତ ସଦନରେ ଓଡ଼ିଶୀ ନୃତ୍ୟ ଶିକ୍ଷା ଦେଉଥିବା ସୁଶ୍ରୀ ଭାନୁପ୍ରିୟା ଏହି କାର୍ଯ୍ୟକ୍ରମରେ ଭାଗ ନେଇ ଏକାକୀ ଓ ନିଜର ଛାତ୍ରୀମାନଙ୍କ ସହିତ ସମବେତ ଓଡ଼ିଶୀ ନୃତ୍ୟ ପରିବେଷଣ କରି ସମବେତ ହଜାର ହଜାର ଜନତାଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ । ବିଚାରକ ମଣ୍ଡଳୀ ତାଙ୍କୁ ଶତ ପ୍ରଶଂସା କରିବା ସହିତ ବଙ୍ଗଶ୍ରୀ ସମ୍ମାନ ପାଇଁ ମନୋନୀତ କରିଥିଲେ । ଆନ୍ତର୍ଜାତୀୟ ଖ୍ୟାତିସଂପନ୍ନ ନୃତ୍ୟ ଗୁରୁ ତଥା ଗବେଷକ ଡ଼. ଅର୍ପିତା ଚାଟାର୍ଜୀଙ୍କ ଠାରୁ ସୁଶ୍ରୀ ଭାନୁପ୍ରିୟା ଏହି ସମ୍ମାନ ଗ୍ରହଣ କରିଥିଲେ । ଏହି ଅବସରରେ ଆଇଆଇସିଏଟି ଇଣ୍ଡିଆ ଚପ୍ଟରର କଲଚରାଲ ଉଙ୍ଗିସ୍‌ର ସଭାପତି ଡ଼.ଉପେନ୍ଦ୍ର କୁମାର ଶର୍ମା ଉପସ୍ଥିତ ଥିଲେ । ସୁଶ୍ରୀ ଭାନୁପ୍ରିୟା ପୂର୍ବରୁ ଦେଶର ବିଭିନ୍ନ ସ୍ଥାନରେ ଓଡ଼ିଶୀ ନୃତ୍ୟ ପରିବେଷଣ କରି ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇ କେନ୍ଦ୍ରାପଡ଼ା ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ତେବେ ବଙ୍ଗଶ୍ରୀ ସମ୍ମାନ ପାଇବା ପରେ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି ।

Next Post

ମଦନପୁର କଲେଜରେ ବନ ମହୋତ୍ସବ

Fri Jul 11 , 2025
ପଟ୍ଟାମୁଣ୍ଡାଇ ତା ୧୧/୭-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମଦନପୁର କଲେଜ ରେ ବନ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି । କଲେଜର ୟୁଥ ରେଡକ୍ରସ ସଂଯୋଜକ ଅଧ୍ୟାପକ ପୁଷ୍ପ କୁମାର ବେହେରାଙ୍କ ପୌରହିତ୍ୟରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ କଲେଜ ଅଧକ୍ଷ ଶ୍ରୀମନ୍ତ କୁମାର ଉପାଧ୍ୟାୟ ମୁଖ୍ୟଅତିଥି,ସାମ୍ବାଦିକ ଭାସ୍କର ରାଉତରାୟ ମୁଖ୍ୟବକ୍ତା ଓ ପ୍ରାଧ୍ୟାପକ ସବ୍ୟସାଚୀ ତ୍ରିପାଠୀ, ତ୍ରିପାଠୀ,ପ୍ରାଧ୍ୟାପକ ଦିଲ୍ଲୀପ ମହାପାତ୍ର,ପ୍ତାଧ୍ୟାପକ ଗୌରାଙ୍ଗ ପଣ୍ଡା ପ୍ରାଧ୍ୟାପକ ଅରୁଣ ଦାଶ,ପ୍ରାଧ୍ୟାପକ ଶୁଭକାନ୍ତ ନାୟକ ଅଧ୍ୟାପିକା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading